ନୂଆଦିଲ୍ଲୀ, ୩୦/୦୩ : ରିଲିଜ୍ ପରଠୁ ସିନେମା ହଲ୍ ରେ ଧମାଲ୍ କରୁଛି ଧୁରନ୍ଧର-୨। ରଣବୀର ସିଂଙ୍କ ଢାସୁ ଆକ୍ଟିଂ ଏବଂ ଅନ୍ୟ କଳାକାରଙ୍କ ଦମଦାର୍ ଅଭିନୟ ଦର୍ଶକଙ୍କ ମନ ଜିଣିଛି। ଫିଲ୍ମରେ କିଛି ନୂଆ କଳାକାରଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ୍ ପ୍ରଶଂସା କରୁଛନ୍ତି। ସେହିପରି ଏକ ଭୂମିକା ହେଉଛି "ଧୁରନ୍ଧର" ଫ୍ରାଞ୍ଚାଇଜର ଶିରାନି ବେଲୁଚ୍। ଅଭିନେତା ଏବଂ ପ୍ରଯୋଜକ ବିମଳ ଓବରୟ "ଧୁରନ୍ଧର"ର ଦୁଇ ପାର୍ଟରେ ଶିରାନି ବେଲୁଚ୍ ର ଭୂମିକାରେ ଅଭିନୟ କରିଛନ୍ତି ଏବଂ ତାଙ୍କର ଉତ୍କୃଷ୍ଟ ଅଭିନୟ ଦ୍ୱାରା ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି।

ଆଦିତ୍ୟ ଧରଙ୍କ ଧୁରନ୍ଧର କିଛି କଳାକାରଙ୍କୁ ପରିଚୟ ଦେଇଛି। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିମଳ ଓବରୟ। ଫିଲ୍ମରେ ତାଙ୍କୁ ବେଲୁଚ ସର୍ଦ୍ଦାର ଭୂମିକାରେ ଦେଖିବାକୁ ମିଳୁଛି। ଏହି ଭୂମିକା ତାଙ୍କ କ୍ୟାରିୟରରେ ଏକ ପ୍ରମୁଖ ବ୍ରେକଆଉଟ୍ ରୋଲ୍ ସାବ୍ୟସ୍ତ ହୋଇଛି। "ଧୁରନ୍ଧର ୨"ରୁ ଲାଇମଲାଇଟରେ ଆସିବା ପରେ, ବିମଳଙ୍କ ଭାଗ୍ୟ ବଦଳି ଯାଇଛି। ତାଙ୍କୁ ଏକ ପ୍ରମୁଖ ପ୍ୟାନ୍-ଇଣ୍ଡିଆ ଫିଲ୍ମରେ ସୁଯୋଗ ମିଳିଛି। ବିମଳ ଏହାର ସୁଟିଂ ଆରମ୍ଭ କରିସାରିଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Bimal Oberoi (@bimaloberoi)

ଧୁରନ୍ଧର-୨ର ସଫଳତା ପରେ ଏବେ ବିମଳ ଓବରୟ ଲାଇମଲାଇଟ୍ ରେ ଅଛନ୍ତି। ପ୍ୟାନ୍ ଇଣ୍ଡିଆ ଫିଲ୍ମ 'ଡ୍ରାଗନ୍'ରେ ତାଙ୍କର ଏଣ୍ଟ୍ରି ହୋଇସାରିଛି। 'ଡ୍ରାଗନ୍' ଜୁନିୟର NTRଙ୍କ ମଚ୍ ଆୱାଟେଡ୍ ଆକ୍ସନ ଡ୍ରାମା ଫିଲ୍ମ। ପ୍ରଶାନ୍ତ ନୀଲ ଏଥିରେ ନିର୍ଦ୍ଦେଶନା ଦେଉଛନ୍ତି। ଅନିଲ କପୁର ଖଳନାୟକ ଭୂମିକାରେ ନଜର ଆସିବେ। ତେବେ ଏହି ବିଗ୍ ବଜେଟର ଫିଲ୍ମରେ ବିମଳଙ୍କ ଭୂମିକାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଜୁନିଅର ଏନଟିଆରଙ୍କ ଅପୋଜିଟ୍ ରେ ରୁକ୍ମିଣୀ ବସନ୍ତଙ୍କୁ ଦେଖିବାକୁ ମିଳିବ।

ଏହି ଖବରଟିକୁ ପଢନ୍ତୁ- ହିନ୍ଦୁ ରୀତିନୀତି ଅନୁଯାୟୀ କାହିଁକି ହୋଇ ଥିଲା ଜରିନ ଖାନ ଶେଷକୃତ୍ୟ? ମୁଁହ ଖୋଲିଲେ ଜାଏଦ