ମୁମ୍ୱାଇ : ଅଭିନେତା ରାଜପାଲ ଯାଦବ ତିହାର ଜେଲରୁ ବାହାରିବା ବେଳେ ତାଙ୍କର ଓକିଲ ଭାସ୍କର ଉପାଧ୍ୟାୟଙ୍କ ସହ ୨୮ ଫେବ୍ରୁଆରୀରେ ଏକ ପ୍ରେସ୍ କନଫରେନ୍ସ କରି ଥିଲେ। ମୁମ୍ୱାଇରେ ହୋଇ ଥିବା ଏହି ପ୍ରେସ୍ କନଫରେନ୍ସରେ ଅଭିନେତା ନିଜର ଚେକ୍ ବାଉନ୍ସ ମାମଲା ବିଷୟରେ ଖୋଲା ଖୋଲି କହି ଥିଲେ। ଏହା ବ୍ୟତୀତ ରାଜପାଲ ଯାଦବ କହିଥିଲେ ଯେ, ଆଗାମୀ ବର୍ଷ ଗୁଡ଼ିକରେ ତାଙ୍କର ପାଖରେ ବହୁତ ଗୁଡ଼ିଓ ପ୍ରୋଜେକ୍ଟ ଅଛି, ଯେଉଁଥିରେ ସେ ମାଲାମାଲ ହେବାକୁ ଯାଉଛନ୍ତି। ଏହାସହ ସେ ତିହାର ଜେଲ୍‌ରେ ରହି ଥିବା ବେଳେ ତାଙ୍କୁ ଆର୍ଥିକ ସାହାଯ୍ୟ ଦେଇଥିବା କଳାକାର ଓ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି।

ଅଭିନେତା କହିଥିଲେ ଯେ, ତାଙ୍କ ଉପରେ କେସ୍ କରିଥିବା ବିଜନେସମ୍ୟାନ ମାଧବ ଗୋପାଳ ଅଗ୍ରୱାଲ ତାଙ୍କର ୨୦୧୦ର ଫିଲ୍ମ ‘ଅତା ପତା ଲାପତା’ରେ ୫ କୋଟି ଟଙ୍କା ଇନଭେଷ୍ଟ କରିଥିଲେ। ଏହା ରାଜପାଲଙ୍କ ନିର୍ଦ୍ଦେଶନାର ପ୍ରଥମ ଫିଲ୍ମ ଥିଲା, ଯାହାକି ଫ୍ଲପ୍ ହୋଇ ଥିଲା। ଏହା ଉପରେ ରାଜପାଲ ଯାଦବଙ୍କ ଓକିଲ ଭାସ୍କର ଦାବି କରିଥିଲେ ଯେ, ଏହା ଉପରେ ସୁଧ ଲଗା ଯାଇ ଥିଲା, ଯାହାର ରିଫଣ୍ଡ ଆମାଉଣ୍ଟ ବଢି ୧୦.୪୦ କୋଟି ଟଙ୍କା ହୋଇ ଯାଇ ଥିଲା। ତାଙ୍କ ମୁତାବିକ , ଅଭିଯୋଗକାରୀ ,ରାଜପାଲଙ୍କୁ ଜେଲ୍‌ରେ ଦେଖିବାକୁ ଚାହାନ୍ତି । ସେ ଅଭିନେତାଙ୍କ ପକ୍ଷରୁ ଦିଆଯାଇ ଥିବା ଜାମିନ ରାଶି ଓ ପ୍ରପର୍ଟିର କାଗଜକୁ ମଧ୍ୟ ନେବାକୁ ମନା କରି ଦେଇଥିଲେ।

