ଭୁବନେଶ୍ଵର, ୦୭/୦୧ : ମୂଳା ଖାଇଲେ ଗ୍ୟାସ୍ ହୁଏ। ସାଧାରଣତଃ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଥାଏ। ଗ୍ୟାସ୍, ଏସିଡିଟି ଓ ଫେଟ ଫୁଲିବା ଯୋଗୁଁ କିଛି ଲୋକ ଏହାକୁ ଖାଆନ୍ତି ନାହିଁ। ହେଲେ ମୂଳାକୁ ଠିକ୍ ଉପାୟରେ ମୂଳା ଖାଇଲେ ଆଦୌ ଗ୍ୟାସ୍ ହେବ ନାହିଁ।
ମୂଳାକୁ ପୋଷକ ତତ୍ତ୍ଵର ଭଣ୍ଡାର କୁହାଯାଏ। ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ସି, ଫାଇବର୍ ଏବଂ ପୋଷକ ତତ୍ତ୍ଵ ଥାଏ। ହ୍ୟୁମାନ ନ୍ୟୁଟ୍ରୋସନ୍ ଆଣ୍ଡ୍ ମେଟାବଲିଜିମ୍ ଷ୍ଟଡି ଅନୁସାରେ, ପୋଷକ ତତ୍ତ୍ଵ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ। ଡାଇବେଟିସ୍ କମାଏ। ମୂଳାରେ ଜଳୀୟ ଅଂଶ ବି ଥାଏ। ଏହା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ ଏଥିରେ ଫାଇବର ଥିବାରୁ ପେଟ ସୁସ୍ଥ ରୁହେ।
କେଉଁ ପ୍ରକାରର ମୂଳା ସବୁଠୁ ଭଲ ?
ଭାରତରେ ଅଧିକାଂଶ ଧଳା ମୂଳା ଖାଆନ୍ତି। ହେଲେ ନାଲି ମୂଳାରେ କଡ଼ା ସ୍ୱାଦ ଥାଏ। ଏହି କାରଣରୁ ଅଧିକାଂଶ ଲୋକ ଏହାକୁ ନାପସନ୍ଦ କରୁଛନ୍ତି। ସେହିପରି ଧଳା ମୂଳାରେ ଅଧିକ ପାଣି ଥିବାରୁ ଏହା ଜଲଦି ହଜମ ହୋଇଯାଏ।
ମୂଳା ତରକାରି
ଗ୍ୟାସ୍ ନହେବାରୁ ବର୍ତ୍ତିବାକୁ ମୂଳାକୁ ଠିକ୍ ଢଙ୍ଗରେ ଖାଇବା ଉଚିତ୍। ଏଥିରେ ଲାଇଟ୍ ୱେଟ୍ ଖାଦ୍ୟ ତିଆରି କରନ୍ତୁ। ତେଲ ମସଲା ଦେଇ ମୂଳାକୁ ଭାଜି ଖାଇଲେ ପେଟ ସମସ୍ୟା ବଢେ। ଏଥିପାଇଁ ମୂଳାକୁ ସିଝାଇ କିମ୍ଵା ଫ୍ରାଇ କରି ଖାଇବା ଉଚିତ୍। ଏହାଦ୍ଵାରା ଗ୍ୟାସ୍ ସମସ୍ୟା ଦୂର ହୁଏ। ସେହିପରି ମୂଳାକୁ ଆଚାର କିମ୍ଵା ଫର୍ମେଣ୍ଟ କରି ଖାଇପାରିବେ। ଏହି ପ୍ରୋସେସ୍ କାରଣରୁ ପ୍ରୋବାୟୋଟିକ୍ସ ବଢେ। ପାଚନ କ୍ରିୟା ବଢେ। ମୂଳାକୁ କାଟି ଆପଲ ସାଇଡର୍ ଭିନେଗାରରେ ମ୍ୟାରିନେଟ୍ କରି ଲୁଣ ଓ ଚିନି ଦେଇ ଆଚାର ପ୍ରସ୍ତୁତ କରି ଖାଅନ୍ତୁ। ଏହାଦ୍ଵାରା ପେଟ ସମସ୍ୟା ଦୁର ହୁଏ। ସେହିଭଳି ମୂଳା ସହ ଲେମ୍ଵୁ ଓ ଅଦା ଖାଇଲା ପାଚନ ତନ୍ତ୍ର ସୁସ୍ଥ ରୁହେ। ମୂଳା ସାଲାଡ୍ ରେ ଗୋଲମରିଚ ପକାଇ ଖାଇଲେ ପେଟ ଠିକ୍ ରୁହେ।