ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପିଏମ ମୋଦୀଙ୍କୁ ରାହୁଲଙ୍କ କଡା ସମାଲୋଚନା,କହିଲେ ‘ଫମ୍ପା ଭାଷଣ ଦେବା ବନ୍ଦ କରନ୍ତୁ, କ୍ୟାମେରା ସାମ୍ନାରେ କାହିଁକି ଆପଣଙ୍କ ରକ୍ତ ଗରମ' ?

Published By : Ladu Kishor | May 22, 2025 10:02 PM

Image courtesy: indiatoday

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି (ଗୁରୁବାର) ଅପରେସନ ସିନ୍ଦୂରକୁ ନେଇ ପିଏମ ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି । ମୋଦିଙ୍କ ଅପରେସନ ସିନ୍ଦୂର ବନ୍ଦ କରିବା ସମ୍ପର୍କରେ ଏକ ମନ୍ତବ୍ୟକୁ ଉଦ୍ଧୃତ କରି ରାହୁଲ ଅଭିଯୋଗ କରିଛନ୍ତି ଯେ, ସେ ଭାରତର ସମ୍ମାନ ସହିତ ସାଲିସ କରିଛନ୍ତି। ଏଥି ସହ ରାହୁଲ ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପାକିସ୍ତାନର କଥାକୁ କାହିଁକି ବିଶ୍ୱାସ କଲେ ?

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ପ୍ରତିକ ସମୟରେ ଦେଶକୁ X ରେ ଦେଇଥିବା ସମ୍ବୋଧନର ଭିଡିଓର ଏକ ଅଂଶ ସେୟାର କରିଛନ୍ତି, ଯେଉଁଥିରେ ମୋଦି କହିଛନ୍ତି ଯେ, ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO) ସ୍ତରରେ ଆଲୋଚନା ସମୟରେ, ପାକିସ୍ତାନ ଆଶ୍ୱାସନା ଦେଇଥିଲା ଯେ ତାଙ୍କ ପକ୍ଷରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ କରାଯିବ ନାହିଁ, ଏହା ପରେ ଭାରତ ମଧ୍ୟ ତାଙ୍କ ବିବୃତ୍ତି ଉପରେ ବିଚାର କରିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି, "ମୋଦୀ ଜୀ,ଫମ୍ପା ଭାଷଣ ଦେବା ବନ୍ଦ କରନ୍ତୁ। ଆପଣ ଆତଙ୍କବାଦ ଉପରେ ପାକିସ୍ତାନର ବୟାନକୁ କାହିଁକି ବିଶ୍ୱାସ କଲେ? ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇ ଭାରତର ସ୍ୱାର୍ଥକୁ କାହିଁକି ବଳି ଦେଲେ ? କେବଳ କ୍ୟାମେରା ସାମ୍ନାରେ ଆପଣଙ୍କ ରକ୍ତ କାହିଁକି ଫୁଟୁଛି ?" ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ସମ୍ମାନ ସହିତ ବୁଝାମଣା କରିବାର ଅଭିଯୋଗ କରିଛନ୍ତି।

ସିନ୍ଦୂର ଅପରେସନ ପରେ ଅସ୍ତ୍ରବିରତି ନେଇ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲା । ଦଳ ଟ୍ୱିଟରରେ ପୋଷ୍ଟ କରିଛି ଯେ, "ସେନା ପୂର୍ଣ୍ଣ ଶକ୍ତି ସହିତ ଲଢ଼ିଥିଲା... ବିଜୟ ମାତ୍ର ଦୁଇ ପାଦ ଦୂରରେ ଥିଲା, କିନ୍ତୁ ଯେତେବେଳେ ମୁହୂର୍ତ୍ତ ଆସିଲା... ଏହା ହଠାତ୍ ବନ୍ଦ ହେବା ଉଚିତ୍ ନୁହେଁ ।" ଅସ୍ତ୍ରବିରତି ସମ୍ପର୍କରେ ଉଲ୍ଲେଖ କରି କଂଗ୍ରେସ ନେତା ସୁପ୍ରିୟା ଶ୍ରୀନାତ କହିଛନ୍ତି, "କେବଳ କ୍ୟାମେରା ସାମ୍ନାରେ ମୋଦିଜୀଙ୍କ ରକ୍ତ ଗରମ ହୁଏ। ଆମେରିକା ଆଗରେ ଏହା ଥଣ୍ଡା ହୋଇଯାଏ।"

ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଏକ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସାମରିକ ଉତ୍ତେଜନାର ସମାଧାନ କରିଛନ୍ତି। ଗତକାଲି (ବୁଧବାର) ହ୍ୱାଇଟ୍ ହାଉସରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହ ଏକ ସାକ୍ଷାତ ସମୟରେ ସେ ଏହି ଦାବି କରିଥିଲେ। ଆଉ ଏହାକୁ ନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି କି, "ଆମର ପ୍ରଧାନମନ୍ତ୍ରୀ ତାଙ୍କ ଘନିଷ୍ଠ ବନ୍ଧୁଙ୍କ ଦ୍ୱାରା ବାରମ୍ବାର କରାଯାଉଥିବା ଏହି ଦାବି ଉପରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.