ମୁମ୍ବାଇ : କେଡି : ଦ ଡେଭିଲ୍ ଫିଲ୍ମର ‘ସରକେ ଚୁନର ତେରି’ ଗୀତଟି ବେଶ ବିବାଦୀୟ ହେବା ପରେ ଏହାକୁ ସୋସିଆଲ ମିଡିଆ ପ୍ଲଟଫର୍ମରୁ ଡିଲେଟ କରାଯାଇଛି । ଏହାସହ ଏହି ଗୀତଟି ବ୍ୟାନ ହୋଇଥିବାବେଳେ ସଂସଦରେ ମଧ୍ୟ ଏହାକୁ ନେଇ ଆଲୋଚନା କରାଯାଇଥିଲା । ନୋରା ଫତୋହି ଏବଂ ସଞ୍ଜୟ ଦତ୍ତ ଏହି ଗୀତରେ ନଜର ଆସିଥିବାବେଳେ ଦ୍ବିଅର୍ଥବୋଧକ ପାଇଁ ବେଶ ଚର୍ଚ୍ଚାରେ ରହିବା ପରେ ବ୍ୟାନ୍ କରାଯାଇଛି । ତେବେ ଏହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମରନିର୍ଦ୍ଦେଶକପ୍ରେମ ।

​​​​​​​

ସେ କହିଛନ୍ତି କି, କନ୍ନଡରେ ଏହି ଗୀତ ଲେଖାଯାଇଥିଲା । ହିନ୍ଦୀ ଭର୍ସନରେ ଏହାକୁ ଦେଖନଥିଲି ବୋଲି କହିଛନ୍ତି ପ୍ରେମ । ଏବେ ଯୁଦ୍ଧ ପାଇଁ ଗ୍ୟାସ୍ ସଙ୍କଟ ରହିଥିବାବେଳେ ଏହା ଉପରେ ଆଲୋଚନା କରାଯାଉ ।କିନ୍ତୁ ଏହି ଗୀତକୁ ନେଇ ଚର୍ଚ୍ଚା କାହିଁକି ହେଉଛି ବୋଲି କହୁଛନ୍ତି । ଏହା କେବଳ ଏକ ମଜାଦାର ପାର୍ଟି ଗୀତ । ଏହାକୁ କେରଳ କର୍ଣ୍ଣାଟକରେ ବହୁ ଭଲପାଇବା ମିଳିଛି । ଏହାକୁ ନେଇ କୌଣସି ବିବାଦ ନାହିଁ । କାହାକୁ ଆଘାତ ଦେବା ପାଇଁ ଏ ଗୀତ ନିର୍ମାଣ ହୋଇନଥିଲା । ମୁଁ ହିନ୍ଦୀରେ ଭଲଭାବେ ବୁଝିନଥିଲି । ଏହାସହ ଏବେ କିଛି ଅଂଶ ବଦଳାଯାଇଥିବାବେଳେ ସେନ୍ସର ବୋର୍ଡକୁ ପଠାଯାଇଥିବା କହିଛନ୍ତି ।

ଏହାସହ ପଢ଼ନ୍ତୁ : ମାଆ ପିଅନ୍ତି ମଦ, ବାପା ରଖନ୍ତି ଅଲଗା ମହିଳାଙ୍କ ସହ ସମ୍ପର୍କ: ମୋନାଲିସା କହିଲେ ସନୋଜ ମିଶ୍ରା ମୋ ସହ...