ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Rahul gandi: ରାହୁଲ କଲେ ସତର୍କ; ୱାକଫ୍ ପରେ କ୍ୟାଥଲିକଙ୍କ ପାଳି, ଆରଏସଏସକୁ ଦେଖାଇଲେ ଅଙ୍ଗୁଳି

Published By : Bijay Swain | April 5, 2025 6:18 PM

Image courtesy: indiatoday

ନୂଆଦିଲ୍ଲୀ: ୱାକଫ୍ ବିଲ୍ କୁ ନେଇ ସାରା ଦେଶରେ ଚର୍ଚ୍ଚା ଥମି ନଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଉ ଏକ ବିଷୟ ଉଠାଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜାରି କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଆରଏସଏସର ପରବର୍ତ୍ତୀ ଟାର୍ଗେଟ ହେଉଛନ୍ତି ଖ୍ରୀଷ୍ଟିୟାନ ସମ୍ପ୍ରଦାୟ। କାରଣ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି କି କ୍ୟାଥଲିକ୍ ଚର୍ଚ୍ଚ ଗୁଡିକ ନିକଟରେ ଦେଶର ସର୍ବାଧିକ ଜମି ରହିଛି। 

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି ଯେ, ଅର୍ଗାନାଇଜର ନାମକ ଏକ ୱେବସାଇଟ୍ ରେ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଭାରତରେ ଥିବା କ୍ୟାଥଲିକ୍ ସଂସ୍ଥାନଗୁଡିକ ନିକଟରେ ୭ କୋଟି ହେକ୍ଟରର ଜମି ଥିବା ଦର୍ଶାଯାଇଥିଲା। ଯାହା ଏହି ସଂସ୍ଥାନକୁ ଭାରତର ସର୍ବବୃହତ ଅଣ-ସରକାରୀ ଜମି ମାଲିକ ଭାବେ ଦର୍ଶାଇଥିଲା। ତେବେ ପରେ ଏହି ୱେବସାଇଟ୍ ରୁ ଏହି ରିପୋର୍ଟଟିକୁ ହଟାଇ ଦିଆଯାଇଥିଲା। 

ଅର୍ଗାନାଇଜରରେ ପ୍ରକାଶିତ ରିପୋର୍ଟକୁ ନେଇ ପ୍ରକାଶିତ ହୋଇଥିବା ଏକ ଖବରର ଲିଙ୍କଙ୍କୁ ସେୟାର କରି ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ଏକ୍ସରେ ସେୟାର କରି ଲେଖିଛନ୍ତି ଯେ “ମୁଁ କହିଥିଲି ଯେ ୱାକଫ ବିଲ୍ ବର୍ତ୍ତମାନ ମୁସଲମାନମାନଙ୍କ ଉପରେ ଆକ୍ରମଣ କରୁଛି କିନ୍ତୁ ଭବିଷ୍ୟତରେ ଏହା ଅନ୍ୟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ଖ୍ରୀଷ୍ଟିଆନଙ୍କ ପ୍ରତି ଆରଏସଏସ ଧ୍ୟାନ ଦେବା ପାଇଁ ଅଧିକ ସମୟ ଲାଗିଲା ନାହିଁ | ସମ୍ବିଧାନ ହେଉଛି ଏକମାତ୍ର ଢାଲ ଯାହା ଆମ ଲୋକଙ୍କୁ ଏହିପରି ଆକ୍ରମଣରୁ ରକ୍ଷା କରିଥାଏ। ତେବେ ଏହାକୁ ରକ୍ଷା କରିବା ଆମର ସାମୂହିକ କର୍ତ୍ତବ୍ୟ।”

କଂଗ୍ରେସର ବରିଷ୍ଠ ନେତା ରମେଶ ଛେନ୍ନିଥାଲା ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ଆର୍ଟିକିଲକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଅର୍ଗାନାଇଜର ଦ୍ୱାରା ଜାରି କରାଯାଇଥିବା ଆର୍ଟିକିଲରେ କ୍ୟାଥଲିକ୍ ଗୋଷ୍ଠୀ ପାଖରେ ଭାରତରେ ୭ କୋଟି ଏକରରୁ ଅଧିକ ସମ୍ପତ୍ତି ରହିଥିବା ସୂଚନା ରହିଛି। ୱାକଫ୍ ବିଲ୍ ପାରିତ ହେବା ସମୟରେ ରାହୁଲ ଗାନ୍ଧୀ ବିଜେପିର ପରବର୍ତ୍ତୀ ଟାର୍ଗେଟ ଖ୍ରୀଷ୍ଟିଆନ ବୋଲି କହିଥିଲେ। ଏବେ କ୍ୟାଥଲିକ୍ ଗୋଷ୍ଠୀଦ୍ୱାରା ମାଲିକାନାରେ ଥିବା ସମସ୍ତ ସମ୍ପତ୍ତିକୁ ବିଜେପି ଏବେ କଣ୍ଟ୍ରୋଲ କରିବାକୁ ଚାହିଁବ।“

ସୂଚନା ମୁତାବକ, ଅର୍ଗାନାଇଜର ୱେବସାଇଟରେ ପ୍ରକଶ ପାଇଥିବା ଆର୍ଟିକିଲର ଟାଇଟଲ “ହୁ ହାଜ୍ ମୋର ଲ୍ୟାଣ୍ଡ ଇନ ଇଣ୍ଡିଆ? ଦ କ୍ୟାଥୋଲିକ ଚର୍ଚ୍ଚ ଭର୍ସେସ ୱାକଫ୍ ବୋର୍ଡ” ରହିଥିଲା। ବ୍ରିଟିଶ ଶାସନ ସମୟରେ ଭାରତରେ ପାରିତ ହୋଇଥିବା ‘ଭାରତୀୟ ଚର୍ଚ୍ଚ ଅଧିନିୟମ ୧୯୨୭’ ଆଧାରରେ କ୍ୟାଥଲିକ୍ ସଂସ୍ଥାନ ଗୁଡିକ ବହୁ ଜମି ହାତେଇଥିଲେ ବୋଲି ଏହି ଆର୍ଟିକିଲରେ ଉଲ୍ଲେଖ ରହିଥିଲା। ତେବେ ୧୯୬୫ ମସିହାରେ ପାରିତ ହୋଇଥିବା ଏକ ସରକାରୀ ଆଦେଶରେ ଦର୍ଶାଇଥିଲା ଯେ ଔପନିବେଶିକ ସମୟରେ ଲିଜ୍ ପାଇଥିବା ଜମି ଆଉ ଚର୍ଚ୍ଚର ସମ୍ପତ୍ତି ଭାବରେ ମାନ୍ୟତା ପାଇବ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.