ନୂଆଦିଲ୍ଲୀ,୨୮।୭:  କେନ୍ଦ୍ର ସରକାର ପଲ୍ୟୁସନ୍ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍ (PUC/PUCC) ନିୟମରେ କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତ। ଏହା ଅନୁସାରେ, ଯଦି ଆପଣଙ୍କ ପାଖରେ ବିଏସ୍-୫ କିମ୍ବା ପେଟ୍ରୋଲ, ଡିଜେଲ୍ କିମ୍ବା ସିଏନ୍‌ଜି ବାଇକ୍ ରହିଛି, ତେବେ ଖୁସି ଖବର। ନୂଆ ପ୍ରସ୍ତାବ ଅନୁସାରେ,ଏବେ ବିଏସ୍-୬ ଘରୋଇ ଗାଡି ପାଇଁ PUC ବୈଧତା ୧ ବର୍ଷ ବଦଳରେ ୩ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ। ଏହାଦ୍ବାରା ବାହନ ମାଲିକଙ୍କୁ ବାରମ୍ବାର PUC କରିବାର ଦରକାର ପଡିବନି ଓ ସମୟ ସହିତ ଖର୍ଚ୍ଚ ବି କମ୍ ହୋଇଯିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ପରିବର୍ତ୍ତନର ପ୍ରସ୍ତାବ ଏକ ଡ୍ରାଫ୍ଟ ନୋଟିଫିକେସନ୍ ଜରିଆରେ କରାଯାଉଛି। ଏହାର ଉଦେଶ୍ୟ ସେହି ବାହନକୁ ଆଶ୍ବସ୍ଥି ଦେବା, ଯାହାର ପୂର୍ବରୁ ହିଁ କମ୍ ପ୍ରଦୂଷଣ ରହିଛି ଓ ନୂଆ ବିଏସ୍-୬ ନିର୍ଗମନ ମାନଦଣ୍ଡ ପାଳନ କରୁଛି।

କେଉଁ ଗାଡିକୁ ମିଳିବ ଲାଭ ?

ପ୍ରସ୍ତାବ ଅନୁସାରେ, ୬ ବର୍ଷ ପୁରୁଣା ବିଏସ୍-୬ ପ୍ରାଇଭେଟ୍ ଗାଡିଙ୍କ ପିୟୁସି ଏବେ ପ୍ରତି ବର୍ଷ କରାଯିବନି। ବଂର ପ୍ରତି ୩ ବର୍ଷରେ ରିନ୍ୟୁ କରାଯିବ। ଯଦି ବିଏସ୍-୫ ବାହାନ ୬ ରୁ ୧୦ ବର୍ଷ ପୁରୁଣା, ତେବେ ଏହାର PUC  ପ୍ରତି ବର୍ଷ ରିନ୍ୟୁ କରିବାକୁ ହେବ। ସେଭଳି ୧୦ ବର୍ଷରୁ ଅଧିକ ପୁରୁଣା ବିଏସ୍-୬ ଗାଡି ପାଇଁ ବର୍ତ୍ତମାନର ବ୍ୟବସ୍ଥା ଭଳି ପ୍ରତି ୬ ମାସରେ PUC ତିଆରି କରିବା ଜରୁରୀ ହେବ।

ପୁରୁଣା ବାହନ ପାଇଁ କ’ଣ ରହିଛି ନିୟମ ?

ସରକାର ପୁରୁଣା ଗାଡି ପାଇଁ ନିୟମରେ ଅଧିକ ଆଶ୍ବସ୍ଥି ଦେଇ ନାହାନ୍ତି। ବିଏସ୍-୪ ବାହାନର PUC ପୂର୍ବ ଭଳି ପ୍ରତି ୬ ମାସରେ ରିନ୍ୟୁ ହେବ। ବିଏସ୍-୧, ବିଏସ୍-୨ ଓ ବିଏସ୍-୩ ମାନକ ଗାଡିର PUC ପ୍ରତି ୩ ମାସରେ କରିବାକୁ ହେବ। ଅର୍ଥାତ ଯେତେ ପୁରୁଣା ଗାଡି ସେତେ ଶୀଘ୍ର ପିୟୁସି PUC କରିବାକୁ ହେବ।

