ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି - ଧର୍ମେନ୍ଦ୍ର ପ୍ରଧାନ

Published By : Gurupada Nath | July 11, 2025 6:12 PM

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧/୭ : ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ । ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ରାଲି ପ୍ରକୃତରେ କଂଗ୍ରେସର ରାଜକୁମାରଙ୍କ ଆଉ ଏକ ରାଜନୈତିକ ପର୍ଯ୍ୟଟନ ଥିଲା । ଏହା 'ସମ୍ବିଧାନ ବଞ୍ଚାଅ' ନୁହେଁ ବରଂ 'ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବଞ୍ଚାଅ'ର ସମାବେଶ ଥିଲା । ଓଡ଼ିଶାରେ ବିଜେପି ସରକାର ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିଛି । 

ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ । ରାଜ୍ୟର ଗରିବ, ଦଳିତ, ଜନଜାତି, ଚାଷୀ ଏବଂ ଶ୍ରମିକମାନେ ଦଶନ୍ଧି ପୂର୍ବରୁ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏପରି ପରିସ୍ଥିତିରେ, ଓଡ଼ିଶାର ଗରିବଙ୍କ କଲ୍ୟାଣ ବିଷୟରେ ରାହୁଲ ଗାନ୍ଧୀଙ୍କ କଥା ପ୍ରତାରଣା ବ୍ୟତୀତ ଆଉ କିଛି ନୁହେଁ । କଂଗ୍ରେସ ସର୍ବଦା ଗରିବ ଏବଂ ଦୁର୍ବଳ ବର୍ଗର ଅଧିକାରକୁ ଅଣଦେଖା କରିଆସିଛି । କଂଗ୍ରେସ ସରକାର ଦ୍ୱାରା   ଦିଲ୍ଲୀରୁ ପଠାଯାଉଥିବା ଟଙ୍କା ମଧ୍ୟସ୍ଥିଙ୍କ ଦ୍ୱାରା ଲୁଟ କରାଯାଉଥିଲା । ଏସସି, ଏସଟି ଏବଂ ପଛୁଆ ବର୍ଗର ଅଧିକାର ଅପେକ୍ଷା ସେମାନଙ୍କ ଭୋଟ୍ ବ୍ୟାଙ୍କକୁ କଂଗ୍ରେସ ଗୁରୁତ୍ୱ ଦେଉଥିଲା । ସ୍ପଷ୍ଟ ଶବ୍ଦରେ କୁହାଯାଇପାରିବ ଯେ ଗରିବ ଲୋକଙ୍କ ହକ୍ ଏବଂ ଜନଜାତିଙ୍କ ଜମି ସେବେ ପର୍ଯ୍ୟନ୍ତ ସୁରକ୍ଷିତ, ଯେଉଁ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିନାହିଁ । 

ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଦଳ ବଡ ପରାଜୟର ସାମ୍ନା କରିଛି । ଏହାପରେ ବି ଲୋକମତକୁ ସମ୍ମାନ ନ ଦେଇ ରାହୁଲ ଗାନ୍ଧୀ ଏବଂ ଖଡଗେ ସେମାନଙ୍କ ପରାଜୟ ପାଇଁ ନିର୍ବାଚନ କମିଶନ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଦାୟୀ କରୁଛନ୍ତି । ଗଣତନ୍ତ୍ରର କଣ୍ଠରୋଧ ସହ ସମ୍ବିଧାନକୁ କ୍ଷୁର୍ଣ୍ଣ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ସେହି କଂଗ୍ରେସ ଦଳ ସମ୍ବିଧାନକୁ ବଞ୍ଚାଇବାର ଅପପ୍ରଚାର କରୁଛି, ଯାହା ଆଶ୍ଚର୍ଯ୍ୟର ବିଷୟ । ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି । ବାରମ୍ବାର ନିର୍ବାଚନ ପରାଜୟ ପରେ ବିହାରର ଆଗାମୀ ନିର୍ବାଚନରେ ପରାଜୟକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପୁଣି ଥରେ 'ଭୋଟ ଚୋରି'ର ନୂଆ ସ୍ଲୋଗାନ ଆରମ୍ଭ କରିଛି । ଓଡ଼ିଶା ସମେତ ଦେଶର ଜନତା ଏବେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ଚାଲ୍ ଏବଂ ଛଳନାକୁ ଚିହ୍ନି ପାରିଛନ୍ତି । ଭବିଷ୍ୟତରେ ମଧ୍ୟ ପ୍ରତ୍ୟେକ ନିର୍ବାଚନରେ ଲୋକମାନେ ଏପରି ଜନବିରୋଧୀ ଏବଂ ସମ୍ବିଧାନ ବିରୋଧୀ ଲୋକଙ୍କୁ ଉଚିତ ଜବାବ ଦେବେ ବୋଲି ସେ ମତପ୍ରକାଶ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.