ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'

Published By : Rasmita Pradhan | July 11, 2025 2:07 PM

ଭୁବନେଶ୍ଵର, ୧୧/୦୭ : ସମ୍ଵିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧିଙ୍କ ରଣହୁଙ୍କାର। କହିଲେ ଗରିବଙ୍କୁ ଲୁଟୁଛନ୍ତି ସରକାର । ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି। ପୂର୍ବରୁ ବିଜେଡି ଲୁଟୁଥିଲା ଏବେ ବିଜେପି ଲୁଟୁଛି। ଏଠି ଅଦାନୀଙ୍କ ପାଇଁ ରଥ ଅଟକୁଛି। ଏହା ଲୋକଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ଓଡ଼ିଶାରେ ୪୦ ହଜାରରୁ ଉର୍ଦ୍ଧ୍ଵ ମହିଳା ଗାଏବ। ଏମାନେ କୁଆଡ଼େ ଗଲେ କେହି ଜାଣି ନାହାଁନ୍ତି। ଦିନକୁ ୧୫ ମହିଳାଙ୍କୁ ଦୁଷ୍କର୍ମ ହେଉଛି, ହେଲେ ସରକାର ନୀରବଦ୍ରଷ୍ଟା। ଓଡ଼ିଶା ପାଇଁ ଆମର ଏ ଲଢେଇ ଜାରି ରହିବ।

ରାହୁଲ କହିଛନ୍ତି, ଆଦିବାସୀଙ୍କ ହକ୍ ପାଇଁ କଂଗ୍ରେସ ଲଢେଇ କରିବ। ଜଳ, ଜମି, ଜଙ୍ଗଲ ଆଦିବାସୀଙ୍କର ଅଛି ଓ ରହିବ। ଏଠାରେ ନପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି। ସଠିକ୍ କ୍ଷତିପୂରଣ ମିଳୁନି, ଓଲଟା ଧମକ ମିଳୁଛି। ପେସା ଆଇନ ଲାଗୁ ହେଉନି, କିନ୍ତୁ ଆମେ ଏହାକୁ ଲାଗୁ କରିବୁ। ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହେବ। ଆପଣଙ୍କ ଜମିପଟ୍ଟା କଂଗ୍ରେସ ଫେରସ୍ତ କରିବ। ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି ନା ବ୍ୟୁରୋକ୍ରେସିରେ। ଜାତି ଜନଗଣନା ନିହାତି ଜରୁରୀ, ଏହା ସେମାନଙ୍କୁ ସଶକ୍ତ କରିବ। ଓଡ଼ିଶାର ଜନତାଙ୍କ ପାଇଁ ବିକାଶ କରିବା ଉଚିତ୍। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ। ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି। ଜାତି ଜନଗଣନାକୁ ଅସ୍ତ୍ର କରି ଜଳ, ଜମି, ଜଙ୍ଗଲ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ରାହୁଲ ଗାନ୍ଧି ।  

ଏହାଛଡ଼ା ରାହୁଲ କହିଛନ୍ତି, ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ମହାରାଷ୍ଟ୍ରରେ ୧ ଲକ୍ଷ ନୂଆ ଭୋଟର କେଉଁଠୁ ଆସିଲେ। ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି। ସମ୍ବିଧାନ ବଞ୍ଚାଅ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା। ଡ୍ରାଇଭର ମହାସଙ୍ଘ ଉପରେ ଚାପ ପକାଯାଇଥଲା। କିନ୍ତୁ ଡ୍ରାଇଭର୍ ମହାସଙ୍ଘ ସେମାନଙ୍କ କଥା ଶୁଣିଲେନି। ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.