ନୂଆଦିଲ୍ଲୀ,୧୦/୧୦: ଟ୍ରେନରେ ବୋମା ଆତଙ୍କ । ଆତଙ୍କବାଦୀମାନେ ବିସ୍ଫୋରକ ନେଇଯାଉଥିବା ନେଇ ଧମକ । ଏନେଇ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ଆଜି ସକାଳେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍। ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାଯ୍ୟରେ ଟ୍ରେନରେ ଯାଞ୍ଚ କରାଯାଇଥିବା ବେଳେ ଟ୍ରେନରୁ କିଛି ବିସ୍ପୋରକ ସାମଗ୍ରୀ ମିଳିନଥିବା ସୂଚନା ମିଳିଛି । ସେପଟେ ଏହି ଧମକ ନେଇ ଭୟଭୀତ ଯାତ୍ରୀ ।
ସୂଚନା ମୁତାବକ, କିଛି ସଦିଗ୍ଧ ଆତଙ୍କବାଦୀ ବିସ୍ଫୋରକ ସାମଗ୍ରୀ ସହିତ ଟ୍ରେନରେ ଯାତ୍ରା କରୁଛନ୍ତି ନେଇ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସୂଚନା ମିଳିଥିଲା। ଏଥିସହ ଆତଙ୍କବାଦୀ ବିସ୍ଫୋରକ ସମାଗ୍ରୀକୁ ଏୟାର ଇଣ୍ଡିଆ ଦିଲ୍ଲୀ-ଲେହ ବିମାନରେ ଲଗାଇବେ ବୋଲି ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ. ସମସ୍ତ କୋଚରେ ଥିବା ଯାତ୍ରୀଙ୍କ ମଧ୍ୟରେ ସଙ୍ଗେ ସଙ୍ଗେ ଆତଙ୍କ ଖେଳିଯାଇଥିଲ। ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ ପରେ କିଛି ମିଳି ନଥିଲା। ତେବେ କିଏ ଓ କାହିଁକି ସୋସିଆଲ ମିଡିଆରେ 'X'ରେ ଏପରି ମିଛ ସୂଚନା ଦେଇଥିଲା ତାହା ଜଣାପଡ଼ିନାହିଁ। ରେଳ ବିଭାଗ ଘଟଣାର ତଦନ୍ତ ଜାରି ରଖିଛି ।