ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଇନ୍ଦୋରରେ ପହଞ୍ଚି ଥିଲେ ଏବଂ ଏଠାରେ ସେ ଭାଗିରଥପୁରା ଅଞ୍ଚଳରେ ଦୂଷିତ ଜଳ ପିଇବା କାରଣରୁ ପ୍ରାଣ ହରାଇ ଥିବା ଲୋକଙ୍କ ପରିବାର ଲୋକଙ୍କୁ ଭେଟି ଥିଲେ। ଏହି ସମୟରେ ସେ କେବଳ ସରକାରଙ୍କ ସ୍ମାର୍ଟ ସିଟିଜ୍‌ ଯୋଜନାକୁ ଟାର୍ଗେଟ୍‌ କରି ନଥିଲେ,ଏହା ସହ ସରକାରଙ୍କ ଠାରୁ ଲୋକଙ୍କ ପରିବାର ଲୋକଙ୍କୁ ପରିଷ୍କାର ପାଣି ଉପଲବ୍ଧ କରାଇବାକୁ ଦାବି ମଧ୍ୟ କରି ଥିଲେ। ରାହୁଲ ଗାନ୍ଧୀ ଅପରିଷ୍କାର ଜଳ କାରଣରୁ ଜୀବନ ହରାଉ ଥିବା ଲୋକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସାହାଯ୍ୟ ପୂର୍ବକ ୧-୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶିର ଚେକ୍‌ ମଧ୍ୟ ପ୍ରଦାନ କରି ଥିଲେ। ରାହୁଲଙ୍କୁ ଭେଟିବା ପରେ ସେହି ଅଞ୍ଚଳରେ ରହୁଥିବା ଜଣେ ମହିଳା କହି ଥିଲେ, ତାଙ୍କ ଘରକୁ ଏବେ ମଧ୍ୟ ପାଣି ଆସୁ ନାହିଁ ଏବଂ ସେ ଲୋକ ଆରଓର ପାଣି କିଣି ପିଉଛନ୍ତି।

ପାନୀୟ ଜଳ ସଙ୍କଟରେ ପୀଡ଼ିତ ଲୋକଙ୍କୁ ଭେଟିବା ପରେ ମିଡ଼ିଆକୁ ରାହୁଲ ଗାନ୍ଧୀ କହିଥିଲେ – ଦେଶର ଲୋକଙ୍କୁ କୁହାଯାଇ ଥିଲା ଯେ, ଦେଶକୁ ସ୍ମାର୍ଟ ସହର ଦିଆ ଯିବ। କିନ୍ତୁ ଇନ୍ଦୋର ଏକ ନୂଆ ମଡେଲର ସ୍ମାର୍ଟ ସହର, ଯେଉଁଥିରେ ପିଇବାକୁ ସଫା ପାଣି ସୁଦ୍ଧା ନାହିଁ ଏବଂ ଲୋକଙ୍କୁ ଭୟଭୀତ କରାଯାଉଛି। ସେ କହିଛନ୍ତି ଯେ, ଇନ୍ଦୋରରେ ଲୋକଙ୍କୁ ପରିଷ୍କାର ପାନୀୟ ଜଳ ମିଳୁ ନାହିଁ ଏବଂ ଏଠାରେ (ଦୂଷିତ) ଜଳ ପିଇ ଲୋକଙ୍କ ଜୀବନ ଯାଉଛି। ଏହା କେବଳ ଇନ୍ଦୋରର କଥା ନୁହେଁ , ବରଂ ଦେଶର ଅଲଗା ଅଲଗା ସହରରେ ମଧ୍ୟ ଏହା ହେଉଛି। 

​​​​​​​

ଲୋକ ସଭାରେ ଏହି ବିରୋଧୀ ଦଳ ନେତା (ରାହୁଲ) କହିଛନ୍ତି – ଲୋକଙ୍କୁ ସଫା ପାଣି ଯୋଗାଇବା ଓ ପ୍ରଦୂଷଣ କମ୍‌ କରିବା ସରକାରର ଦାୟିତ୍ୱ, କିନ୍ତୁ ଏହି ଦାୟିତ୍ୱ ସରକାର ପାଳନ କରୁ ନାହାନ୍ତି। ରାହୁଲ କହିଥିଲେ ଯେ, ଇନ୍ଦୋରର ଏହି ପାନୀୟ ଜଳ ସଙ୍କଟ ପାଇଁ ସରକାରରେ କିଛି ତ ଦାୟିତ୍ୱ ଥିବ,ଏଥିପାଇଁ ସରକାରଙ୍କୁ ଏହାର କିଛି ନା କିଛି ଦାୟିତ୍ୱ ତ ନେବାକୁ ପଡ଼ିବ।

ଆହୁରି ସେ କହିଥିଲେ –ସହରରେ ସରକାରଙ୍କ ଅବହେଳାରେ ଲୋକେ ଦୂଷିତ ଜଳ ପିଇ ମୃତ୍ୟୁବରଣ କରୁଛନ୍ତି। ଏମିତିରେ ସରକାରଙ୍କୁ ପୀଡ଼ିତଙ୍କ ପୂରା ସାହାଯ୍ୟ କରିବା ଉଚିତ୍ ଏବଂ ତାଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ଉଚିତ୍। 

ରାଜ୍ୟ ସରକାରଙ୍କ ଦ୍ୱାରା ଏହି ମାମଲାରେ ରାଜନୀତି କରିବାର ଅଭିଯୋଗ ଲଗା ଯିବା ନେଇ ସେ କହିଥିଲେ – ମୁଁ ବିରୋଧୀ ନେତା , ଏଠାରେ ଲୋକଙ୍କର ମୃତ୍ୟୁ ହେଉଛି, ଏଠାରେ ଲୋକଙ୍କୁ ପରିଷ୍କାର ପାଣି ମିଳୁ ନାହିଁ, ମୁଁ ତାଙ୍କର ପ୍ରସଙ୍ଗ ଉଠାଇବାକୁ ଆସିଛି। ସେମାନଙ୍କର ସାହାଯ୍ୟ କରିବାକୁ ଆସିଛି। ଏଥିରେ କୌଣସି ଭୁଲ୍‌ କାମ ନୁହେଁ, ଏହା ମୋ କାମ।