କମର୍ସିଆଲ ବାହନ ପାଇଁ ଅଲଗା ନିୟମ

ଡ୍ରାଫ୍ଟରେ ବିଏସ୍-୬ କମର୍ସିଆଲ ବାହନ ପାଇଁ ଅଲଗା ବ୍ୟବସ୍ଥା ପ୍ରସ୍ତାବିତ କରାଯାଇଛି। ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା କମର୍ସିଆଲ ବିଏସ୍-୬ ବାହନର PUC ୨ ବର୍ଷ ଯାଏଁ ବୈଧ ରହିବ। ୬ ରୁ ୧୦ ବର୍ଷ ପୁରୁଣା ବାହନକୁ ପ୍ରତି ବର୍ଷ PUC ରିନ୍ୟୁ କରିବାକୁ ହେବ। ୧୦ ବର୍ଷରୁ ଅଧିକ ପୁରୁଣା ବାହନର PUC ପ୍ରତି ୬ ମାସରେ ତିଆରି କରିବା ଜରୁରୀ।

ନୂଆ ନିୟମ କେବେଠାରୁ ହେବ ଲାଗୁ ?

ସରକାର ଏବେ କେବଳ ଡ୍ରାଫ୍ଟ ନୋଟିଫିକେସନ୍ ଜାରି କରିଛନ୍ତି। ଅର୍ଥାତ ଏହା ଅନ୍ତିମ ନିୟମ ନୁହେଁ। ଲୋକ ଓ ସମ୍ପର୍କିତ ପକ୍ଷଠାରୁ ପରାମର୍ଶ ନେବା ପରେ ସରକାର ଅନ୍ତିମ ନୋଟିଫିକେସନ୍ ଜାରି କରିବେ। ଏହାପରେ ନୂଆ ନିମୟ ପୁରା ଦେଶରେ ଲାଗୁ ହେବ।

PUC ରିନ୍ୟୁ କରିବାର ନୂଆ ନିୟମ କ’ଣ ?

ଡ୍ରାଫ୍ଟ ଅନୁସାରେ, ଯଦି କୌଣସି ବାହନର PUC ନୂଆ ନିୟମ ଲାଗୁ ହେବା ପୂର୍ବରୁ ହୋଇଛି, ତେବେ ଏହାର ବୈଧତା ତୁରନ୍ତ ଯିବ ନାହିଁ। ନୂଆ ଅବଧି ସେତେବେଳେ ଲାଗୁ ହେବ, ଯେତେବେଳେ ସେ ସାର୍ଟିଫିକେଟ୍ ପ୍ରଥମ ଥର ନୂଆ ନିୟମ ପରେ ରିନ୍ୟୁ କରାଯିବ। ଏହାଛଡା ବାହନ ମାଲିକ PUC ଏକ୍ସପାଏରୀର ୧୦ ଦିନ ପୂର୍ବରୁ ଯଦି ଏହାକୁ ରିନ୍ୟୁ କରି ନିଅନ୍ତି, ତେବେ ନୂଆ ସାର୍ଟିଫିକେଟ୍ ପୁରୁଣା ସାର୍ଟିଫିକେଟ୍‌ର ଶେଷ ତାରିଖରୁ ଲାଗୁ ହେବ, କିନ୍ତୁ ଯଦି ପିୟୁସି ସମୟ ଶେଷ ହେବାପରେ ରିନ୍ୟୁ କରନ୍ତି, ତେବେ ନୂଆ ସାର୍ଟିଫିକେଟ୍ ରିନ୍ୟୁ ତାରିଖରୁ ମାନ୍ୟ ହେବ।

ଆହୁରି ପଢନ୍ତୁ : Waqf Row: ୨ ବିଚାରପତିଙ୍କ ବଙ୍ଗଳା, ୪ ମନ୍ଦିର ଓ କଲେଜ : ୱାକଫ ଲିଷ୍ଟକୁ ନେଇ ବିବାଦ,ହସ୍ତକ୍ଷେପ କଲେ ହାଇକୋର୍ଟ