ପୁଣେ, ୪।୭: ହାଇ-ପ୍ରୋଫାଇଲ୍ କେତନ ଅଗ୍ରୱାଲ ହତ୍ୟାକାଣ୍ଡର ରହସ୍ୟ ଖୋଜୁଛି ପୁଲିସ । ମାମଲାରେ ନିୟୋଜିତ ପୁଲିସ ଏବଂ ତଦନ୍ତକାରୀ ସଂସ୍ଥା ହାତରେ ଏକ ବଡ଼ ଡିଜିଟାଲ୍ ପ୍ରମାଣ ଲାଗିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଏବଂ ତାଙ୍କର ଜଣେ ବାନ୍ଧବୀଙ୍କ ମଧ୍ୟରେ ହୋଇଥିବା ଏକ ସନ୍ଦେହଜନକ ସ୍ନାପ୍‌ଚାଟ୍ ପୁଲିସ ହାତରେ ଲାଗିଛି । ଏହି ଚାଟ୍ ସାମ୍ନାକୁ ଆସିବା ପରେ ପୂରା ହତ୍ୟାକାଣ୍ଡ ପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ନେଇ ସନ୍ଦେହ ଦୃଢ଼ ହେବାରେ ଲାଗିଛି । ଏହି ସ୍ନାପ୍‌ଚାଟ୍‌ର ଏକ ସ୍କ୍ରିନସଟ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବିବାହ ଟିକେଟ୍ ବୁକିଂ ଏବଂ ଆଇଡି କାର୍ଡ ମଗାଇବାକୁ ନେଇ ଚାଟିଂ ହୋଇଛି । ସାମ୍ନାକୁ ଆସିଥିବା ସ୍କ୍ରିନସଟ୍ ଅନୁଯାୟୀ, ଗତ ମେ' ୨୪ ରୁ ମେ' ୨୬ ତାରିଖ ମଧ୍ୟରେ ସିୟା ଗୋୟଲ ଏବଂ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏଥିରେ ସିୟା ନିଜ ବାନ୍ଧବୀଙ୍କୁ ଲେଖିଥିଲେ, "ଆଧାର କାର୍ଡର ଆଗ ଓ ପଛ ପାଖର ଫଟୋ ପଠେଇଦେ... ସେହି ବାହାଘର ଟିକେଟ୍ ବୁକିଂ ପାଇଁ, ଯେଉଁ ବାହାଘର କେବେ ହେବାର ହିଁ ନାହିଁ, ତଥାପି ପଠେଇଦେ ।" ଏହାର ଜବାବରେ ବାନ୍ଧବୀ ଜଣକ କହିଥିଲେ, "ଓକେ, ମୁଁ ହ୍ୱାଟ୍ସଆପ୍‌ରେ ପଠଉଛି ।"

ଏହା ବି ପଢ଼ନ୍ତୁ... ବାଥ୍‌ରୁମ୍‌ରେ ଗାତ ଖୋଳି, ସ୍ୱାମୀକୁ ପୋତି ଢଳେଇ ପକେଇଲା ସ୍ତ୍ରୀ; ଦେଢ଼ ମାସ ପରେ ମିଳିଲା ଗଳିତ ଶବ

ତଦନ୍ତକାରୀ ସଂସ୍ଥା ଏବେ ଏହି ସ୍ନାପ୍‌ଚାଟ୍ ଚାଟ୍‌ର ଏହି ଖାସ୍ ଦିଗ ଉପରେ ଗୁରୁତ୍ୱ ଦେଉଛି । ଚାଟ୍‌ରେ ସିୟାଙ୍କର ଏହି କଥା କହିବା ଯେ "ସେହି ବାହାଘର କେବେ ହେବାର ନାହିଁ", ପୁଲିସ ମନରେ ଅନେକ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି । ବିବାହ ପ୍ରସ୍ତୁତି ଏବଂ ଫ୍ଲାଇଟ୍ ଟିକେଟ୍ ବୁକିଂର ନାଟକ କେବଳ ଏଥିପାଇଁ କରାଯାଇଥିଲା କି, ଯେପରି ଆଖପାଖର ଲୋକ ଏବଂ କେତନ ଅଗ୍ରୱାଲଙ୍କ ମନରେ କୌଣସି ପ୍ରକାର ସନ୍ଦେହ ନ ହେଉ ? ପୁଲିସ ଏବେ ଏହାର ଖୋଳତାଡ଼ କରୁଛି । ପୁଲିସ ଏହି ବିନ୍ଦୁ ଉପରେ ମଧ୍ୟ ଗଭୀର ତଦନ୍ତ କରୁଛି ଯେ, କେତନ ଅଗ୍ରୱାଲଙ୍କୁ ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ସିୟା ଗୋୟଲ ଏବଂ ସହ-ଅଭିଯୁକ୍ତ ଚେତନ ଚୌଧୁରୀ ମିଶି ପୂର୍ବରୁ ହିଁ ଏହି ପ୍ରି ପ୍ଲାଣ୍ଡ ଷ୍ଟ୍ରାଟେଜି ପ୍ରସ୍ତୁତ କରି ରଖିଥିଲେ କି ? ତଦନ୍ତ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏହି ସ୍ନାପ୍‌ଚାଟ୍ ଚାଟ୍‌ର ସତ ଏବଂ ହତ୍ୟାକାଣ୍ଡ ସହ ଏହାର ସିଧାସଳଖ ସମ୍ପର୍କ ନେଇ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ । ପୁଲିସ ଏହି ଚାଟ୍‌ର ଡିଜିଟାଲ୍ ଫୁଟ୍‌ପ୍ରିଣ୍ଟ୍ସ ଯାଞ୍ଚ କରୁଛି ଏବଂ ଫୋରେନ୍ସିକ୍ ତଥା ସାଇବର ଟିମ୍‌ର ରିପୋର୍ଟ ଆସିବା ପରେ ହିଁ ଏହି ଦାବିର ପୂରା ସତ ସାମ୍ନାକୁ ଆସିବ ।