ମୁମ୍ବାଇ ୦୬/୧୨: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ସବୁବେଳେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ଏପରି ବୟାନ ଦିଅନ୍ତି ଯାହା ତାଙ୍କ ପାଇଁ ଅନେକ ସମୟରେ ସମସ୍ୟାର କାରଣ ହୋଇଥାଏ। କିନ୍ତୁ ଗୋଟେ ସମୟ ଥିଲା ଯେତେ ରାମ ଗୋପାଳ ଏବଂ ଉର୍ମିଲା ମାତୋଣ୍ଡକରଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ବଲିଉଡର ହଟ୍ ଟପିକ ଥିଲା। କିନ୍ତୁ ଦୁହେଁ ଏହାକୁ ନେଇ କେବେ ନିଜର ମୁହଁ ଖୋଲିନଥିଲେ। ବର୍ତ୍ତମାନ, ଅନେକ ବର୍ଷ ପରେ, ରାମ ଗୋପାଳ ଏହାକୁ ନେଇ ନିଜର ନିରବତା ଭାଙ୍ଗିଛନ୍ତି।
ଉର୍ମିଲା ଏବଂ ରାମ ଗୋପାଳ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସେମାନଙ୍କ ଫିଲ୍ମ ସଫଳ ମଧ୍ୟ ହୋଇଛି। କୁହାଯାଏ କାଳେ ସୁଟିଂ ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଆଉ ଏହି କଳ୍ପନାଜଳ୍ପନା ରାମ ଗୋପାଳ ଏବଂ ତାଙ୍କ ପତ୍ନୀ ରତ୍ନା ବର୍ମାଙ୍କ ସମ୍ପର୍କକୁ ପ୍ରଭାବିତ କରିଥିଲା । ଏପରିକି ରାମ ଗୋପାଳ ତାଙ୍କ ପୁସ୍ତକ "ଗନ୍ସ ଆଣ୍ଡ୍ ଥିଗ୍ସ: ଦି ଷ୍ଟୋରୀ ଅଫ୍ ମାଇ ଲାଇଫ୍"ରେ 'ମେରି ଜିନ୍ଦେଗି କି ଔରତ' ବିଭାଗରେ ଉର୍ମିଳାଙ୍କ ଉପରେ ଏକ ଚାପ୍ଟର ଲେଖିଥିଲେ। ତେବେ ନିକଟରେ ଏକ ସାକ୍ଷାତକାରରେ, ରାମ ଗୋପାଳ ଏହି ଆଫେୟାର୍ସକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, "ମୁଁ ଭାବୁଛି ସେ ସବୁଠାରୁ ବହୁମୁଖୀ ଅଭିନେତ୍ରୀ। ସେଥିପାଇଁ ମୁଁ ତାଙ୍କ ସହିତ ଅନେକ ଫିଲ୍ମରେ କାମ କରିଛି। ମୁଁ ଅମିତାଭ ବଚ୍ଚନଙ୍କ ସହ ଏହାଠାରୁ ଅଧିକ କାମ କରିଛି, କିନ୍ତୁ କେହି ଏହା ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ। ମୋ ବିଷୟରେ ଆଲୋଚନା କରିବା ସିଷ୍ଟମ ଏବଂ ସୋସିଆଲ ମିଡିଆର କାମ।“