ନୂଆଦିଲ୍ଲୀ,୦୭/୦୩; ବହୁଚର୍ଚ୍ଚିତ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସିବିଆଇ କୋର୍ଟଙ୍କ ରାୟକୁ ଆଂଶିକ ଭାବରେ ପରିବର୍ତ୍ତନ କରି ଡେରା ମୁଖ୍ୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ତିନି ଅଭିଯୁକ୍ତ କୁଲଦୀପ, ନିର୍ମଳ ଓ କିଶନ ଲାଲଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ୍ ରଖିଛନ୍ତି ।  ସିରସା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଅକ୍ଟୋବର ୨୦୦୨ରେ ତାଙ୍କ ଘର ବାହାରେ ଗୁଳି କରାଯାଇଥିଲା । ୨୧ ନଭେମ୍ବର ୨୦୦୨ରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୦୧୯ରେ ସିବିଆଇ କୋର୍ଟ ଏହି ମାମଲାରେ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।  

ପ୍ରମାଣ ଅଭାବରୁ ମିଳିଲା ଜାମିନ୍-  ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ରାୟ ବିରୋଧରେ ଅଭିଯୁକ୍ତମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ରାୟ ଶୁଣାଇଛନ୍ତି। ମାମଲାରେ ପ୍ରମାଣ ଏବଂ ଯୁକ୍ତିର ବିସ୍ତୃତ ବିଚାର ପରେ, କୋର୍ଟ ଜାଣିପାରିଛନ୍ତି ଯେ, ଡେରା ମୁଖ୍ୟଙ୍କ ବିରୋଧରେ ‌ହୋଇଥିବା ଅଭିଯୋଗ ଯଥେଷ୍ଟ ପ୍ରମାଣିତ ହୋଇନାହିଁ। ସେହି ଆଧାରରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଅନ୍ୟ ତିନି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଯଥେଷ୍ଟ ଥିବାରୁ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ​​​​​​​

ଏହା ବି ପଢନ୍ତୁ...ଅଶୋଧିତ ତୈଳ ଦର ବଢିଲା; ଅଢ଼େଇ ବର୍ଷରେ ରେକର୍ଡରେ ପହଞ୍ଚିଛି, ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବ କି ?

ଛତ୍ରପତି ହତ୍ୟାକାଣ୍ଡ କ'ଣ ଥିଲା ? ସିରସା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଅକ୍ଟୋବର ୨୪, ୨୦୦୨ରେ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ନଭେମ୍ବର ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଗଷ୍ଟ ୨୦୦୨ରେ ଏକ ବେନାମୀ ଚିଠିରେ ଡେରା ମହିଳାଙ୍କ ଯୌନ ଶୋଷଣ ଏବଂ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଛତ୍ରପତି ଏହି ଚିଠିକୁ ତାଙ୍କ ଖବରକାଗଜରେ ପ୍ରକାଶ କରିଥିଲେ । ୨୦୦୩ରେ, ଛତ୍ରପତିଙ୍କ ପୁଅ ଅଂଶୁଲ ଛତ୍ରପତିଙ୍କ ଦ୍ୱାରା ଦାୟର ଏକ ଆବେଦନ ପରେ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ନଭେମ୍ବର ୨୦୦୩ରେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଏକ ଏଫଆଇଆର ଦାଖଲ କରିଥିଲା । ୨୦୦୪ରେ, ଡେରା ସଚ୍ଚା ସୌଦା ତଦନ୍ତ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲା, କିନ୍ତୁ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଦେଇଥିଲା। ପ୍ରାୟ ୧୬ ବର୍ଷ ଧରି ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ସିବିଆଇ ୨୦୧୮-୨୦୧୯ରେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । କୋର୍ଟ ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର  କହିଥିଲେ ଏବଂ ରାମ ରହିମ, କୁଲଦୀପ ସିଂହ, ନିର୍ମଳ ସିଂହ ଏବଂ କ୍ରିଷ୍ଣ ଲାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । 

ଗୁରମିତ୍ ରାମ ରହିମ୍ ୨୦୧୯ ରାୟ ବିରୁଦ୍ଧରେ ଆବେଦନ କରିଥିଲେ, ଏବଂ ଆଜି ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗୁରମିତ୍ ରାମ ରହିମ୍ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି । ସେ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି ।