ପାଟନା : ବିହାର ନିର୍ବାଚନରେ ଏନଡିଏର ଝଡ଼ରେ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି। ତେଜସ୍ୱୀ ଯାଦବଙ୍କ ଆରଜେଡି ଓ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ସହ ହିଁ ଆଉ ଜଣେ ଚର୍ଚ୍ଚିତ ନାମ ପୁଷ୍ପମ ପ୍ରିୟା ମଧ୍ୟ ମଧ୍ୟ କୌଣସି ଯାଦୁ ଦେଖାଇ ପାରି ନାହାନ୍ତି। ଦ ପ୍ଲୁରଲ୍ସ ପାର୍ଟି କୌଣସି ବି ସିଟ୍ରେ ଖାତା ଖୋଲି ପାରି ନାହିଁ। ସେପଟେ, ନିଜେ ପୁଷ୍ପମ ପ୍ରିୟା ନିଜର ସିଟ୍ରେ ୮ମ ସ୍ଥାନରେ ରହିଛନ୍ତି। ଶକ୍ତ ପରାଜୟ ପରେ ସେ ଇଭିଏମ୍ ଉପରେ ଦୋଷ ଦେଇ କହିଛନ୍ତି ଯେ, ତାଙ୍କୁ ତାଙ୍କର ମାଆ ଓ ପରିବାରର ଲୋକେ ମଧ୍ୟ ଭୋଟ ଦେଇ ନାହାନ୍ତି।
ଦରଭଙ୍ଗା ସିଟ୍ରେ ଲଢିଥିବା ପୁଷ୍ପମ ପ୍ରିୟାଙ୍କୁ ପାଖାପାଖି ୧୪୦୩ଟି ଭୋଟ ମିଳିଛି। ଏଠାରୁ ପୁଣି ଥରେ ବିଜେପିର ସଞ୍ଜୟ ସରାବଗୀ ବିଜୟ ହାସଲ କରିଛନ୍ତି। ଫଳାଫଳ ଘୋଷିତ ହେବା ପରେ ପୁଷ୍ପମ ପ୍ରିୟା ଏକ୍ସରେ କହିଛନ୍ତି ଯେ, ତାଙ୍କର ପଡୋଶୀ ଓ ସଂପର୍କୀୟଙ୍କ ଭୋଟ୍ ତାଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର ହୋଇ ନାହିଁ। ପୁଷ୍ପମ ପ୍ରିୟା କହିଛନ୍ତି ଯେ, ତାଙ୍କ ପାଇଁ ଗଣାଯାଇ ଥିବା ହଜାର ହଜାର ଭୋଟ୍ ତାଙ୍କୁ ମିଳି ନାହିଁ। ସେ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ଗଡ଼ବଡ଼ର ପ୍ରମାଣ ଅଛି।
ପୁଷ୍ପମ ପ୍ରିୟା ଏକ୍ସରେ ଲେଖିଛନ୍ତି , ଇଭିଏମ୍ ରିଗିଙ୍ଗର ଏହିଥର ମୋର ମାଆ , ପରିବାର ଓ ପଡୋଶୀର ସଂପର୍କୀୟଙ୍କ ଯାଏ ଭୋଟ୍ ବିଜେପି ପ୍ରାର୍ଥୀକୁ ଟ୍ରାନ୍ସଫର ହୋଇଛି। ପ୍ରତି ବୁଥରେ ଶହ ଶହ ଭୋଟ୍ ମ୍ୟାନିପୁଲେସନର ସ୍ପଷ୍ଟ ପ୍ରମାଣ। ଭୋଟର ଆଶ୍ଚର୍ଯ୍ୟ ଯେ ଭୋଟ କୁଆଡେ ଗଲା ? ଯେଉଁଠି ଶହ ଶହ ଭୋଟ୍ ମିଳିଛି ସେହି ବୁଥ୍ ଗୁଡ଼ିକରେ ମଧ୍ୟ ସଂଖ୍ୟା ୦-୨ ରୁ ୫-୭ ଯାଏ ! ପ୍ରତି ବୁଥ ଗୋଟିଏ ପ୍ରକାରର ଢାଞ୍ଚା ! ପରିସଂଖ୍ୟାନ ଦୃଷ୍ଟିରୁ ମଧ୍ୟ ଅସମ୍ଭବ ! ବୋଧହୁଏ ଯାହାଙ୍କୁ ଇଭିଏମ୍ ମ୍ୟାନିପୁଲେଟ୍(ହେରଫେର) କରିବାର ଦାୟିତ୍ୱ ଦିଆ ଯାଇ ଥିଲା ତାଙ୍କୁ କୁହାଯାଇ ନଥିଲା ଯେ, ଏହିଥର ମୁଁ ନିଜର ଜନ୍ମସ୍ଥାନରୁ ନିର୍ବାଚନ ଲଢୁଛି, ଯେଉଁଠାରେ ମୋର ହଜାର ହଜାର ଭୋଟ୍ ଅଛି, ଏହିଥର ଆପଣ ମାନେବଡ଼ ଭୁଲ୍ କରିଛନ୍ତି।