ନୂଆଦିଲ୍ଲୀ,୨୧/୦୫; ୨୦୧୯, ଫେବୃଆରୀ ୧୪ରେ ହୋଇଥିବା ଛାତିଥରା ପୁଲୱାମା ଆତଙ୍କୀ ଆକ୍ରମଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ ହୋଇଛନ୍ତି । ଆତଙ୍କୀ ହମଲାର ମୁଖ୍ୟ ହମ୍ଜା ବୁରାନକୁ POKରେ ଗୁଳି କରି ହତ୍ୟା କରାଯାଇଛି । ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିବା ସୂଚନା ମିଳିଛି । ପୁଲୱାମା ଆକ୍ରମଣରେ ୪୦ ଭାରତୀୟ ସେନା ଶହୀଦ ହୋଇଥିଲେ । ଏହି ଆତଙ୍କୀ ହମଲା ଦେଶକୁ ଦୋହଲାଇ ଦେଇଥିଲା । ପାକିସ୍ତାନରେ ନିଜକୁ ଜଣେ ଶିକ୍ଷକ ଭବେ ପରିଚୟ ଦେଇଥିଲା । ରିପୋର୍ଟ ଅନୁଯାୟୀ, ମୁଜାଫରାବାଦରେ ଆତଙ୍କବାଦୀ ହମଜା ବୁରାନଙ୍କୁ ଜଣେ ଅଜଣା ବ୍ୟକ୍ତି ଗୁଳି କରିଥିଲେ । ପାକ୍ ଅଧିକୃତ କାଶ୍ମୀର ଥିବା ତାର କାର୍ଯ୍ୟାଳୟରେ ବସିଥିବାବେଳେ ହମଦା ବୁରାନ ଉପରେ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ହି ଆଖି ବୁଜିଥିଲା ପୁଲୱାମା ମାଷ୍ଟରମାଇଣ୍ଡ ।
୨୦୧୭ରେ ପୁଲୱାମାରୁ ପାକିସ୍ତାନ ପଳାଇ ଯାଇଥିଲା- ହମଜା ବୁରାନ ପୁଲୱାମା ଆକ୍ରମଣର ଜଣେ ଅପରାଧୀ ଥିଲା । ସେ ପାକିସ୍ତାନରେ ଜଣେ ଶିକ୍ଷକ ଭାବରେ ନିଜକୁ ପରିଚୟ ଦେଇଥିଲା ଏବଂ ୨୦୧୯ ମସିହାରୁ ଅନେକ ଆତଙ୍କବାଦୀ ଘଟଣାରେ ଜଡିତ ଥିଲା। ସେ ପିଓକେ ଅଞ୍ଚଳରେ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ତାଲିମ ଦେଉଥିଲା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା। ହମଜା ବୁରାନ ପୁଲୱାମାର ରତ୍ନିପୋରାର ବାସିନ୍ଦା ଥିଲା ଏବଂ ୨୦୧୭ରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବା ପାଇଁ ପାକିସ୍ତାନ ଯାଇଥିଲା ।
ISI କାର୍ଯ୍ୟାଳୟ ଏବଂ ସୁରକ୍ଷା ଯୋଗାଇ ଦେଇଥିଲା - ଆତଙ୍କବାଦୀ ହମଜା ବୁରାନ, ଓରଫ ଡାକ୍ତର, କେବଳ ପୁଲୱାମା ଆକ୍ରମଣ ବ୍ୟତୀତ ଅନ୍ୟ ଆତଙ୍କବାଦୀ ଆକ୍ରମଣରେ ଜଡିତ ନଥିଲା, ବରଂ ଯୁବକମାନଙ୍କୁ ମୌଳବାଦୀକରଣ ଆଡ଼କୁ ପ୍ରଲୋଭିତ କରିବାରେ ମଧ୍ୟ ସାମିଲ ଥିଲା । ଏହି ଉଦ୍ଦେଶ୍ୟରେ ISI ତାଙ୍କୁ ଏକ କାର୍ଯ୍ୟାଳୟ ଯୋଗାଇ ଦେଇଥିଲା, ଏବଂ AK-47 ସହିତ ସଜ୍ଜିତ ବନ୍ଧୁକଧାରୀମାନେ ଏହାକୁ ୨୪ ଘଣ୍ଟା ଜଗି ରହୁଥିଲେ। ମୁଜାଫରାବାଦରେ ହମଜାକୁ ଗୁଳିକରି ହତ୍ୟା କରାଯାଇଛି । ମୁଜାଫରାବାଦ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକାଳପର ଏକ କେନ୍ଦ୍ର ।
ଏହା ବି ପଢନ୍ତୁ...Pahalgam Terror Attack: NIA ଚାର୍ଜସିଟ୍ରେ ବଡ଼ ଖୁଲାସା, ଟୁରିଷ୍ଟ ଗାଇଡ୍ ଚାହିଁଥିଲେ ୨୬ ଜୀବନ ବଞ୍ଚିଥାନ୍ତା
ଫେବୃଆରୀ ୧୪, ୨୦୧୯ ଦିନ ପ୍ରାୟ ୩:୧୫ ସମୟରେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା । ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଏବଂ ସ୍ଥାନୀୟ କାଶ୍ମୀର ଯୁବକ ଆଦିଲ ଅହମ୍ମଦ ଦାର ଏକ ୩୦୦-୩୫୦ କିଲୋଗ୍ରାମ ଆଇଇଡି ବୋଝେଇ ଏସ୍ୟୁଭିକୁ ସିଆରପିଏଫର ଏକ କନଭୟରେ ଧକ୍କା ଦେଇଥିଲେ। ଏଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ୧୯୮୯ ପରଠାରୁ ଏହା ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା । ଏହି ଆକ୍ରମଣ ପାଇଁ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା ।