ପୁଣେ, ୨୧/୦୫ : ଚଳନ୍ତା କାରରେ ମହିଳା ଓକିଲଙ୍କୁ ଯୌନ ନିର୍ଯାତନା। ପବ୍ ଯିବା ବାଟରେ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କଲେ ୪ ଯୁବକ। ୩ ଜଣଙ୍କୁ ବାନ୍ଧିଲା ପୁଲିସ, ଆଉ ଜଣେ ଫେରାର୍। ପୁଣେର କୋରେଗାଁଓ ପାର୍କରେ ଜଣେ ମହିଳା ଓକିଲଙ୍କ ସହ ଏଭଳି ଯୌନ ଉତ୍ପୀଡ଼ନ ହୋଇଛି। ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ତଦନ୍ତ ଚଳାଇଛି। ଫେରାର୍ ଅଭିଯୁକ୍ତକୁ ପୁଲିସ ଖୋଜୁଛି।
ଅଭିଯୋଗ ଅନୁଯାୟୀ, ବିହାର ପାଟନାର ଜଣେ ଯୁବତୀ ପୁଣେରେ ଲ' ସାରିବା ପରେ ମୁମ୍ଵାଇ ହାଇକୋର୍ଟରେ ଓକିଲାତି କରୁଛନ୍ତି। ସେ କୌଣସି କାମରେ ପୁଣେ ଆସିଥିଲେ। ରବିବାର ସନ୍ଧ୍ୟାରେ ସେ କୋରେଗାଁଓ ପାର୍କ ସ୍ଥିତ ଏକ ଫାଇଭ୍ ଷ୍ଟାର ହୋଟେଲକୁ ଯାଇଥିଲେ। ସେଠାରେ ମାଟ୍ରିମୋନିଆଲ ୱେବସାଇଟ୍ ରୁ ଜଣେ ଯୁବକଙ୍କୁ ଦେଖା କରିବା ପାଇଁ ଡାକିଥିଲେ। ଏକ୍ତ ଯୁବକ ଜଣଙ୍କ ଦୁଇ ମହିଳାଙ୍କ ସହ ହୋଟେଲରେ ପହଞ୍ଚିଥିଲେ। ଓକିଲଙ୍କ ସହ ଦେଖା ସାକ୍ଷାତ କରି ସେଠାରୁ ଚାଲି ଯାଇଥିଲେ। ଏହାପରେ ଯୁବତୀ ଜଣଙ୍କ ସେଠାରେ ବସି ମଦ ପିଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ଯୁବକଙ୍କ ସହ ଦୋସ୍ତି ହୋଇଥିଲା। ଏହାପରେ ସମସ୍ତେ ନିକଟସ୍ଥ ପବ୍ କୁ ଯିବାକୁ ପ୍ଲାନ୍ କରିଥିଲେ।
ସମସ୍ତେ ଏକ କାର୍ ଯୋଗେ ନିଶାସକ୍ତ ଅବସ୍ଥାରେ ପବ୍ କୁ ଯିବାକୁ ବାହାରି ପଡିଥିଲେ। ହେଲେ କାର୍ ଭିତରେ ଥିବା ୪ ଯୁବକ ଯୁବତୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏଥିରେ ଯୁବତୀ ଜଣଙ୍କୁ କ୍ଷୁବ୍ଧ ହୋଇ ଗାଡିରୁ ଓହ୍ଲାଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଥାନାକୁ ଯାଇ ଅଭିଯୋଗ କରିଥିଲେ। କୋରେଗାଁଓ ପାର୍କ ପୁଲିସ ଏହି ଘଟଣାରେ ସଂପୃକ୍ତ ୩ ଯୁବକଙ୍କୁ ଗିରଫ କରିଛି। ବାକି ଜଣେ ଫେରାର୍ ହୋଇଯାଇଛି। ପୁଲିସ ଫେରାର୍ ଯୁବକଙ୍କୁ ଖୋଜୁଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।
ଏହି ଖବରଟିକୁ ପଢନ୍ତୁ- Sex Racket Busted: ଭଡ଼ା ଘରେ ଚାଲିଥିଲା ସେକ୍ସ ର୍ୟାକେଟ, ପୁଲିସର ରେଡ୍ ବେଳେ ୫ ଦେହଜୀବୀ ଉଦ୍ଧାର, କିଙ୍ଗପିନ୍ ସହ ୪ ଗ୍ରାହକ ଗିରଫ