ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

IPL-2025: ବର୍ଷା ପାଇଁ ରଦ୍ଧ ହେଲା ପଞ୍ଜାବ-କୋଲକାତା ମ୍ୟାଚ୍; ଦୁଇ ଟିମକୁ ମିଳିଲା ୧-୧ ପଏଣ୍ଟ

Published By : Bijay Swain | April 26, 2025 11:27 PM

Image courtesy: bcci

ନୂଆଦିଲ୍ଲୀ: ବର୍ଷା ଯୋଗୁଁ ଆଇପିଏଲର ୪୪ତମ ମ୍ୟାଚ୍ ବାତିଲ ହୋଇଯାଇଛି। ଶନିବାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ପଞ୍ଜାବ ୨୦୧ ରନ କରିଥିଲା। କୋଲକାତା ଗୋଟିଏ ଓଭର ବ୍ୟାଟିଂ କରିଥିଲା ବେଳେ ବର୍ଷା ଆରମ୍ଭ ହୋଇଗଲା। ବର୍ଷା ଯୋଗୁଁ ମ୍ୟାଚ୍ ପୁନରାରମ୍ଭ ହୋଇପାରିଲା ନାହିଁ। ତେଣୁ ଉଭୟ ଦଳକୁ ୧-୧ ପଏଣ୍ଟ ଦିଆଯାଇଛି।

ପଞ୍ଜାବ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୪ ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା। ପ୍ରଭସୀମରନ ସିଂହ ୮୩ ଏବଂ ପ୍ରିୟାନ୍ସ ଆର୍ଯ୍ୟା ୬୯ ରନ ସ୍କୋର କରିଥିଲେ। କେକେଆର ପକ୍ଷରୁ ବୈଭବ ଆରୋରା ୨ଟି ୱିକେଟ ନେଇଥିଲେ। କୋଲକାତା ୧ ଓଭର ପରେ ବିନା କ୍ଷତିରେ ୭ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସୁନୀଲ ନରେନ ଏବଂ ରହମାନୁଲ୍ଲା ଗୁରବାଜ ଇନିଂସ ଓପନ କରିବାକୁ ଆସିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.