ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର : ସି.ଆର ଦାସ

Published By : Prameya | April 12, 2025 11:15 PM

ଭୁବନେଶ୍ୱର,୧୨/୪ : ନିଜ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି ଛାତ୍ରଛାତ୍ରୀମାନେ ନୈତିକ ମୂଲ୍ୟବୋଧ ଉପରେ ଅଧିକ ମନୋନିବେଶ କରିବା ଆବଶ୍ୟକ ଯାହାକି କେବଳ ସେମାନଙ୍କ ବ୍ୟକ୍ତିଗତ ଜୀବନ ନୁହେଁ ବରଂ ସମାଜ ଗଠନ ଉପରେ ପ୍ରଭାବ ପକାଇବ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଚିତରଞ୍ଜନ ଦାସ ଶନିବାର ଏଠାରେ କହିଛନ୍ତି । ସ୍ୱାର୍ଥ ପାଇଁ ପ୍ରତିଯୋଗିତା, ଅନ୍ତହୀନ ତୂଳନା, ପଛରେ ପଡ଼ିଯିବା ଭୟ ଏଭଳି ମନୋଭାବ ଦୃଢ଼ମନାଙ୍କୁ ମଧ୍ୟ ଦୂର୍ବଳ କରି ଦେଇଥାଏ । କିନ୍ତୁ ସୃଷ୍ଟି ଉପରେ ବିଶ୍ୱାସ ରଖ, ନିଜ କାର୍ଯ୍ୟକୁ ବିଶ୍ୱସ୍ତ ଭାବେ କର ଏବଂ ସଚ୍ଚୋଟ ରାସ୍ତାରେ ଚାଲ। ସ୍ୱଚ୍ଛ ବ୍ୟକ୍ତିମାନଙ୍କୁ ସମସ୍ତେ ସହାୟକ ହୋଇଥାନ୍ତି ବୋଲି ବିଚାରପତି ଦାସ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କୁ ଉପଦେଶ ଦେଇଛନ୍ତି।

ଶୃଙ୍ଖଳା, ଏକାଗ୍ରତା ଏବଂ ଲକ୍ଷ୍ୟ ଏଭଳି ଜୀବନର ୩ଟି ଶକ୍ତିଶାଳୀ ମନ୍ତ୍ରକୁ ପାଥେୟ କରି ଆଗକୁ ବଢ଼ିବା ପାଇଁ ଶ୍ରୀ ଦାସ କହିଛନ୍ତି। ସେ କହିଛନ୍ତି ଯେ, ଜୀବନରେ ଶୃଙ୍ଖଳା ନ ରହିଲେ ସ୍ୱପ୍ନ ସାକାର ହୋଇପାରିବ ନାହିଁ। ଏକାଗ୍ରତା ଦ୍ୱାରା ହିଁ ଲକ୍ଷ୍ୟ ପଥରେ ଆଗେଇ ହେବ। ତୁମର ଲକ୍ଷ୍ୟ ସ୍ଥଳ ହିଁ ସ୍ଥିର କରିଥାଏ ଯେ ତୁମେ କେଉଁଠାକୁ ଯିବ, କେବଳ ବୃତିଗତ ଭାବେ ନୁହେଁ, ମାତ୍ର ବ୍ୟକ୍ତିଗତ, ନୀତିଗତ ଏବଂ ଆତ୍ମିକ ଭାବେ ମଧ୍ୟ। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍‌ଏନ୍‌ଆଇଏଲ୍‌)ର ଡିନ୍ ପ୍ରଫେସର ଏସ୍‌.ଏ.କେ ଆଜାଦ ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ।

ନୈତିକତା ଉପରେ ଗୁରୁତ୍ୱ ଦେଇ ଶ୍ରୀ ଦାସ କହିଥିଲେ ଯେ ପାଠ୍ୟକ୍ରମ ଗୁରତ୍ୱପୂର୍ଣ୍ଣ ହୋଇପାରେ ମାତ୍ର ଏହା ସର୍ବସ୍ୱ ନୁହେଁ। ତେଣୁ ନୈତକତାକୁ ସବୁବେଳେ ନିଜ ସହ ଧରି ଚାଲିବା ଉଚିତ୍‌। ଏକ ଉଦାହରଣ ଦେଇ ସେ କହିଥିଲେ ଯେ ଜଣେ ବିଜ୍ଞ ଆଇନଜୀବି ନୈତିକତା ବିନା ବି ମାମଲା ଜିତି ପାରନ୍ତି କିନ୍ତୁ ଏହାଦ୍ୱାରା ସେ ମାନବିକ ମୂଲ୍ୟବୋଧରୁ ଦୂରେଇ ଯାଇଥାନ୍ତି।

ମୁଁ କ’ଣ ହେବି ପ୍ରଶ୍ନ ନ କରି ମୁଁ କିଏ ହୋଇ ପାରିବି ବୋଲି ନିଜକୁ ପଚାରିବା ଆବଶ୍ୟକ ବୋଲି ସେ କହିଥିଲେ। ଅର୍ଥ ଗୁରୁତ୍ୱପୂର୍ଣ୍ଣ ତେବେ ଅଧିକ ଅର୍ଥ ଅଧିକ ଆନନ୍ଦ ଦେଇ ନ ଥାଏ। ପ୍ରକୃତ ସଫଳତା ନିଜ ହୃଦୟର ଶାନ୍ତିରୁ ହିଁ ମିଳିଥାଏ। କୌଣସି କାର୍ଯ୍ୟ ଛୋଟ କିମ୍ବା ବଡ଼ ନୁହେଁ। ମୁଖ୍ୟ କଥା ହେଉଛି ଆତ୍ମସନ୍ତୋଷ। ତୁମେ ବିଶ୍ୱ ସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିପାର। ନ୍ୟୁୟର୍କ, ଲଣ୍ଡନ ଅଥବା ଟୋକିଓରେ ଚାକିରି ପାଇପାର ତେବେ ବଜାରର ମୂଲ୍ୟ ଜୀବନର ମୂଲ୍ୟ ହୋଇ ନ ପାରେ। ନିଜର ଦକ୍ଷତା ବୃଦ୍ଧି କରିବା ସହ ନିଜ ଆତ୍ମସନ୍ତୋଷକୁ ବଜାୟ ରଖ ବୋଲି ନ୍ୟାୟମୂର୍ତୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଦାସ ଏବଂ ତାଙ୍କ ପତ୍ନୀ ଅଭିପ୍ସା ଦାସଙ୍କୁ ସମ୍ମାନିତ କରାଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.