ନୂଆଦିଲ୍ଲୀ,୨/୭ : କେତନ ଅଗ୍ରଓ୍ବାଲ ହତ୍ୟାକାଣ୍ଡରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣା ଯେତିକି ପୁରୁଣା ହେଉଛି ତା’ର ଖିଅ ଲମ୍ବିଲମ୍ବି ଯାଉଛି । ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଅପଡେଟ୍ ସାମ୍ନାକୁ ଆସିବାରେ ଲାଗିଛି । ପୋଲିସ ବି ସବୁ ଦିଗକୁ ଲକ୍ଷ୍ୟ କରି ତଦନ୍ତ ଚଳାଇଛନ୍ତି ।
ଏବେ କେତନ ଅଗ୍ରଓ୍ବାଲ ହତ୍ୟାକାଣ୍ଡ ଘଟଣାରେ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ପଲିଗ୍ରାଫ ଟେଷ୍ଟ କରିବା ଲାଗି ରାଜି ହୋଇଛନ୍ତି । ଭାରତୀୟ ଆଇନ ଅନୁସାରେ ପଲିଗ୍ରାଫି ଟେଷ୍ଟ କୌଣସି ବି ଅଭିଯୁକ୍ତର ସହମତି ବିନା କରାଯାଇପାରିବ ନାହିଁ । ସିୟା ଗୋୟଲଙ୍କ ଓକିଲ ବିପୁଲ ଦୁସିଂ କହିଛନ୍ତି କି ତାଙ୍କ କ୍ଲାଏଣ୍ଟ ଆଜି ଲୋନାଓ୍ବାଲା ଗ୍ରାମୀଣ ପୁଲିସକୁ ଲିଖିତ ରୂପରେ ଟେଷ୍ଟ ଲାଗି ସହମତି ଦେଇଛନ୍ତି । ଏବେ ପୋଲିସକୁ ଆଶା ଅଛି କି ଏହି ଟେଷ୍ଟରେ କେସର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ମିଳିପାରେ ଏବଂ ଯାଞ୍ଚକୁ ଏକ ନୂଆ ଦିଗ ମିଳିପାରେ । କେଶର ଯାଞ୍ଚ ସେହି ଦିଗରେ ବଢିପାରେ, ଯେଉଁଠାରେ ଅଭିଯୁକ୍ତକୁ ଦୋଷୀ କରାଯାଇପାରିବ ।
ସିୟା ଗୋୟଲଙ୍କ ଓକିଲ ବିପୁଲ ଦୁସିଂଙ୍କ ଅନୁସାରେ, ତାଙ୍କ କ୍ଲାଏଣ୍ଟ ସିୟା ଗୋୟଲ ଗୁରୁବାର ଲୋନାଓ୍ବାଲା ଗ୍ରାମୀଣ ପୋଲିସକୁ ପଲିଗ୍ରାଫ ଟେଷ୍ଟ ଲାଗି ନିଜର ଲିଖିତ ରାଜିନାମା ଦେଇଛନ୍ତି । ସେ କହିଛନ୍ତି କି ଆଇନ ଅନୁସାରେ କୌଣସି ବି ଅଭିଯୁକ୍ତର ପଲିଗ୍ରାଫି ଟେଷ୍ଟ ତାଙ୍କର ସହମତି ବିନା କରାଯାଇପାରିବ ନାହିଁ । ଏହି କାରଣରୁ ପ୍ରଥମେ ଅଭିଯୁକ୍ତର ମଞ୍ଜୁରି ନିଆଯିବ। ପୋଲିସ ଏବେ ଅଦାଲତର ପ୍ରକ୍ରିୟା ପୂରା କରିବା ପରେ ପଲିଗ୍ରାଫ ଟେଷ୍ଟ କରିବାକୁ ପ୍ରସ୍ତୁତି କରିବ ।
ଯାଞ୍ଚ ଅଧିକାରୀଙ୍କ କହିବା ଅନୁସାରେ ଟେଷ୍ଟ ସମୟରେ ହତ୍ୟାକାଣ୍ଡ ସହ ଯୋଡ଼ି ହୋଇଥିବା କେତେକ ଦିଗ ଉପରେ ସୂଚନା ମିଳିପାରେ । ଯାହାର ଏବେ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ । ପ୍ରକାଶ ଯେ, ପୋଲିସ ଘଟଣା ସହ ଯୋଡ଼ି ହୋଇଥିବା କେତେକ ଦିଗକୁ ଯାଞ୍ଚ କରିବାକୁ ପ୍ରୟାସ କରୁଛି । ଏହି ମାମଲାରେ ଏବେ ପର୍ଯ୍ୟନ୍ତ ଅଭିଯୁକ୍ତ ଚେତନ ଏବଂ ସିୟାଙ୍କ ବ୍ୟତିତ କେତେକ ଅନ୍ୟ ଲୋକଙ୍କୁ ବି ପଚରାଉଚରା ହୋଇସାରିଛି । ଏହାସହ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ କେତେକ ଡିଜିଟାଲ ଏବଂ ଫରେନସିକ ତଥ୍ୟକୁ ବି ପୋଲିସ ଏକାଠି କରୁଛି ।