ମୁମ୍ୱାଇ – ପ୍ରଭାସଙ୍କ ଫିଲ୍ମ ‘ଫୌଜି’ର ହାଇଦ୍ରାବାଦରେ ସୁଟିଂ ବେଳେ ରାଜେଶ ଶର୍ମାଙ୍କୁ କୌଣସି ବିଷାକ୍ତ କୀଟ କି ସ୍ପାଇଡର କାମୁଡି ଦେଇଥିଲା,ଏହାପରେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏହାର ସୂଚନା ଦେଇ ଗତକାଲି ଅଭିନେତ୍ରୀ ସୁଦୀପା ଚାଟର୍ଜୀ ସୋସିଆଲ ମିଡିଆରେ ପୋଷ୍ଟ କରି ଥିଲେ , କିନ୍ତୁ ୨୪ ଘଣ୍ଟାରେ ହିଁ ଏହି ପୋଷ୍ଟକୁ ଡିଲିଟ କରି ଦିଆ ଯାଇଛି।
ଉଲ୍ଲେଖନୀୟ ଯେ, ଅଲ୍ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏସନ (ଏଆଇସିଡବ୍ଲ୍ୟୁଏ) ଏହି ମାମଲାରେ ଉଚ୍ଚ ସ୍ତରୀଣ ତଦନ୍ତ ଦାବି କରିଛି। ରାଜେଶ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ବିପଦ ମୁକ୍ତ ହୋଇ ନାହାନ୍ତି।
ଫିଲ୍ମର ସୁଟିଂ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଚାଲୁ ଥିଲା। ଏହି ସମୟରେ , କୌଣସି ବିଷାକ୍ତ କୀଟ କି ସ୍ପାଇଡର ରାଜେଶଙ୍କୁ କାମୁଡ଼ି ଦେଇଛି। ଆଖପାଖ ଅଞ୍ଚଳ ଘଞ୍ଚ ଜଙ୍ଗଲ ଥିଲା। ଯେବେ ରାଜେଶଙ୍କ ପାଦକୁ କୀଟ କାମୁଡ଼ି ଦେଲା , ତ ସେ ଜାଣି ପାରି ଥିଲେ , ହେଲେ ଏ ଅବସ୍ଥାରେ ସୁଟିଂ ପୂରା କରିଥିଲେ। ପରେ କୋଲକାତା ମଧ୍ୟ ଗଲେ ଏବଂ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ସୁଦୀପା ଏହି ବୟାନ ସୋସିଆଲ ମିଡିଆରେ ସେୟାର କରିଥିଲେ , କିନ୍ତୁ ପରେ ତାକୁ ହଟେଇ ଦେଇଥିଲେ।
ଆହୁରି ମଧ୍ୟ ପଢନ୍ତୁ : ମିଥୁନଙ୍କ ପାଇଁ ଗୀତ ଗାଇବା ବନ୍ଦ କରି ଦେଇଥିଲେ କିଶୋର କୁମାର, ପତ୍ନୀ ଯୋଗୀତା ଥିଲେ କି ଏହାର କାରଣ ?
ଉକ୍ତ ମାମଲାରେ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ଉଚ୍ଚସ୍ତରୀୟ ଯାଞ୍ଚର ଦାବି କରିଛି। ନିଜର ବୟାନରେ ଆସୋସିଏସନ ଅଭିନେତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ବୟାନରେ କୁହାଯାଇ ଥିଲା, ଅଭିନେତା ରାଜେଶ ଶର୍ମାଙ୍କ ସ୍ୱାସ୍ଥ୍ୟ ସୁଟିଂ ସିଡ୍ୟୁଲ ବେଳେ ବହୁତ ଖରାପ ହୋଇ ଥିଲା। ଏହାପରେ ତାଙ୍କୁ କୋଲକାତାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଏମିତି ଗୁରୁତର ମେଡିକାଲ ଏମର୍ଜେନ୍ସି କେଉଁ ସ୍ଥିତିରେ ହୋଇଛି, ଏବେ ଏହା ସ୍ପଷ୍ଟ ହୋଇ ପାରି ନାହିଁ। ଉକ୍ତ ମାମଲାର ତୁରନ୍ତ ଟ୍ରାନ୍ସପେରେଣ୍ଟ ଯାଞ୍ଚ କରାଯିବା ଉଚିତ।