ନୂଆଦିଲ୍ଲୀ,୦୪/୦୨; ଲଗାତାର ୩ ଦିନ ହେବ ଚାଲିପାରୁନାହିଁ ସଂସଦ ବଜେଟ୍ ଅଧିବେଶନ । ସଂସଦ ବାହାରେ ଭିତରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ସଂସଦ ଭବନ ପରିସରରେ ପ୍ରଦର୍ଶନ ସମୟରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କୁ ତାତ୍ସଲ୍ୟ କରିଛନ୍ତି । ତାଙ୍କୁ ବିଶ୍ୱାସଘାତ ବୋଲି କହିଛନ୍ତି । ଏହାକୁ ନେଇ ରାହୁଲ ଏବଂ ରବନୀତଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ମାମଲାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶୁଣିବାକୁ ମିଳୁଛି କି, ରବନୀନ ବିଟ୍ଟୁଙ୍କୁ ରାହୁଲ ‘ଗଦ୍ଦାର’ କହୁଛନ୍ତି । ବିଟ୍ଟୁ ତାଙ୍କୁ ଦେଶର ଶତ୍ରୁ ବୋଲି କହି କଡ଼ା ଜବାବ ଦେଇଛନ୍ତି । ରବନୀନ ବିଟ୍ଟୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । 

ଦେଶର ଶତ୍ରୁ ବମାନ ବିଶ୍ବାସଘାତକ- ଭିଡ଼ିଓରେ ଦେଖିବାକୁ ମିଳିଛି କି, ରାହୁଲ ଗାନ୍ଧୀ କହୁଛନ୍ତି, ଦେଖ ଜଣେ ଗଦ୍ଦାର ଆସୁଛନ୍ତି । ତାଙ୍କ ଚେହେରାକୁ ଦେଶ । ଏହାପରେ ସେଠାରେ ଉପସ୍ଥିତ ସାଂସଦ ହସିବାକୁ ଲାଗୁଛନ୍ତି । ଏହାପରେ ରବନୀତ ବିଟ୍ଟୁ ତାଙ୍କ ନିକଟକୁ ଯାଇ ଅଟକି ଯାଉଛନ୍ତି । ବନୀତଙ୍କୁ ବିଶ୍ବାସଘାତକ କହି ରାହୁଲ ତାଚ୍ଛଲ୍ୟ କରିବାରୁ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏହାର ଜବାବ ଦେଇ ରାହୁଲଙ୍କୁ ଦେଶର ଶତ୍ରୁ କହି କଡ଼ା ନିଶାନା କରିଛନ୍ତି ରବନୀତ । ରାହୁଲ ହାତ ମିଳାଇବାକୁ କହିବାରୁ ମନା କରି ଦେଇଥିଲେ ରବନୀତ । ଦେଶର ଶତ୍ରୁ ଆଗକୁ ବଢିଯାଆନ୍ତି ।
​​​​​​​

ଏହା ବି ପଢନ୍ତୁ...ଟ୍ରେଡ ଡିଲ୍କୁ ନେଇ ସରକାରଙ୍କ ବୟାନ; ଇଞ୍ଜିନିୟରିଂ, କପଡ଼ା ଓ ଗହଣା ଶିଳ୍ପକୁ ଫାଇଦା,ସର୍ବୋତ୍ତମ ଡିଲ୍ ଲାଭ କରିଛି ଦେଶ:ପୀୟୂଷ ଗୋୟଲ

ଏହି ପ୍ରସଙ୍ଗରେ ରାହୁଲଙ୍କୁ ‘ଗଦ୍ଦାର’ କହି ବର୍ଷିଲେ ଦିଲ୍ଲୀର ମନ୍ତ୍ରୀ ମଞ୍ଜିନ୍ଦର ସିର୍ସା । ରାହୁଲ ‘ଗଦ୍ଦାର’ ଶିଖ୍‌ ସମ୍ପ୍ରଦାୟ ‘ଗଦ୍ଦାର’ ନୁହଁନ୍ତି ବୋଲି କହିଛନ୍ତି । ୨୦୨୪ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ରବନୀତ୍ । ବର୍ତ୍ତମାନ କେନ୍ଦ୍ରରେ ରେଲୱେ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ରବନୀତ୍ ।