ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଟ୍ୱିଟ୍‌ କରି ଲେଖିଲେ-‘ସତ ସାମ୍‌ନାକୁ ଆସିଲା’

Published By : Krishna Priya | November 18, 2024 9:22 AM

ନୂଆଦିଲ୍ଲୀ ୧୮/୧୧: ଗୋଧ୍ରା ଟ୍ରେନପୋଡି ଘଟଣା ଉପରେ ନିର୍ମିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜରଙ୍କ ପକ୍ଷରୁ ସାବରମତୀ ରିପୋର୍ଟ ଉପରେ କରାଯାଇଥିବା ଟ୍ୱିଟ୍‌କୁ ରି-ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ସତ ସାମ୍‌ନାକୁ ଆସିଲା । ଏହା ଭଲ କଥା । ଏହି ଫିଲ୍ମ ଏଭଳି ଭାବେ ନିର୍ମାଣ କରାଯାଇଛି କି ଯାହାକୁ ସାଧାରଣ ଜନତା ମଧ୍ୟ ଦେଖିପାରିବେ । ମିଛ ହୁଏତ କିଛିଦିନ ପାଇଁ କାଏମ ରହିପାରେ, କିନ୍ତୁ ସତ ଦିନେ ନା ଦିନେ ସାମ୍‌ନାକୁ ଆସିବ । 

ସାବରମତୀ ରିପୋର୍ଟ ଦୁଇଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୧୫ରେ ଦେଶବ୍ୟାପୀ ବିଭିନ୍ନ ସିନେମାଘରେ ରିଲିଜ ହୋଇଛି । ଫିଲ୍ମରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଆସିଛନ୍ତି । ଏହି ଫିଲ୍ମ କରିବା ପରେ ବିକ୍ରାନ୍ତ ମେସି ଅଭିଯୋଗ କରିଥିଲେ କି ତାଙ୍କୁ ଧମକ ମିଳୁଛି । ତେବେ ପ୍ରଧାନମନ୍ତ୍ରୀ ଯେଉଁ ପୋଷ୍ଟ୍‌ର ରି- ଟ୍ୱିଟ୍‌ କରିଛନ୍ତି ତାହା ହେଉଛି ଜଣେ ସାମ୍ବାଦିକଙ୍କର । ସାମ୍ବାଦିକ ଜଣକ ଟ୍ୱିଟ୍‌କରି କହିଥିଲେ କି ଏହି ଫିଲ୍ମ ନିଶ୍ଚିତ ଭାବେ ଦେଖିବା ଉଚିତ । ଆମ ଇତିହାସର ସବୁଠାରୁ ଲଜ୍ଜାଜନକ ଘଟଣାର ସତ ଏହି ଫିଲ୍ମ ସାମ୍‌ନାକୁ ଆଣିପାରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଦି କାଶ୍ମୀର ଫାଇଲ ଏବଂ ଆର୍ଟିକିଲ୍‌ ୩୭୦ ଫିଲ୍ମକୁ ମଧ୍ୟ ପ୍ରଶଂସା କରିଥିଲେ ।


''ବକ୍ସ ଅଫିସରେ ଲାଟେଷ୍ଟ ଖବର ଏବଂ ପ୍ରତି ଓ୍ୱିକେଣ୍ଡରେ ରିଲିଜ ହେଉଥିବା ଫିଲ୍ମର ରିଭ୍ୟୁ ବିଷୟରେ ଜାଣିବାକୁ ଦେଖନ୍ତୁ ଏହି ଭିଡିଓ''


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.