ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ବିହାରର ଦରଭଙ୍ଗାରେ ଏମିତି କଣ ଭୁଲ କରିଦେଲେ ରାହୁଲ ଗାନ୍ଧୀ, ଏବେ ଆକ୍ସନ୍‌ ନେବେ ଜିଲ୍ଲାପାଳ

Published By : Tapas Panda | May 15, 2025 4:47 PM

Image Courtesy: tv9hindi

ପାଟନା: ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲଙ୍କ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଲା । ବିହାରର ଦରଭଙ୍ଗା ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ସିଆରପିସି ୧୬୩ ଉଲ୍ଲଂଘନ କରିଥିବାରୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦରଭଙ୍ଗା ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଆମ୍ବେଦକର ହଷ୍ଟେଲରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବା ପାଇଁ ମଞ୍ଚ ଉପରେ ପହଞ୍ଚିଥିଲେ। କିନ୍ତୁ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିନଥିଲା । ପୋଲିସ ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ବିହାର କଂଗ୍ରେସ ମଧ୍ୟ ଏକଥାକୁ ସ୍ବୀକାର କରିଛି । କଂଗ୍ରେସ ନେତାଙ୍କ କହବା ଅନୁସାରେ, ଦରଭଙ୍ଗା ଜିଲ୍ଲା ପ୍ରଶାସନ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଇ ନଥିଲା। 

ପୋଲିସ ଓ ଜିଲ୍ଲା ପ୍ରସାସନର ବାରଣ ସତ୍ତ୍ବେ ପଛ ଗେଟ୍‌ ଦେଇ ଆମ୍ବେଦକର ହଷ୍ଟ୍ରେଲରେ ପହଞ୍ଚିଥିଲେ ରାହୁଲ । ସେଠାରେ ରାହୁଲ ଗାନ୍ଧୀ କହିଥିଲେ ଯେ, ମୁଁ ଆପଣଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ଆସିଛି। ମୋର ଚେଷ୍ଟା ଥିଲା ତୁମ ସହିତ କଥା ହେବି । କିନ୍ତୁ ପ୍ରଶାସନ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲା । ସେମାନେ ରାସ୍ତା ଅବରୋଧ କରିଥିଲେ, କିନ୍ତୁ ମୁଁ ତୁମମାନଙ୍କ ସହିତ କଥା ହେବା ପାଇଁ ପଛ ଦ୍ୱାର ଦେଇ ଆସିଲି । 




ରାହୁଲ ଗାନ୍ଧୀ କହିଥିଲେ ଯେ, ବିହାର ପୋଲିସ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ସେମାନେ ମୋତେ ଅଟକାଇ ପାରିଲେ ନାହିଁ । ସେ ଆହୁରି କହିଥିଲେ, ତୁମମାନଙ୍କୁ ଜନଗଣନାରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲୁ । ଚାପରେ ଚେପା ମୋଦୀ ସରକାର ଜାତି ଭିତ୍ତିକ ଜନଗଣାନା କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ମୋଦୀ ସରକାର , ସମ୍ବିଧାନ ଏବଂ ସଂଖ୍ୟାଲଘୁଙ୍କ ବିରୋଧୀ। ଏହା ଆଦାନୀ-ଅମ୍ବାନୀଙ୍କ ସରକାର, ତୁମର ନୁହେଁ । ମୁଁ ଗ୍ୟାରେଣ୍ଟି ଦେଉଛି ଯେ, ଭାରତ ଏବଂ ବିହାରରେ ଆମର ସରକାର ଗଠନ ହେବା ମାତ୍ରେ, ତୁମେ ଯାହା ଚାହୁଁଛ ତାହା ଆମେ କାର୍ଯ୍ୟକାରୀ କରିବୁ ବୋଲି ଦାବି କରିଥିଲେ ରାହୁଲ ଗାନ୍ଧୀ । 

ସୋସିଆଲ ମିଡିଆ ଏକ୍ସରେ ଭିଡିଓ ପୋଷ୍ଟ କରି ରାହୁଲ କ୍ୟାପ୍ସନରେ ଲେଖିଛନ୍ତି, ‘ନୀତିଶ ଜୀ ଏବଂ ମୋଦି ଜୀ, ଯଦି ପାରୁଛ ତେବେ ଏହାକୁ ବନ୍ଦ କରି ଦେଖାଅ ।  ଜାତି ଜନଗଣନାର ଝଡ଼ ସାମାଜିକ ନ୍ୟାୟ, ଶିକ୍ଷା ଏବଂ ନିଯୁକ୍ତିର ଏକ ବିପ୍ଳବ ଆଣିବ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.