ଫିରିଙ୍ଗିଆ, ୯/୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶାଡିଙ୍ଗିଆଠାରେ ଥିବା ୧୩୬ ବାଟାଲିଆନ ବିଏସଏଫ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ୧୩୬ ବାଟାଲିଆନ ବାଲିଗୁଡା କାମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା , ଆସିଷ୍ଟାଣ୍ଟ କାମାଣ୍ଡାଣ୍ଟ ସାଡୀଙ୍ଗିଆ ଅକ୍ଷୟ କୁମାର, ଆସିଷ୍ଟାଣ୍ଟ କାମାଣ୍ଡାଣ୍ଟ ନିର୍ମଳ ଚନ୍ଦ୍ର ଦାଶ, ଶାଡିଙ୍ଗିଆ ସରପଞ୍ଚ ପଦ୍ମିନୀ କହଁର ଯୋଗ ଦେଇଥିଲେ l ଏହି ଜନ ସମ୍ପର୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ରେ ୫ଟି ପଞ୍ଚାୟତ ର ୨୯ ଟି ଗାଁର ଜନସାଧାରଣ ପୁରୁଷ, ମହିଳା ବୃଦ୍ଧବୃଦ୍ଧା ଉପସ୍ଥିତ ଥିଲେ l
ଜନସାଧାରଣଙ୍କୁ ପ୍ରଥମେ ବିଏସଏଫ ଯବାନ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ସହ ଭୟ ଦୁର କରି ଉଚିତ ମାର୍ଗ ରେ ରହିବାକୁ ସଚେତନ କରାଯାଇଥିଲା l ଶେଷରେ ବି ଏସ ଏଫ ଅଧିକାରୀ ଏବଂ ସରପଞ୍ଚ ଙ୍କ ଉପସ୍ଥିତ ରେ ହଣ୍ଡା, ପାଲ, ବାଲଟି, କଡେଇ, ଛତା, ଜୋତା, ଭଳି ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ, କ୍ୟାରମ ବୋର୍ଡ଼ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ କ୍ଲବର ଯୁବକମାନଙ୍କୁ ଫୁଟବଲ, ଭଲି ବଲ, ବ୍ୟାଡ଼, ଭଲି ନେଟ ଭଳି ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା l