କୋଟା,୨୧।୧୦: ରାଜସ୍ଥାନର କୋଟାରେ ଓଲଟିଲା ପ୍ରାଇଭେଟ୍ ସ୍କୁଲ ବସ୍। ବସ୍ର ଝରକା କାଚ ଭାଙ୍ଗି ପିଲାଙ୍କୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେଭଳି ୨୦ ଜଣ ଛାତ୍ର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଶ୍ରେଣୀରୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ୫୦ ଜଣ ଛାତ୍ରଛାତ୍ରୀ ଏହି ବସ୍ରେ ସ୍କୁଲକୁ ଘରକୁ ଫେରୁଥିଲେ। ବସ୍ର ଷ୍ଟିୟରିଂ ହ୍ବିଲ୍ ଫେଲ୍ ହେବା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ବସ୍ ମୁଖ୍ୟ ରାସ୍ତାଠାରୁ ପ୍ରାୟ ୧୦ ଫୁଟ୍ ତଳେ ଖସି ପଡିଥିଲା। ଜେସିବି ସାହାଯ୍ୟରେ ବସ୍କୁ ସିଧା କରାଯିବା ପରେ କାଚ ଭାଙ୍ଗି ପିଲାଙ୍କୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଘଟିଥିଲା।