ନୂଆଦିଲ୍ଲୀ,୨୨/୦୨; ଆଉ କିଛି ଘଣ୍ଟାର ଅପେକ୍ଷା । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ ସୁପର-୮ ରାଉଣ୍ଡରେ ଭାରତ ବନାମ ସାଉଥ୍ ଆଫ୍ରିକା ମଧ୍ୟରେ ହେବ ଫାଇଟ୍ । ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକା ଷ୍ଟାର ୱିକେଟକିପର-ବ୍ୟାଟର କ୍ୱିଣ୍ଟନ୍ ଡି କକ୍ ୨୦୨୪ ଫାଇନାଲ ପରାଜୟ ଉପରେ ନୀରବତା ଭାଙ୍ଗିଛନ୍ତି । ଦଳର ଏକ ରାଜ ଖୋଲିଛନ୍ତି ଡି କକ୍ । ସେ କହିଛନ୍ତି ଯେ, ଦଳର କୌଣସି ଖେଳାଳି କେବେ ସେହି ମ୍ୟାଚ୍ ବିଷୟରେ କଥା ହେବାକୁ ଚାହାଁନ୍ତି ନାହିଁ । ସେହି ପରାଜୟକୁ ଦଳ ଭୁଲି ଯାଇଛି । କିନ୍ତୁ ଭାରତଠୁ ସେହି ପରାଜୟ କଥା ଭାବିଲେ ଭାରି କଷ୍ଟ ହୁଏ ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା । ଫାଇନାଲରେ ଦ.ଆଫ୍ରିକା ଦୃଢ ସ୍ଥିତିରେ ଥିଲା । ରନ୍ ଚେଜ୍ ସମୟରେ ୩୦ ବଲରୁ ମାତ୍ର ୩୦ ରନ୍ ଦରକାର ଥିଲା । ହେନରିଚ୍ କ୍ଲାସେନ୍ ବ୍ୟାଟିଂ କରୁଥିଲେ । ଭାରତୀୟ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଅକ୍ଷର ପଟେଲ ଗୋଟିଏ ଓଭରରେ ୨୪ ରନ୍ ଦେଇଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୭ ତମ ଓଭରରେ କ୍ଲାସେନଙ୍କୁ ଆଉଟ୍ କରିଥିଲେ । ଯାହା ଭାରତକୁ ଆଶ୍ୱସ୍ତି ଦେଇଥିଲା । ଶେଷ ୩ ଓଭରରେ ଦ.ଆଫ୍ରିକା ଖେଳ ଶେଷ ହୋଇଥିଲା । ୭ ରନ୍‌ରେ ଜିତି ବିଶ୍ୱ ବିଜୟୀ ହୋଇଥିଲା ଭାରତ ।

କ୍ୱିଣ୍ଟନ୍ ଡି କକ୍ କହିଛନ୍ତି, ସତ କହିବାକୁ ଗଲେ, ସେହି ଖେଳ ପରେ ଆମେ ସେ ବିଷୟରେ ଭୁଲି ଯାଉଥିଲୁ । ଆମ ମାନଙ୍କ ମଧ୍ୟରୁ କେହି ସେହି ବିଷୟରେ କଥା ହେବାକୁ ଚାହୁଁନଥିଲୁ । ଆମେ ପରାଜୟର ସମୀକ୍ଷା କରିଥିଲୁ । ଆମେ ଆଉ କେବେ ବି ସେହି ବିଷୟରେ କଥା ହୋଇନାହୁଁ । ''ଦକ୍ଷିଣ ଆଫ୍ରିକା ଭାରତକୁ ମୁକାବିଲା କରିବା କିମ୍ବା ଫାଇନାଲରେ ପରାସ୍ତ କରିବା ପାଇଁ ସର୍ବୋତ୍ତମ ଦଳ କି ବୋଲି ପଚରାଯିବାରୁ ଡି କକ୍ କହିଥିଲେ, "ନା, ମୁଁ ସେପରି ଭାବୁନାହିଁ। ମୁଁ ଭାବୁଛି ବିଶ୍ୱକପରେ ଯେ କୌଣସି ଦଳକୁ ଫେଭରିଟ୍ କୁହାଯାଇପାରିବ ନାହିଁ, କାରଣ ଯେକୌଣସି ଖେଳାଳି ମ୍ୟାଚ୍ର ମୋଡ଼ ବଦଳାଇ ପାରିବେ। ବିଶେଷକରି ଟି-୨୦ ବିଶ୍ୱକପରେ, କାରଣ ଜଣେ ଖେଳାଳି ମାତ୍ର ଦୁଇ କିମ୍ବା ତିନି ଓଭରରେ ମ୍ୟାଚ୍‌କୁ ଓଲଟାଇ ଦେଇପାରେ । ତେଣୁ ମୁଁ କହିବି ନାହିଁ ଯେ କୌଣସି ଦଳ ଫେଭରିଟ୍ ।

ଏହା ବି ପଢନ୍ତୁ...ସୁପର-୮ ଫାଇଟ୍ ପୂର୍ବରୁ ଅଭିଷେକ-ଗମ୍ଭୀରଙ୍କ 'ସିକ୍ରେଟ୍ ସେସନ୍', ୩ ନେଟ୍ସରେ ୧୫-୧୫ ମିନିଟ୍ର ଫ୍ରାକ୍ଟିସ