ଲଣ୍ଡନ, ୧୦।୦୭: ୧୪ ତାରିଖରୁ ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଖେଳାଯିବ ଦିନିକିଆ ସିରିଜ । ଟି-ଟ୍ୱେଣ୍ଟି ସିରିଜର ଆଉ ଗୋଟିଏ ମ୍ୟାଚ ବାକି ରହିଛି । କିନ୍ତୁ ଇତିମଧ୍ୟରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ଅଧିନାୟକ ରୋହିତ ଗିଲ ଇଂଲଣ୍ଡରେ ପହଞ୍ଚି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଭାରତୀୟ ଦଳ କ୍ରମାନ୍ୱୟରେ ଦୁଇଟି ଟି-ଟ୍ୱେଣ୍ଟି ସିରିଜରେ ପରାଜିତ ହୋଇଛି । ପ୍ରଥମେ ଆୟର୍ଲାଣ୍ଡଠୁ ଏବଂ ଏବେ ଇଂଲଣ୍ଡଠୁ ପରାଜିତ ହୋଇଛି ।

ଦିନିକିଆରେ ଭେଟେରାନ ରୋହିତ ଓ ବିରାଟ କୋହଲି ଖେଳିବେ । ଉଭୟଙ୍କ ଉପସ୍ଥିତି ପରେ ଦଳର ଫଳାଫଳ ଭିନ୍ନ ରହିବ ବୋଲି ଆଶା କରାଯାଉଛି । ରୋହିତ ଲଣ୍ଡନରେ ପହଞ୍ଚି ଏକ ଘରୋଇ କ୍ଲବରେ ଅଭ୍ୟାସ କରୁଛନ୍ତି । ସେମିତି ଶୁଭମନ ଗିଲ ମଧ୍ୟ ଭିନ୍ନ ଏକ ଏକାଡେମୀରେ ଅଭ୍ୟାସ ଜାରି ରଖିଛନ୍ତି । ଟି-ଟ୍ୱେଣ୍ଟି ଶେଷ ହେବା ପରେ ସମସ୍ତ ଏକାଠି ହେବେ । ରୋହିତ ପୂର୍ବରୁ ଟି-ଟ୍ୱେଣ୍ଟି ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ସେ କେବଳ ଦିନିକିଆ ଖେଳିବା ଜାରି ରଖିଛନ୍ତି ।

ଅଧିକ ପଢନ୍ତୁ- Vaibhav vs Jofra: ୧୩ ବଲ୍‌, ୨ ଥର ଆଉଟ୍‌...ବୈଭବ ସୂର୍ଯ୍ୟବଂଶୀଙ୍କ ଦୁର୍ବଳତା ଧରି ପକାଇଲେ ଜୋଫ୍ରା ଆର୍ଚର