ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଆଟାଚ୍‌ ହୋଇପାରିଲାନି ସଂପତ୍ତି, ଅଫିସ୍‌ର ଭୁଲ୍‌ ନାଁ ପାଇଁ ଫେରିଲେ କର୍ମଚାରୀ

Published By : Harapriya Sethi | April 4, 2025 2:24 PM

ଭୁବନେଶ୍ୱର,୦୪/୦୪: ଠିକା ସଂସ୍ଥାର ବିଲ୍‌ ବାକି ରଖିଥିଲେ । ପ୍ରାୟ ୨କୋଟି ପାଖାପାଖି ଫେରସ୍ତ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଠିକା ସଂସ୍ଥା । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶୁକ୍ରବାର କୋର୍ଟ କର୍ମଚାରୀ ଓ ଠିକା କଂପାନୀ କର୍ତ୍ତୃପକ୍ଷ ବୁର୍ଲାସ୍ଥିତ ଉପର ମହାନଦୀ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ହୀରାକୁଡ ଡ୍ୟାମ ସର୍କଲର ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଓ ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଅଫିସର ପହଞ୍ଚିଥିଲେ । ସେଠାରେ ଅନେକ ସମୟ ଧରି ଛାନ୍‌ଭିନ୍‌ କରିବା ସହ ଆସବାବପତ୍ର ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସମସ୍ତ ସଂପତ୍ତି ମଧ୍ୟ ଆଟାଚ୍‌ ପାଇଁ କୁହାଯାଇଥିଲା ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଆଟାଚ୍‌ ହୋଇପାରିଲାନି ସଂପତ୍ତି । କାହିଁକି ନା ଅଫିସ୍‌ର ନାଁ ପରିବର୍ତ୍ତନ ହୋଇଯାଇଛି । ଅପର ମହାନଦୀ ବେସିନ ମ୍ୟାନେଜର ପରିବର୍ତ୍ତନ ହୋଇ ମହାନଦୀ ବେସିନ ମ୍ୟାନେଜର ହୋଇଥିବାରୁ କାନମୁଣ୍ଡା ଆଉଁସି ଫେରିଯାଇଛନ୍ତି କୋର୍ଟ କର୍ମଚାରୀ ଓ ଠିକା କଂପାନୀ କର୍ତ୍ତୃପକ୍ଷ । ହେଲେ ତା ପୂର୍ବରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଅଫିସ୍‌ର ସମସ୍ତ ଆସବାବପତ୍ର ଏସି, ଷ୍ଟେବିଲାଇଜର, ସୋଫା, ଟିଭି ଚେୟାର ସବୁ ଗାୟବ୍‌ କରିବା ସହ ଅଫିସ୍‌ର ନାଁ ମଧ୍ୟ ବଦଳାଇ ଦେଇଛନ୍ତି କର୍ତ୍ତୃପକ୍ଷ ।

କହିରଖୁ କି, ୨୦୦୦ ମସିହାରେ ସମ୍ବଲପୁର ରିଂ ରୋଡର  କାମ କରିଥିଲା ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ | ୨୦୦୫ ମସିହାରେ ରିଙ୍ଗ ରୋଡ କାମ ବାବଦକୁ ୫୨ ଲକ୍ଷ ଟଙ୍କା ବକେୟା ଥିଲା | ଟଙ୍କା ଫେରି ପାଇବାକୁ ୨୦୦୯ ମସିହାରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଠିକା ସଂସ୍ଥା । ୨୦୦୯ରେ ସୁଧ ମୂଳ ମିଶି ୧କୋଟି ୩୬ କୋଟି ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।  ଟଙ୍କା ପଇଠ ନହେବାରୁ ୬ ପ୍ରତିଶତ ସୁଧ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବକେୟା ଟଙ୍କା ମିଳିନଥିଲା । । ଏହି ବକେୟା ଟଙ୍କା ବଢି ବଢି  ଅଗଷ୍ଟ ୨୦୨୪ ଯାଏ ୧କୋଟି ୮୮ ଲକ୍ଷ ହୋଇଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.