ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଧର୍ମ ନୁହେଁ, କର୍ମ ପଚାରି ମାରୁଛୁ; ଅପରେସନ୍‌ ସିନ୍ଦୂରକୁ ନେଇ ଏଭଳି କହିଲେ ରାଜନାଥ ସିଂହ

Published By : Tapas Panda | August 10, 2025 3:52 PM

ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂରକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ମଧ୍ୟପ୍ରଦେଶର ରାଇସେନରେ ରାଜନାଥ ସିଂହ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି । ଅପରେସନ୍‌ ସିନ୍ଦୂର ମାଧ୍ୟମରେ ଆମେ ବିଶ୍ବକୁ ସ୍ବତନ୍ତ୍ର ବାର୍ତ୍ତା ଦେଇଛୁ । ଆମେ କାହା ସହ ବିବାଦ କରୁନାହୁଁ, ଯଦି କେହି କରେ ଆମେ ଛାଡ଼ୁନାହୁଁ ବୋଲି ରାଜନାଥ କହିଛନ୍ତି । ଆମେ ଧର୍ମ ପଚାରି ମାରୁନାହୁଁ, କର୍ମ ପଚାରି ମାରୁ ବୋଲି ସେ କହିଛନ୍ତି । ସେ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେଉଛି । ଭାରତ ବିଶ୍ବରେ ଶାନ୍ତି ଚାହୁଁଛି, କିନ୍ତୁ ଆମ ସହ ବିଶୃଙ୍ଖଳା କଲେ ଛାଡ଼ିବୁ ନାହିଁ । 

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କଲେ । ଭାରତ ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଲା । ପହଲଗାମରେ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଗଲା, କିନ୍ତୁ ଆମେ ସେମାନଙ୍କ ଧର୍ମ ପଚାରି ହତ୍ୟା କରୁନାହୁଁ। ସେପଟେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନନେଇ ସେ କହିଛନ୍ତି ଯେ, କିଛି ଲୋକ ଭାରତର ବିକାଶକୁ ପସନ୍ଦ କରନ୍ତି ନାହିଁ  । କିଛି ଲୋକ ଚାହାଁନ୍ତି ଯେ, ଭାରତର ଲୋକଙ୍କ ହାତରେ ତିଆରି ଜିନିଷ ମହଙ୍ଗା ହେଉ । ବିଶ୍ୱର କୌଣସି ଶକ୍ତି ଭାରତକୁ ଏକ ବଡ଼ ଅର୍ଥନୀତି ହେବାରୁ ରୋକିପାରିବ ନାହିଁ । ଭାରତ ଆଜି ପର୍ଯ୍ୟନ୍ତ ସମସ୍ତଙ୍କର କଲ୍ୟାଣ ଚାହୁଁଛି । 

ରାଜନାଥ ସିଂହ କହିଛନ୍ତି, ବିଦେଶରୁ କ୍ରୟ କରାଯାଉଥିବା ଯୁଦ୍ଧାସ୍ତ୍ର ଏବେ ଭାରତରେ ତିଆରି ହେଉଛି । ବର୍ତ୍ତମାନ ଭାରତର ପ୍ରତିରକ୍ଷା ରପ୍ତାନି ବାର୍ଷିକ ପ୍ରାୟ ୨୪୦୦୦ କୋଟି ଟଙ୍କାରେ ପହଞ୍ଚିଛି । ଏହା ଏକ ବଡ଼ ରେକର୍ଡ । ରାଜନାଥ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଥମେ ୨୦୧୪ରେ ସରକାର ଗଠନ ହୋଇଥିଲା । ସେତେବେଳେ ଆମେ ନିଷ୍ପତ୍ତି ନେଇଥିଲୁ ଯେ, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବୁ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦୃଢ଼ତାର ସହ ଆଗକୁ ବଢ଼ୁଛି ।  ଭାରତର ଆର୍ଥିକ ପ୍ରଗତିରେ ପ୍ରତିରକ୍ଷା କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି କ୍ଷେତ୍ର ଏବେ କେବଳ ଭାରତର ସୁରକ୍ଷାକୁ ମଜଭୁତ କରୁନାହିଁ ବରଂ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ ଦେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.