ନୂଆଦିଲ୍ଲୀ: ପ୍ଲେଅଫ୍ ପାଇଁ ଫିଟିଲା ଆଶା । ଲକ୍ଷ୍ନୌକୁ ୭ ଓ୍ବିକେଟରେ ହରାଇଲା ରାଜସ୍ଥାନ । ୨୨୧ ରନର ବିଜୟ ଲକ୍ଷ୍ୟକୁ ୫ ବଲ ପୂର୍ବରୁ ପୁରା କରିଛି ରାଜସ୍ଥାନ । ଧ୍ରୁବ୍ ଜୁରେଲ ଏବଂ ବୈଭବଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ସହଜରେ ବିଜୟ ହାସଲ କରିପାରିଛି । ଜୁରେଲ ରନ କରିଥିବାବେଳେ ବୈଭବ ୯୩ ରନ କରିଛନ୍ତି । ସେପଟେ ଲକ୍ଷ୍ନୌ ପକ୍ଷରୁ ମହସିନ୍ ଖାନ ଏବଂ ଆକାଶ ମହାରାଜ ସିଂହ ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।

 

୨୨୧ ରନକୁ ପିଛା କରୁଥିବାବେଳେ ରାଜସ୍ଥାନର ଦୁଇ ଓପନର ଲକ୍ଷ୍ନୌ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ଜୟସ୍ବାଲ ଏବଂ ସୂର୍ଯ୍ୟବଂଶୀ ବଡ଼ ବଡ଼ ସଟ୍ ଖେଳିଥିଲେ । ଭୟସ୍ବାଲ ୨୩ ବଳରୁ ୪୩ ରନ କରିଥିବାବେଳେ ଜୟସ୍ବାଲ ୩୮ ବଲରୁ ୯୩ କରିଥିଲେ ।

 

ଟସ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୫ ଓ୍ବିକେଟ ବିନିମୟରେ ୨୨୦ ରନ କରିବାରେ ସକ୍ଷମ ହୋଇଥିଲାଲକ୍ଷ୍ନୌ । ଦଳର ଦୁଇ ଓପନର ଇଂଲିସ ଏବଂ ମାର୍ଶ ଦମଦାର ଆରମ୍ଭ କରିଥିଲେ । ମାର୍ଶ ୯୬ ରନ କରିଥିବାବେଳେ ଇଂଲିସ ୨୯ ବଲରୁ ୬୦ ରନ କରିଥିଲେ । ଉଭୟ ବଡ଼ ବଡ଼ ସଟ୍ ଖେଳିଥିଲେ । ମାତ୍ର ଦଳର ଅନ୍ୟ ଖେଳାଳିଙ୍କ ମଧ୍ୟରେ ପନ୍ତ ୩୫ ଏବଂ ପୂରନ ୧୬ ରନ କରିଛନ୍ତି ।

 

ସେପଟେ ରାଜସ୍ଥାନ ପକ୍ଷରୁ ୟଶରାଜ ପୁଞ୍ଜା ୨ ଓ୍ବିକେଟ ଅକ୍ତିଆର କରିଥିଲେ । ଏବଂ ଜୋଫ୍ରା ଆର୍ଚର ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ । ଦଳର ବାକି ବୋଲର ଆଜି ଓ୍ବିକେଟ ଲେସ୍ ରହିଥିଲେ ।