ରାଜପାଲ ଯାଦବଙ୍କ ଓକିଲ କହିଥିଲେ- ମାଧବ ଗୋପାଳ ଅଗ୍ରୱାଲ ପ୍ରେସ୍ କନଫରେନ୍ସରେ କହିଥିଲେ ଯେ, ଅଭିନେତାଙ୍କୁ ଜେଲ୍ ପଠାଇବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା। ହେଲେ ଏହି କଥା ସତ ନୁହେଁ। ୨୦୧୮ ମସିହାରେ ଯେବେ ରାଜପାଲ କୋର୍ଟରେ ଜାମିନ ରାଶି ଜମା କରିଥିଲେ ଏବଂ ପ୍ରପର୍ଟିର ପେପର ମଧ୍ୟ ଦେବାକୁ ପ୍ରସ୍ତୁତ ଥିଲେ ତ ମାଧବ ଗୋପାଳ ଏହାକୁ ନେଇ ନଥିଲେ। ବରଂ ସେ ଅଭିନେତାଙ୍କୁ ଜେଲ୍ ପଠାଇବାକୁ ବାଛିଲେ। ସେ କେବଳ ମିଥ୍ୟା ପ୍ରସାର କରୁଛନ୍ତି ଏବଂ ଅଭିନେତାଙ୍କ ଇମେଜକୁ ଖରାପ କରୁଛନ୍ତି। ଯଦି ସେ ଜାମିନ ରାଶି ସେତେବେଳେ ନେଇ ଯାଇ ଥାନ୍ତେ ତ ଏହି କେସ୍ ୨୦୧୮ରେ ହିଁ ବନ୍ଦ ହୋଇ ଯାଇ ଥାନ୍ତା। ସେ କେବେ ଟଙ୍କା ନେବାକୁ ଚାହୁଁ ନଥିଲେ, ବରଂ ସେ ରାଜପାଲଙ୍କୁ ଜେଲ୍ ପଠାଇବାକୁ ଚାହୁଁ ଥିଲେ।

ଏହି ସମୟରେ ରାଜପାଲ ଯାଦବ ନିଜର ସ୍ପଷ୍ଟୀକରଣରେ କହିଥିଲେ – ଯେବେ ପ୍ରଡ୍ୟୁସର ଆର୍ଥିକ ସଙ୍କଟରେ ଥିଲେ , ସେତେବେଳେ ସେ ଫ୍ରି'ରେ କାମ କରିଛନ୍ତି। ଅଭିନେତା କହିଥିଲେ ଯେ, ସେ ତାଙ୍କର ଗାଁକୁ ପୋଷ୍ୟ କରିଥିଲେ ଏବଂ ଏହାର ବିକାଶରେ ନିଜର ଯୋଗଦାନ ଦେଇଥିଲେ। ଅଭିନେତା ଏହା ମଧ୍ୟ କହିଥିଲେ ଯେ ପ୍ରଡକ୍ସନ ହାଉସ ଖୋଲିବାର ତାଙ୍କର ଉଦ୍ଦେଶ୍ୟ କେବଳେ ଏତିକି ଥିଲା ଯେ ,ସେ ଛୋଟିଆ ଟାଉନରେ ଏବଂ ସଂଘର୍ଷ କରୁଥିବା ନୂଆ ଲୋକଙ୍କୁ ଏକ ସୁଯୋଗ ଦେଇ ପାରିବେ। ଏହା ସହ ରାଜପାଲ ଏକ ବଡ଼ ଖୁଲାସା ମଧ୍ୟ କରିଥିଲେ।

ରାଜପାଲ କହିଥିଲେ – ମୋ ପାଖରେ ଆଗାମୀ ୭ ବର୍ଷ ଯାଏ ବ୍ରାଣ୍ଡିଂ ପାଇଁ ୧୨୦୦ କୋଟି ଟଙ୍କାର କାମ ଅଛି , ମୋ ପାଖରେ ୪ଟି ଏଗ୍ରିମେଣ୍ଟ ଅଛି ଏବଂ ଏଥିରେ ଫିଲ୍ମ ନାହିଁ। କିଛି ପ୍ରୋଜେକ୍ଟ ଅଛି , ଯାହା ୨୦୦ କୋଟି ଟଙ୍କାର ଏବଂ କିଛି ୨୦୦୦ କୋଟି ଟଙ୍କାର। ଏଥିରୁ କିଛି ଫି’ର ରକମ ଅଛି ଏବଂ କିଛି ପ୍ରୋଜେକ୍ଟରେ ମୋର ସେୟାର ଅଛି।ମୋ ପାଖରେ ଲାଇନରେ ୧୦ଟି ଫିଲ୍ମ ଅଛି। ଏଥିରେ ଭୂତ ବଙ୍ଗଳା ରିଲିଜ ହେବାକୁ ଯାଉଛି। ଏହାପରେ ‘ୱେଲକମ୍ ଟୁ ଦ ଜଙ୍ଗଲ’ ଆସୁଛି। ଏହାପରେ ଆଉ କିଛି ପ୍ରୋଜେକ୍ଟ ମଧ୍ୟ ଅଛି।