ନୂଆଦିଲ୍ଲୀ : ଲୋକସଭାରେ ଫେଲ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ । ମୋଟ୍ ୫୩୨ଭୋଟ ମଧ୍ୟରୁ ୨୯୮ ଭୋଟ ସପକ୍ଷରେ ଏବଂ ୨୩୦ ଭୋଟ ବିପକ୍ଷରେ ପଡ଼ିଥିଲା।କିନ୍ତୁ ଆବଶ୍ୟକୀୟ ବହୁମତ ଅଭାବରୁ ବିଲ୍ଫେଲ୍ ମାରିଛି । ତେବେ ଏହି ବିଲ୍ କାଟ୍ ଖାଇବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି । ସେ କହିଛନ୍ତି କି, ଦଳ ମହିଳା ସଂରକ୍ଷଣକୁ ବିରୋଧ କରେ ନାହିଁ, କିନ୍ତୁ ପୁରୁଣା ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ସହିତ ଏହାକୁ କାର୍ଯ୍ୟକାରୀ କରିବା ଗ୍ରହଣୀୟ ନୁହେଁ । ବିଶେଷକରି ଯେତେବେଳେ ଏହା ଓବିସି ବର୍ଗକୁ ବାଦ ଦିଆଯାଉଛି । ସେ ଏହାକୁ ଗଣତନ୍ତ୍ର ଏବଂ ଦେଶର ଏକତା ପାଇଁ "ବିଜୟ" ବୋଲି କହି କହିଛନ୍ତି ।
संसद और विधानसभाओं में महिला आरक्षण इस देश की महिलाओं का हक है जो उनको मिलने से कोई नहीं रोक सकता। एक दिन यह हकीकत में परिवर्तित होकर रहेगा।
— Priyanka Gandhi Vadra (@priyankagandhi) April 17, 2026
मगर बदनीयती से इसे 2011 की जनगणना और उस पर आधारित परिसीमन से जोड़कर प्रधानमंत्री नरेंद्र मोदी जी का महिलाओं का मसीहा बनने का खोखला…
ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ଟ୍ୱିଟ୍କରି କହିଛନ୍ତି, "ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳା ସଂରକ୍ଷଣ ଏହି ଦେଶର ମହିଳାଙ୍କ ଅଧିକାର, ଯାହାକୁ ହାସଲ କରିବାରେ କେହି ସେମାନଙ୍କୁ ବାଧା ଦେଇପାରିବେ ନାହିଁ। ଗୋଟିଏ ଦିନ, ଏହା ବାସ୍ତବତାରେ ପରିଣତ ହେବ। କିନ୍ତୁ, ଏହାକୁ ୨୦୧୧ ଜନଗଣନା ଏବଂ ଏହା ଉପରେ ଆଧାରିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସହିତ ମନ୍ଦ ଭାବରେ ଯୋଡ଼ା ଯାଇଛି । ଯେଉଁ କାରଣରୁ ଏହାକୁ ବିରୋଧ କରାଯାଇଛି ।