ନୂଆଦିଲ୍ଲୀ : ଆସୁଛି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜେଲର-୨’। ୨୦୨୬ ମସିହାର ଦ୍ବିତୀୟର୍ଦ୍ଧରେ ଏହି ଫିଲ୍ମ ରିଲିଜ୍ ହେବ । ତେବେ ମୁକ୍ତିଲାଭ କରିବା ପୂର୍ବରୁ ଏକ ରେକର୍ଡ କରିଛି ଏହି ଫିଲ୍ମ । କେବଳ ଦେଶ ନୁହେଁ ବିଶ୍ବବ୍ୟାପୀ କଲେକ୍ସନରେ ମଧ୍ୟ ଏହା ରେକର୍ଡ କରିବ ବୋଲି ଆଶା କରାଯାଉଛି । ତେବେ ରିଲିଜ୍ ପୂର୍ବରୁ ଓଟିଟି ସହ ଏକ ବଡ଼ ବ୍ୟବସାୟୀକ ଡିଲ୍ ହୋଇଛି ।
ଏକ ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ଫିଲ୍ମର ରାଇଟ୍ସ କିଣିଛି ଆମାଜନ୍ ପ୍ରାଇମ୍ । ୧୬୦ କୋଟି ଟଙ୍କାରେ ରାଇଟ୍ସ କିଣିଥିବା ଜଣାପଡ଼ିଛି । ତେବେ ଏହା ତାମିଲ ଫିଲ୍ମ ଜଗତର ସବୁଠାରୁ ବଡ଼ ଡିଲ୍ । ଏହା ପୂର୍ବରୁ କୌଣସି ଫିଲ୍ମର ରାଇଟ୍ସ ଏତେ ଟଙ୍କାରେ ବିକ୍ରି ହୋଇନାହିଁ । ‘ଥଗ୍ସ ଅଫ୍ ଲାଇଭ୍’ କମଲ ହାସନ ଏବଂ ମଣିରତ୍ନଙ୍କ ଫିଲ୍ମ ୧୫୦ କୋଟି ଟଙ୍କାରେ ଡିଲ୍ ହୋଇଥିଲା । ମାତ୍ର ଏହା ସବୁଠାରୁ ଅଧିକ ଟଙ୍କାରେ ଡିଲ୍ କରି ରେକର୍ଡ କରିଛି ।
ତେବେ ଏହି ଫିଲ୍ମଟି ବିଶ୍ବବ୍ୟାପୀ କଲେକ୍ସନରେ ମଧ୍ୟ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ପ୍ରଥମ ଭାଗଠାରୁ ଅଧିକ ଭଲ ହେବ ବୋଲି କୁହାଯାଉଛି । ଏଥିରେ ରଜନୀକାନ୍ତଙ୍କ ଭୂମିକାକୁ ଅଧିକ ଆକର୍ଷୀୟଣ ହୋଇଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାବେଳେ ରମ୍ୟା କୃଷ୍ଣ, ଯୋଗୀବାବୁ, ମୋହଲଲାଲ, ଶିବ ରାଜକୁମାରଙ୍କ ଭଳି କଳାକାରମାନେ ନଜର ଆସିବେ ।
ଏହାସହ ପଢ଼ନ୍ତୁ : ଚେନ୍ନାଇକୁ ୧୯୫ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