ନୂଆଦିଲ୍ଲୀ ୧୮/୧୧: ଗୋଧ୍ରା ଟ୍ରେନପୋଡି ଘଟଣା ଉପରେ ନିର୍ମିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜରଙ୍କ ପକ୍ଷରୁ ସାବରମତୀ ରିପୋର୍ଟ ଉପରେ କରାଯାଇଥିବା ଟ୍ୱିଟ୍‌କୁ ରି-ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ସତ ସାମ୍‌ନାକୁ ଆସିଲା । ଏହା ଭଲ କଥା । ଏହି ଫିଲ୍ମ ଏଭଳି ଭାବେ ନିର୍ମାଣ କରାଯାଇଛି କି ଯାହାକୁ ସାଧାରଣ ଜନତା ମଧ୍ୟ ଦେଖିପାରିବେ । ମିଛ ହୁଏତ କିଛିଦିନ ପାଇଁ କାଏମ ରହିପାରେ, କିନ୍ତୁ ସତ ଦିନେ ନା ଦିନେ ସାମ୍‌ନାକୁ ଆସିବ । 

ସାବରମତୀ ରିପୋର୍ଟ ଦୁଇଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୧୫ରେ ଦେଶବ୍ୟାପୀ ବିଭିନ୍ନ ସିନେମାଘରେ ରିଲିଜ ହୋଇଛି । ଫିଲ୍ମରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଆସିଛନ୍ତି । ଏହି ଫିଲ୍ମ କରିବା ପରେ ବିକ୍ରାନ୍ତ ମେସି ଅଭିଯୋଗ କରିଥିଲେ କି ତାଙ୍କୁ ଧମକ ମିଳୁଛି । ତେବେ ପ୍ରଧାନମନ୍ତ୍ରୀ ଯେଉଁ ପୋଷ୍ଟ୍‌ର ରି- ଟ୍ୱିଟ୍‌ କରିଛନ୍ତି ତାହା ହେଉଛି ଜଣେ ସାମ୍ବାଦିକଙ୍କର । ସାମ୍ବାଦିକ ଜଣକ ଟ୍ୱିଟ୍‌କରି କହିଥିଲେ କି ଏହି ଫିଲ୍ମ ନିଶ୍ଚିତ ଭାବେ ଦେଖିବା ଉଚିତ । ଆମ ଇତିହାସର ସବୁଠାରୁ ଲଜ୍ଜାଜନକ ଘଟଣାର ସତ ଏହି ଫିଲ୍ମ ସାମ୍‌ନାକୁ ଆଣିପାରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଦି କାଶ୍ମୀର ଫାଇଲ ଏବଂ ଆର୍ଟିକିଲ୍‌ ୩୭୦ ଫିଲ୍ମକୁ ମଧ୍ୟ ପ୍ରଶଂସା କରିଥିଲେ ।


''ବକ୍ସ ଅଫିସରେ ଲାଟେଷ୍ଟ ଖବର ଏବଂ ପ୍ରତି ଓ୍ୱିକେଣ୍ଡରେ ରିଲିଜ ହେଉଥିବା ଫିଲ୍ମର ରିଭ୍ୟୁ ବିଷୟରେ ଜାଣିବାକୁ ଦେଖନ୍ତୁ ଏହି ଭିଡିଓ''