ନୂଆଦିଲ୍ଲୀ : ପୁଣି ଗର୍ଜିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ହାସଲ କଲେ ଶତକ । ହାଇଦ୍ରାବାଦ ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ । ୭ ଓ୍ବିକେଟ୍ ବିନିମୟରେ ରାଜସ୍ଥାନ ହାସଲ କରିଛି ୨୨୮ ରନ୍ । ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୩୭ ବଳରୁ ୧୦୩ ରନ କରିଥିବାବେଳେ ଶାକିବ ହୁସେନଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ରାଜସ୍ଥାନକୁ ବ୍ୟାଟିଂ ପାଇଁ କରିଥିଲା ଆମନ୍ତ୍ରଣ । ରାଜସ୍ଥାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ଦମଦାର ପାଳି ଆରମ୍ଭ କରିଥିଲେ । ସାଥୀ ଖେଳାଳି ଜୟସ୍ବାଲ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ । ପରେ ସାଥ୍ ଦେଇଥିଲେ ଧ୍ରୁବ ଜୁରେଲ୍ । ଉଭୟ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିବାବେଳେ ଜୁରେଲ ୩୫ ବଳରୁ ୫୧ ରନ କରିଛନ୍ତି ।

ସେପଟେ ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଧିନାୟକ ପରାଗ ମାତ୍ର ୭ ରନ କରିଥିବାବେଳେ ଦେବନ ଫେରରିଆ ୧୬ ବଲରୁ ୩୩ ରନ କରିଥିଲେ । ଏହାସହ ହେଟମାୟାର ୧୧ ରନ କରିଥିବାବେଳେ ଜାଡେଜା ୪ ରନ କରିଛନ୍ତି । ହାଇଦ୍ରାବାଦ ପକ୍ଷରୁ ଇଶାନ ମଲିଙ୍ଗା ଏବଂ ପ୍ରଫୁଲ ହିଙ୍ଗେ ୨ଟି ଓ୍ବିକେଟ ନେଇଛନ୍ତି । ବାକି ବୋଲରଙ୍କ ମଧ୍ୟରେ ପାଟ୍ କମିନ୍ସ, ସାକିବ ହୁସେନ, ଏବଂ ନୀତିଶ କୁମାର ରେଡ୍ଡି ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।