ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

PSL 2025ର ବାକି ମ୍ୟାଚ୍ ଦୁବାଇ ସିଫ୍ଟ, ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ନିଷ୍ପତ୍ତି

Published By : Rasmita Pradhan | May 9, 2025 8:07 AM

ନୂଆଦିଲ୍ଲୀ, ୦୯/୦୫ : ଦୁବାଇରେ ଖେଳାଯିବ ପାକିସ୍ତାନ ସୁପର ଲିଗ୍ (PSL) ୨୦୨୫ର ବାକି ମ୍ୟାଚ୍। ରାୱଲପିଣ୍ଡି ଷ୍ଟାଡିୟମରେ ଡ୍ରୋନ୍ ଆଟାକ୍ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ନିଷ୍ପତ୍ତି। PSL ଦଶମ ସିଜିନ୍‌ର ୮ଟି ମ୍ୟାଚ୍ ଏବେ ବାକି ଅଛି। ଏଥିରୁ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ଏବଂ ୪ଟି ଲିଗ୍ ମ୍ୟାଚ୍ ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବାକି ଟୁର୍ଣ୍ଣାମେଣ୍ଟ ୟୁଏଇ ସିପ୍ଟ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଗୁରୁବାର ଇସଲାମାବାଦରେ ଏକ ଜରୁରୀକାଳିନ ବୈଠକ କରିଥିଲା। ପିସିବି ଅଧ୍ୟକ୍ଷ ମୋହସିନ ନକୱି ବିଦେଶୀ ଖେଳାଳିଙ୍କ ସହ ବୈଠକରେ ଆଲୋଚନା କରିଥିଲେ। କାରଣ ବିଦେଶୀ ଖେଳାଳିମାନେ ପାକିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି।   

ସୂଚନାନୁଯାୟୀ, ପିଏସଏଲ-୨୦୨୫ର ବାକି ମ୍ୟାଚ୍ ରାୱଲପିଣ୍ଡି, ମୁଲତାନ ଏବଂ ଲାହୋରରେ ଖେଳାଯିବାର ଥିଲା। ହେଲେ ଭାରତ-ପାକିସ୍ତାନ ଟେନସନ୍ ଯୋଗୁଁ ମେ ୮ରେ ରାୱଲପିଣ୍ଡିରେ ହେବାକୁ ଥିବା ମ୍ୟାଚ୍‌କୁ ପୋଷ୍ଟପଣ୍ଡ୍ କରାଯାଇଥିଲା। ପିସିବି ଚେୟାରମ୍ୟାନ୍ ମୋହସିନ ନକୱି ଏନେଇ କହିଛନ୍ତି ଯେ, ସମସ୍ତ ଖେଳାଳିଙ୍କ ମାନସିକ ସ୍ଥିତି ଠିକ୍ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆମର ଖେଳାଳି, ପ୍ରଶଂସକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି  କରାଯାଇଛି। 

ଅପର ପକ୍ଷରେ ଗୁରୁବାର ବ୍ଲାକଆଉଟ୍ ଯୋଗୁଁ ଆଇପିଏଲ୍-୨୦୨୫ ମ୍ୟାଚ୍ ବାତିଲ କରାଯାଇଛି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ମଧ୍ୟ ବାତିଲ କରାଯାଇଛି। ସମସ୍ତ ବିଦେଶୀ ଖେଳାଳିଙ୍କୁ ଫେରାଇ ଦିଆଯାଇପାରେ। ବିସିସିଆଇ ଏହାକୁ ନେଇ ଏକ ଜରୁରୀକାଳୀନ ବୈଠକ ଡାକିଛି। 

ଏହି ଖବରଟିକୁ ପଢନ୍ତୁ-ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ବାତିଲ ହେବ IPL ? ବିସିସିଆଇ ଡାକିଲା ଜରୁରୀକାଳୀନ ବୈଠକ





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.