ନୂଆଦିଲ୍ଲୀ,୧୭/୧୧: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ୨୧ତମ କିସ୍ତି ୧୯ ନଭେମ୍ବରରେ ଜାରି ହେବ । ସାରା ଦେଶରେ ପ୍ରାୟ ୧୦ କୋଟିରୁ ଉଦ୍ଧ୍ୱର୍ କୃଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ୨୧ତମ କିସ୍ତି ହସ୍ତାନ୍ତର କରିବେ । ଏଥିରେ କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କୁ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । କିଛି ରାଜ୍ୟରେ ୨୧ତମ କିସ୍ତି ପୂର୍ବରୁ ଜାରି ହୋଇଛି । ଏହା ମଧ୍ୟରେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ସାମିଲ ରହିଛି । ୨ ଅଗଷ୍ଟରେ ଏହି ଯୋଜନାର ୨୦ତମ କିସ୍ତି ଜାରି ହୋଇଥିଲା । ଏଥିରେ ୯.୭ କୋଟି କୃଷକଙ୍କ ଆକାଉଣ୍ଟରେ ୨୦.୮୪ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା।