ଅଯୋଧ୍ୟା,୬।୭: ଶ୍ରୀରାମ ଜନ୍ମଭୂମିକ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଶେଷରେ ଦାନ ଓ ଚାନ୍ଦା ଚୋରି ବିବାଦ ମାମଲାରେ ମହାସଚିବ ଚମ୍ପତ୍ତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫାକୁ ମଞ୍ଜୁରୀ ଦେଇଛି। ଆଠ ଜଣଙ୍କ ଗିରଫଦାରୀ ଏବଂ ଟ୍ରଷ୍ଟିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟରେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛି। ରାମ ମନ୍ଦିର ଟ୍ରଷ୍ଟ ବୈଠକ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ତେବେ ବୈଠକରେ ଚମ୍ପତ୍ତ ରାୟ କିମ୍ବା ଅନିଲ ମିଶ୍ର ଉପସ୍ଥିତ ନଥି ପ୍ରଥମ ଥର ପାଇଁ ଟ୍ରଷ୍ଟ ରାମ ମନ୍ଦିର ପରିସରରେ ବୈଠକ କରିଥିଲା। ପୂର୍ବରୁ, ଅଯୋଧ୍ୟା ଧାମର ମଣି ରାମ ଦାସ କ୍ୟାଣ୍ଟନମେଣ୍ଟରେ ବୈଠକ ଅନୁଷ୍ଠିତ ହେଉଥିଲା। ଗୋପନୀୟତା ଦୃଷ୍ଟିରୁ ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ପରେ ରାମ ମନ୍ଦିର ଟ୍ରଷ୍ଟର ଅନ୍ତରୀଣ ମହାସଚିବ ଭାବରେ କୃଷ୍ଣ ମୋହନଙ୍କୁ ନିଯୁକ୍ତ କରାଯାଇଛି।

ବିଶ୍ବ ହିନ୍ଦୁ ପରିଷଦର ଏହି ଦୁଇ ବଡ ନେତା ଗତ ମାସ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆର୍ଥିକ ମାମଲା ଓ ଚନ୍ଦା ଦେଖାଶୁଣାରେ ଅନିୟମିତତା ଅଭିଯୋଗ ପରେ ନେଇ ଦୁଇ ନେତା ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। ଯାହାକୁ ଆଜି ଟ୍ରଷ୍ଟ ମଞ୍ଜୁର କରିଛି। ଏହା ଭିତରେ ଚମ୍ପତ୍ତ ରାୟଙ୍କ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ନୃତ୍ୟଗୋପାଳ ଦାସ କହିଛନ୍ତି, ଯେଉଁମାନେ ପାପ କରିଛନ୍ତି, ତାଙ୍କୁ ଦଣ୍ଡ ମିଳିବ।’

ବୈଠକ ଆରମ୍ଭ ହେବା ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଥିଲା। ଏହାର ଠିକ୍ ପରେ କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରିଙ୍କ ପକ୍ଷରୁ ଚମ୍ପତ୍ତ ରାୟ ଓ ଅନିଲ ମିଶ୍ରଙ୍କ ଇସ୍ତଫା ଉପରେ ବିଚାର କରିବା ଓ ଚର୍ଚ୍ଚାକୁ ଆଗକୁ ବଢାଇବାର ପ୍ରସ୍ତାବ ମିଟିଂରେ ଦିଆଯାଇଥିଲା। ରାମ ମନ୍ଦିର ଟ୍ରଷ୍ଟ ୨୦୨୦ ରେ ଗଠନ ପରଠାରୁ ଏପର୍ଯ୍ୟନ୍ତ ଏହା ଥିଲା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଠକ। ମନ୍ଦିରକୁ ଦାନ କରାଯାଇଥିବା ସମସ୍ତ ଜିନିଷ ଯାହା ଚୋରି ହୋଇଥିବା ଅଭିଯୋଗ ହୋଇଛି ତାହା ଏବେ ମନ୍ଦିର ଟ୍ରଷ୍ଟର ସାମ୍ବାଦିକ ସମ୍ମିଳନୀ ହଲରେ ରଖାଯାଇଛି। ଏଥିରେ ସୁନାର ରାମାୟଣ, ପ୍ରଭୁଙ୍କ ପାଦଚିହ୍ନ, ଗୋଟିଏ ହାର ଏବଂ ରୂପାର କାଗଭୁସୁଣ୍ଡି ରହିଥିଲା।

ଆହୁରି ପଢନ୍ତୁ : ‘ମୁଁ ୟୁପିରୁ ହିଁ, ଅଯୋଧ୍ୟାରେ ଜମି କିଣିବାକୁ ଚାହୁଁଛି’, ଭୋର ୩ଟାରେ ଫୋନ୍ କଲେ ଅମିତାଭ ବଚ୍ଚନ