ନୂଆଦିଲ୍ଳୀ,୨୦।୪ : ଦେଶର ସବୁଠାରୁ ବଡ ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ। ରାଜସ୍ଥାନର ପଚପଦରାରେ ଥିବା ବାଲୋତ୍ରା ରିଫାଇନାରୀରେ ଏଭଳି ଅଘଟଣ ଘଟିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ସେ ଯିବା ପୂର୍ବରୁ ସୋମବାର ମଧ୍ୟାହ୍ନରେ ରିଫାଇନାରୀର ଏକ ୟୁନିଟ୍ରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ପରେ ରିଫାଇନାରୀରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଛି। କର୍ମଚାରୀମାନେ ଫାୟାର ସେଫଟି ସିଷ୍ଟମ ବ୍ୟବହାର କରି ନିଆଁ ଉପରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ନିଆଁ କେଉଁ କାରଣରୁ ଲାଗିଛି, ତାହା ସ୍ପଷ୍ଟ ହୋଇନାରିନି। ଲଗାତାର ନିଆଁ ଊପରେ ନିୟନ୍ତ୍ରଣ ପାଇଁ ଚେଷ୍ଟା କରାଯାଉଛି।
ଏହି ନିଆଁ ସିଡିୟୁ ୟୁନିଟ୍ରେ । ବହୁ ସଂଖ୍ୟାରେ ଦମକଳ ଗାଡି ନିଆଁ ଲିଭାଇବାରେ ଲାଗିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିବାର ଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୪ଟା ବେଳେ ମୁଖ୍ୟମନ୍ତ୍ରୀ ଭଜନଲାଲ ରିଫାଇନାରୀରେ ପହଁଞ୍ଚିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା ପୂର୍ବରୁ ଏଭଳି ଏକ ଅଘଟଣ ଘଟିଛି। ତେବେ ସବୁଠାରୁ ବଡ଼ କଥା ହେଲା ଯେ, ଏଥିରେ କାହାର ଜୀବନ ପ୍ରତି ବିପଦ ନଥିଲା।
ନିଆଁ କ୍ରୁଡ ଡିଷ୍ଟିଲେସନ୍ ୟୁନିଟରେ ଲାଗିଥିଲା। ଏହା ସହ ରିଫାଇନାରୀର ଅଧିକାଂଶ ଅଂଶ ଓ ଆଖପାଖର ଅଞ୍ଚଳକୁ ମଧ୍ୟ ଖାଲି କରି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳରେ ମୁତୟନ ଥିବା ଫାୟାର ବ୍ରିଗେଡ୍ ଗାଡି ମଧ୍ୟ ରିଫାଇନାରୀ ନିକଟରେ ପହଁଞ୍ଚି ନିଆଁ ଲିଭାଇବାରେ ଲାଗି ପଡିଥିଲା।