ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧି, ଭବ୍ୟ ସ୍ୱାଗତ କଲେ କର୍ମୀ

Published By : Rasmita Pradhan | July 11, 2025 12:43 PM

ଭୁବନେଶ୍ୱର,୧୧/୭ : ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧି। ବିମାନବନ୍ଦର ପରିସରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। କର୍ମୀମାନେ ଉତ୍ସାହିତ ହୋଇପଡିଛନ୍ତି। ବିମାନବନ୍ଦରରୁ ବାହାରି ରାହୁଲ ସିଧା ବରମୁଣ୍ଡା ପଡିଆରେ ପହଞ୍ଚିଛନ୍ତି। ରାହୁଲଙ୍କ ସହିତ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁଗୋପାଳ, ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।

ରାହୁଲ ଗାନ୍ଧି ବରମୁଣ୍ଡା ସମ୍ବିଧାନ ବଞ୍ଚାଅ ସମାବେଶରେ ସମ୍ବୋଧନ କରିବେ। କଂଗ୍ରେସ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଏପଟେ ଭକ୍ତ ସଭାପତି ହେବା ପରେ ପ୍ରଥମ  କରି ଏତେ ବଡ଼ ସମାବେଶ  ଆୟୋଜନ ହୋଇଛି। ତେଣୁ ସମାବେଶକୁ ସଫଳ କରିବା ଭକ୍ତଙ୍କ ପାଇଁ ମଧ୍ୟ ବଡ଼ ଆହ୍ୱାନ ।  

ପିସିସି ସଭାପତି ଭକ୍ତ କହିଛନ୍ତି, କଂଗ୍ରେସର ଏହି ସମାବେଶ ଓଡ଼ିଶାରେ ଏକ ନୂଆ ରାଜନୀତିର ବାତାବରଣ ସୃଷ୍ଟି କରିବ । ଓଡ଼ିଶାବାସୀ ଆଗ୍ରହର ସହ ରାହୁଲ ଗାନ୍ଧିଙ୍କୁ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି । ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସଙ୍କଟ ସୃଷ୍ଟି ହେଲାଣି । ସାଧାରଣ ଲୋକେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି । ମାତ୍ର ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସରକାର ଉଦ୍ୟମ କରୁଥିବା ମନେ ହେଉନି । କଂଗ୍ରେସର ସମାବେଶକୁ ବିଫଳ  କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଥିବା ମନେ ହେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.