୨୦୨୬ ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଚୈତ୍ର ନବରାତ୍ରିର ଦ୍ୱିତୀୟ ଦିନ। ଆଜି ମା’ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନାର ବିଧି ରହିଛି । ପଞ୍ଚାଙ୍ଗ ଅନୁସାରେ ଆଜି ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଚନ୍ଦ୍ରମା ନିଜ ରାଶି ମୀନରେ ଗୋଚର କରୁଛନ୍ତି । ରେବତୀ ନକ୍ଷତ୍ରର ପ୍ରଭାବ ଯୋଗୁଁ ଆଜିର ଦିନଟି ସମସ୍ତଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ସକାଳ ୧୦:୫୮ରୁ ମଧ୍ୟାହ୍ନ ୧୨:୨୯ ପର୍ଯ୍ୟନ୍ତ 'ରାହୁକାଳ' ରହିବ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କିମ୍ବା ଆର୍ଥିକ କାରବାର କରନ୍ତୁ ନାହିଁ ।

ରାଶିଫଳ:

ମେଷ: ଆଜି ଆପଣଙ୍କ ପାଇଁ ଧୈର୍ଯ୍ୟର ଦିନ। ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ବୈଦେଶିକ ବାଣିଜ୍ୟରେ ଥିବା ବ୍ୟକ୍ତି ଲାଭବାନ ହେବେ।

ଶୁଭ ରଙ୍ଗ: ଧଳା ଓ ଗୋଲାପି, ଶୁଭ ଅଙ୍କ: ୯

ବୃଷ: ଆର୍ଥିକ ଦୃଷ୍ଟିରୁ ଆଜି ଦିନଟି ଅତ୍ୟନ୍ତ ଶୁଭ। ଏକାଦଶ ଚନ୍ଦ୍ର ଆପଣଙ୍କୁ ପୁରୁଣା ନିବେଶରୁ ଲାଭ ଦେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

ଶୁଭ ରଙ୍ଗ: କ୍ରିମ୍ ଓ ଆକାଶୀ, ଶୁଭ ଅଙ୍କ: ୬

ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଦଶମ ଚନ୍ଦ୍ର ଆପଣଙ୍କୁ ନେତୃତ୍ୱ ନେବାର ସୁଯୋଗ ଦେବ । ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ ।

ଶୁଭ ରଙ୍ଗ: ସବୁଜ ଓ ହଳଦିଆ, ଶୁଭ ଅଙ୍କ: ୫

କର୍କଟ: ଭାଗ୍ୟ ଆଜି ଆପଣଙ୍କ ସାଥ୍ ଦେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ଦୂର ଯାତ୍ରା ସଫଳ ହେବ । ପରିବାରରେ ହସଖୁସିର ମାହୋଲ ରହିବ ।

ଶୁଭ ରଙ୍ଗ: ଧଳା ଓ କ୍ରିମ୍, ଶୁଭ ଅଙ୍କ: ୨

ସିଂହ: ଅଷ୍ଟମ ଚନ୍ଦ୍ର ଯୋଗୁଁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଗୁପ୍ତ ଶତ୍ରୁମାନଙ୍କଠାରୁ ସାବଧାନ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ବିବାଦ ଦେଖାଦେଇପାରେ ।

ଶୁଭ ରଙ୍ଗ: ନାଲି ଓ ସୁବର୍ଣ୍ଣ, ଶୁଭ ଅଙ୍କ: ୧

କନ୍ୟା: ଦାମ୍ପତ୍ୟ ଜୀବନରେ ସୁଖ ସନ୍ତୋଷ ମିଳିବ। ବ୍ୟବସାୟିକ ସାଥୀଙ୍କ ସହଯୋଗରେ ବଡ଼ କାମ ହାସଲ କରିବେ। ସାମାଜିକ କ୍ଷେତ୍ରରେ ସମ୍ମାନିତ ହେବେ ।

ଶୁଭ ରଙ୍ଗ: ଗାଢ଼ ସବୁଜ । ଶୁଭ ଅଙ୍କ: ୫

ତୁଳା: ଶତ୍ରୁମାନେ ପରାଜିତ ହେବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଶୁଭ ରଙ୍ଗ: ରୂପେଲି ଓ ଧଳା, ଶୁଭ ଅଙ୍କ: ୭

ବିଛା: ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ । ପ୍ରେମ ସମ୍ପର୍କ ନିବିଡ଼ ହେବ । କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଖୁବ୍ ଭଲ ।

ଶୁଭ ରଙ୍ଗ: ନାଲି ଓ ହଳଦିଆ, ଶୁଭ ଅଙ୍କ: ୯

ଧନୁ: ଘରୋଇ ସୁଖଶାନ୍ତି ବୃଦ୍ଧି ପାଇବ । ନୂଆ ଯାନବାହନ କିମ୍ବା ସମ୍ପତ୍ତି କିଣିବା ପାଇଁ ଯୋଜନା କରିପାରନ୍ତି । ମା’ ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

ଶୁଭ ରଙ୍ଗ: ହଳଦିଆ ଓ ଗେରୁଆ । ଶୁଭ ଅଙ୍କ: ୩

ମକର: ଆପଣଙ୍କ ସାହସ ଓ ପରାକ୍ରମ ବୃଦ୍ଧି ପାଇବ । ଭାଇଭଉଣୀଙ୍କ ସହଯୋଗ ମିଳିବ । କ୍ଷୁଦ୍ର ଯାତ୍ରା ଲାଭଦାୟକ ହେବ । ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଶୁଭ ଦିନ ।

ଶୁଭ ରଙ୍ଗ: ନୀଳ ଓ କଳା । ଶୁଭ ଅଙ୍କ: ୮

କୁମ୍ଭ: ଆର୍ଥିକ ସ୍ଥିତି ମଜବୁତ ହେବ । ପରିବାର ସହିତ ଭଲ ସମୟ କଟିବ। ନିବେଶରୁ ଉତ୍ତମ ଲାଭ ମିଳିବ। ମିଠା କଥା କହି କାମ ହାସଲ କରିବେ।

ଶୁଭ ରଙ୍ଗ: ବାଇଗଣୀ ଓ ନୀଳ । ଶୁଭ ଅଙ୍କ: ୮

ମୀନ: ନିଜ ରାଶିରେ ଚନ୍ଦ୍ରମା ଥିବାରୁ ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସ ବଢ଼ିବ । ବ୍ୟକ୍ତିତ୍ୱର ବିକାଶ ହେବ । ନୂଆ ବ୍ୟବସାୟ ଆରମ୍ଭ ପାଇଁ ଶ୍ରେଷ୍ଠ ସମୟ ।

ଶୁଭ ରଙ୍ଗ: ହଳଦିଆ ଓ ସଫେଦ । ଶୁଭ ଅଙ୍କ: ୩

ବିଶେଷ ପ୍ରତିକାର: ନବରାତ୍ରିର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଚିନି କିମ୍ବା ଧଳା ମିଠା ଭୋଗ ଲଗାନ୍ତୁ । ଏହା ଦ୍ୱାରା ବୌଦ୍ଧିକ ଶକ୍ତି ବୃଦ୍ଧି ପାଇବା ସହ ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବ ।