ନୂଆଦିଲ୍ଲୀ, ୩୦/୦୩ : ରାମ ଚରଣ ଏବଂ ଜାହ୍ନବୀ କପୁରଙ୍କ ଅଭିନୀତ ମୋଷ୍ଟ ଆୱେଟେଡ୍ ଫିଲ୍ମ ପେଡ୍ଡୀର ରିଲିଜ୍ ଡେଟ୍‌ କୁ ବଢିଲା ସସପେନ୍ସ। ଆହୁରି ଘୁଞ୍ଚିପାରେ ରିଲିଜ୍ ତାରିଖ। ପେଡ୍ଡୀ ମାର୍ଚ୍ଚ ୨୭ରେ ରିଲିଜ୍ ହୋଇଥାନ୍ତା। ହେଲେ ଫିଲ୍ମ ମେକିଂ କାମ ସରି ନଥିବାରୁ ଏହାକୁ ଘୁଞ୍ଚାଯାଇଥିଲା। ଏପ୍ରିଲ ୩୦ରେ ରିଲିଜ୍ ହେବ ବୋଲି ସିଡ୍ୟୁଲ୍ କରାଯାଇଥିଲା। ହେଲେ ପୁଣି ଥରେ ଫିଲ୍ମ ରିଲିଜ୍ ରେ ବିଳମ୍ଵ ହୋଇପାରେ ବୋଲି ସୂଚନା ମିଳିଛି। ଏହା ପଛରେ ଏକ ବଡ଼ କାରଣ ରହିଛି। ଯାହାକୁ ନେଇ ଏବେ ଫ୍ୟାନ୍ସ ଟେନସନରେ ଅଛନ୍ତି। 

ଫିଲ୍ମ ପେଡ୍ଡୀର ରିଲିଜ୍ ଡେଟ୍ ଘୂଞ୍ଚିବା ନେଇ ଏବେ ଗୁଜବ ପ୍ରଚାର ହେଉଛି। ଫିଲ୍ମର କିଛି କାମ ଆହୁରି ବାକି ଅଛି ଏବଂ ଏହାକୁ ସାରିବାକୁ ଆହୁରି ସମୟ ଲାଗିବ ବୋଲି ଶୁଣିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ, ଫିଲ୍ମର ଏକ ସ୍ପେଶାଲ ଗୀତ ସୁଟିଂ ଏବଂ ରାମ ଚରଣଙ୍କ କିଛି ପାର୍ଟର ସୁଟିଂ ଏବେବି ବାକି ଅଛି। ତେଣୁ ମେକର୍ସ ଫିଲ୍ମ ରିଲିଜ୍ ତାରିଖ ଆହୁରି ଘୁଞ୍ଚାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆହୁରି ଉତ୍ସୁକତା ବଢିଛି।

ତେବେ ଫିଲ୍ମ ମେ କିମ୍ଵା ଜୁନ୍ ରେ ରିଲିଜ୍ ହୋଇପାରେ ବୋଲି ଅନୁମାନ କରାଯାଉଛି। ହେଲେ ମେକର୍ସ ଏନେଇ କୌଣସି କନଫରମେସନ ଦେଇ ନାହାଁନ୍ତି। ରାମ ଚରଣଙ୍କ ବ୍ୟତୀତ ଏହି ଫିଲ୍ମରେ ଜାହ୍ନବୀ କପୁର, ଶିବ ରାଜକୁମାର, ଜଗପତି ବାବୁ ଏବଂ ଦିବ୍ୟେନ୍ଦୁଙ୍କ ଭଳି କଳାକାର ନଜର ଆସିବେ। ବୁଚୀ ବାବୁ ସନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମରେ ଏ.ଆର. ରହମାନ ମ୍ୟୁଜିକ୍ ପ୍ରସ୍ତୁତ କରିଛନ୍ତି। ଏହି ସ୍ପୋର୍ଟସ୍ ଆକ୍ସନ ଡ୍ରାମା ଫିଲ୍ମରେ ରାମ ଚରଣ ପହିଲମାନ ଭୂମିକାରେ ଅଭିନୟ କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ସମୟ ବଦଳାଇ ଦେଲା ରଣବୀର ସିଂଙ୍କ ଫିଲ୍ମ , ଧୁରନ୍ଧର ଅଭିନେତାଙ୍କ ହାତରେ ଜୁନିଅର NTRଙ୍କ ପିକ୍ଚର