ହରଭଙ୍ଗା, ୨୪।୧୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୫୭ ନଂ ଜାତୀୟ ରାଜପଥ ପୁରୁଣାକଟକ ଠାରୁ ଧଳପୁର ଜଗନ୍ନାଥ ସଡ଼କକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଉଦୟପୂର ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉକ୍ତ ୧୨ କିଲୋମିଟର ୫ ଶହ ମିଟର ରାସ୍ତା ପାଇଁ ୬ କୋଟି ୬୨ଲକ୍ଷ ୯୦୮ ଟଙ୍କା ବ୍ୟୟ ବରାଦ କରାଯାଇଛି।
ହରଭଙ୍ଗା ବ୍ଲକ ରେ କୃଷ୍ଣ ପାଲି ଛକ ଠାରୁ ରାମଗଡ଼ ଜଗନ୍ନାଥ ସଡ଼କ ପର୍ଯ୍ୟନ୍ତ ନୂତନ ରାସ୍ତା ସହିତ ଅନ୍ୟ ତିନୋଟି ରାସ୍ତା ମଂଜୁର ହୋଇଥିବା, କୁକୁଟେ ସ୍ୱର ଚେକ ଡ୍ୟାମ ପାଇଁ ଉନ୍ନତିକରଣ, ପାନୀୟ ଜଳ, ଧଳପୁର -ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ ହେବାକୁ ଥିବା ବାଇପାସ ରାସ୍ତା ଜମି ଅଧିଗ୍ରହଣ ଚାଲୁ ରହିଛି ଓ ଖୁବ ଶୀଘ୍ର କାର୍ଯ୍ୟ ହେବ ବୋଲି ବିଧାୟକ କହିଥିଲେ। ଏହି ଭିତ୍ତି ପ୍ରସ୍ତର ସ୍ଥାପନରେ ମୁଖ୍ୟ ସଚେତକଙ୍କ ସମେତ କନ୍ଧମାଳ ବିଧାୟକ ଉମା ଚରଣ ମଲ୍ଲିକ,ପୂର୍ତ୍ତ ଭିଭାଗ ଏସି ସନ୍ଦୀପ କୁମାର ଛୁଆଳସିଂ, ଏସଡିଓ ସଞ୍ଜୟ କୁମାର ପ୍ରଧାନ, ଯନ୍ତ୍ରୀ ବିନୋଦ କୁମାର ଲାକରା ଙ୍କ ସମେତ ବିଭାଗୀୟ କର୍ମଚାରୀ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ l