ନୂଆଦିଲ୍ଲୀ : ଜିତିଲା ବେଙ୍ଗାଲୁରୁ । ଲକ୍ଷ୍ନୌକୁ ୫ ସ୍ବିକେଟରେ ହରାଇଲା RCB। ୧୪୯ ରନର ବିଜୟ ଲକ୍ଷ୍ୟକୁ ୧୫ ଓଭର ୧ ବଲରେ ଜିତି ନେଇଛି ବେଙ୍ଗାଲୁରୁ । ବିରାଟ କୋହଲି ୪୯ ରନର ପାଳି ଖେଳିଥିବାବେଳେ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଜିତେଲ ଶର୍ମା ୨୩ ରନ୍ କରିଛନ୍ତି । ସେପଟେ ଲକ୍ଷ୍ନୌ ପକ୍ଷରୁ ପ୍ରିନ୍ସ ଯାଦବ ୩ ଏବଂ ଆଭେଶ ଖାନ ୨ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ଦଳର ବାକି ବୋଲର ଓ୍ବିକେଟ୍ ଲେସ୍ ରହିଛନ୍ତି ।
୧୪୭ ରନକୁ ପିଛା କରୁଥିବାବେଳେ ୧୫.୧ ବଲରେ ଜିତି ନେଇଛି ବେଙ୍ଗାଲୁରୁ । କୋହଲିଙ୍କ ବ୍ୟତିତ ଫିଲ୍ ସଲ୍ଟ ୭, ପାଡିକଲ ୧୦, ଅଧିନାୟକ ପଟିଦାର ୧୦ ବଲରୁ ୨୭, ଟିମ ଡେଭିଡ ୮ ବଲରୁ ୨୭ ଏବଂ ସେଫର୍ଡ ମଧ୍ୟ ୮ ବଲରୁ ୨୭ ରନ୍ କରିବାରେ ସକ୍ଷମ ହୋଇଥିଲେ । ଦଳର ବୋଲିଂ ଯେଭଳି ସୁଦୃଢ଼ ହୋଇଥିଲା ବ୍ୟାଟିଂରେ ବ୍ୟାଟ୍ସମ୍ୟାନମାନେ ମଧ୍ୟ କମାଲ କରିଥିବାବେଳେ ସହଜରେ ବିଜୟ ହାସଲ କରିଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା RCB । ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଅଲଆଉଟ ହୋଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା । ଯଦିଓ ଦଳର ଦୁଇ ଓପନର ମାକ୍ରମ ଏବଂ ମାର୍ସ ଭଲ ଆରମ୍ଭ କରିଥିଲେ ତତାପି ଦଳର ବାକି ଖେଳାଳି ବିଫଳ ହୋଇଥିଲେ । ଦଳ ପକ୍ଷରୁ ଆୟୂଷ ବଦୋନି ୩୮, ମୁକୁଲ ଚୌଧୁରୀ ୩୯ ରନ କରିଥିଲେ । ଏହାସହ ମାକ୍ରମ ୧୨ ରନ କରିଛନ୍ତି । କାବି କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ସେପଟେ ଆରସିବି ପକ୍ଷରୁ ଭୁବନେଶ୍ବର କୁମାର ୩, କୃନାଲ ପାଣ୍ଡ୍ୟା ୨ ଏବଂ ହାଜେଲହୁଡ ଗୋଟିଏ ଓ୍ବିକେଟ୍ ନେଇଥିଲେ ।
ଏହାସହ ପଢ଼ନ୍ତୁ : ଓଏଏସ୍ (କନିଷ୍ଠ ବର୍ଗ ) ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ଜାରି