ନୂଆଦିଲ୍ଲୀ : ଗୁରୁବାର ସଂସଦରେ ପାରିତ ହେବ ମହିଳା ସଂରକ୍ଷଣ ବିଲ୍ । ଏହା ପୂର୍ବରୁ ଏହି ଐତିହାସିକ ବିଲକୁ ନେଇ ଅନେକ ପ୍ରଂଶସା କରୁଛନ୍ତି । ତେବେ ଏହି ବିଲ୍ ପାରିତ ହେବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ନିଜର ଯୁକ୍ତିରେ ଓବିସିଙ୍କ ପାଇଁ ଯୁକ୍ତି ବାଢ଼ିଛନ୍ତି । ରାହୁଲ କହିଛନ୍ତି ଯେ ଏହି ସଂଶୋଧନ ପ୍ରକୃତରେ ସୀମା ନିର୍ଦ୍ଧାରଣ ଏବଂ ନିର୍ବାଚନମଣ୍ଡଳୀର ମନମୁଖୀ ପୁନର୍ଗଠନ ମାଧ୍ୟମରେ କ୍ଷମତା ହାସଲ କରିବାର ଏକ ପ୍ରୟାସ। ଓବିସି, ଦଳିତ ଏବଂ ଆଦିବାସୀଙ୍କ ଅଂଶ ଚୋରି ହେବାକୁ ଦେବେ ନାହିଁ। ଦକ୍ଷିଣ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଛୋଟ ରାଜ୍ୟଗୁଡ଼ିକ ପ୍ରତି କୌଣସି ଅନ୍ୟାୟ କରିବାକୁ ଦେବେ ନାହିଁ।

ସେପଟେ ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି, ମହିଳା ସଂରକ୍ଷଣ ବିଖୁ ସମର୍ଥନ କରୁଛନ୍ତି । କିନ୍ତୁ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରୁଛନ୍ତି । "ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ହେରଫେର ହୋଇଛି," ସେ କହିଛନ୍ତି। "ସରକାରଙ୍କ ପଦକ୍ଷେପ ରାଜନୈତିକ ଭାବରେ ପ୍ରେରିତ।" ସଂସଦର ସମସ୍ତ ବିରୋଧୀ ଦଳ ଏକତ୍ରିତ ହୋଇ ବିଲ୍କୁ ବିରୋଧ କରିବେ। ଜୟରାମ ରମେଶ କହିଛନ୍ତି ଯେ ବିରୋଧୀ ଦଳ ବର୍ତ୍ତମାନର ଲୋକସଭା ସଦସ୍ୟ ସଂଖ୍ୟା ୫୪୩ ଆଧାରରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ଚାହାଁନ୍ତି, ଯାହା ୨୦୨୯ ସୁଦ୍ଧା କାର୍ଯ୍ୟକାରୀ ହେବ।

ଏହାସହ ପଢ଼ନ୍ତୁ : ଲକ୍ଷ୍ନୌକୁ ୫ ଓ୍ବିକେଟରେ ହରାଇଲା RCB