ନୂଆଦିଲ୍ଲୀ ୦୨/୦୪: ଭାରତୀୟ ସିନେମା ଇତିହାସର ସବୁଠାରୁ ଭବ୍ୟ ଚଳଚ୍ଚିତ୍ର ଭାବରେ ବିବେଚିତ ‘ରାମାୟଣ’ କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ 'ଲର୍ଡ ଅଫ୍ ଦି ରିଙ୍ଗସ୍' ଏବଂ 'ଅବତାର' ଭଳି ଐତିହାସିକ ସିନେମା ସହିତ ତୁଳନା କରାଯାଉଛି। ଏହି ମହାକାବ୍ୟ ଦୁଇଟି ଭାଗରେ ରିଲିଜ୍ ହେବ, ଯାହାର ବଜେଟ୍ ୪୦୦୦ କୋଟି ହେବ। ଏଥିମଧ୍ୟରେ ଆଜି, ଫିଲ୍ମରୁ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍ ହୋଇଛି। ସାମ୍ନାକୁ ଆସିଥିବା ଟିଜରରେ ଏହି ମହାନ ଫିଲ୍ମର ଏକ ଝଲକ ଦେଖାଯାଇଛି। ଯାହାପରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢିଯାଇଛି।
ରାମଙ୍କ ପ୍ରଥମ ଝଲକରେ, ରଣବୀର କପୁର ତାଙ୍କ ଭୂମିକାରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବାର ଦେଖାଯାଉଛି। ଟିଜରରେ ତାଙ୍କର ରାଜ୍ୟାଭିଷେକରୁ ନେଇ ବନବାସ, ଜଙ୍ଗଲରେ ତାଙ୍କ ସଂଘର୍ଷ, ସୀତା ଅପହରଣ ଏବଂ ରାବଣର ଝଲକ ରହିଛି। ରଣବୀରଙ୍କ ଲୁକ୍ ସମ୍ପୂର୍ଣ୍ଣ ସ୍ପଷ୍ଟ ଥିବା ବେଳେ, ସାଇ ପଲ୍ଲବୀ ଏବଂ ୟଶଙ୍କ ଝଲକ ପ୍ରଶଂସକଙ୍କ ଅପେକ୍ଷାକୁ ଆହୁରି ବଢାଇ ଦେଇଛି। ଟିଜରରେ ବ୍ୟବହୃତ ଆନିମେସନ୍ ଏବଂ ଭିଏଫଏକ୍ସ ଚମତ୍କାର ହୋଇଛି। ଯେଉଁଥିରୁ ଜଣାପଡୁଛି ଯେ ଫିଲ୍ମଟି କେତେ ଭବ୍ୟ ହେବାକୁ ଯାଉଛି।
Rama is the greatest of all time because he lived a life where the choices he made were always in the benefit of the greater good, duty over desire, and sacrifice over self.
— Namit Malhotra (@malhotra_namit) April 2, 2026
His legacy continues to enhance and empower humanity over time and bring the belief in the goodness of… pic.twitter.com/FjlcgF6e8q
ଫିଲ୍ମର ପ୍ରଯୋଜକ ଏହି ଝଲକ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ରାମ ସର୍ବକାଳୀନ ମହାନ ପୁରୁଷ କାରଣ ସେ ଏପରି ଏକ ଜୀବନଯାପନ କରିଥିଲେ ଯେଉଁଥିରେ ସେ ନେଇଥିବା ନିଷ୍ପତ୍ତି ସର୍ବଦା ବ୍ୟାପକ ହିତ ପାଇଁ ଥିଲା - ଯେଉଁଠାରେ ସେ ନିଜର ଇଚ୍ଛା ଅପେକ୍ଷା କର୍ତ୍ତବ୍ୟକୁ ଏବଂ ନିଜ ସ୍ୱାର୍ଥ ଅପେକ୍ଷା ତ୍ୟାଗକୁ ପ୍ରାଥମିକତା ଦେଇଥିଲେ। ତାଙ୍କର ଐତିହ୍ୟ ସମୟ ସହିତ ମାନବଜାତିକୁ ସମୃଦ୍ଧ ଏବଂ ସଶକ୍ତ କରିଚାଲିଛି; ଏହା ମାନବ ଚେତନାର ମଙ୍ଗଳ ପ୍ରତି ବିଶ୍ୱାସକୁ ମଧ୍ୟ ଦୃଢ଼ କରେ, ଯାହା ସମସ୍ତ ଦ୍ୱନ୍ଦ୍ୱର ସମାଧାନ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରିବ।"
ଆହୁରି ପଢ଼ନ୍ତୁ...ରାମାୟଣ ସୁଟ୍ ବେଳେ ସିଗାରେଟ୍ ଟାଣୁଥିଲେ ଅରୁଣ ଗୋଭିଲ୍, ଏମିତି କ'ଣ ହେଲା ଯେ ସବୁ ଛାଡ଼ି ସାତ୍ତ୍ଵିକ ଆହାର କଲେ କଳାକାର ?
ତେବେ ଫିଲ୍ମର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ପ୍ରଭାବଶାଳୀ ଷ୍ଟାରକାଷ୍ଟ। ରଣବୀର କପୁର ଭଗବାନ ରାମ ଭୂମିକାରେ ଅଭିନୟ କରୁଥିବାବେଳେ ସାଇ ପଲ୍ଲବୀ ସୀତା ଚରିତ୍ରରେ ଅଭିନୟ କରୁଛନ୍ତି। ୟଶ ରାବଣ ଚରିତ୍ର, ସନି ଦେଓଲ ଭଗବାନ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରୁଛନ୍ତି। ଓସ୍କାର ବିଜେତା ଏ.ଆର. ରହମାନ ଏହି ପ୍ରୋଜେକ୍ଟ ପାଇଁ ସଙ୍ଗୀତକାର ହନ୍ସ ଜିମରଙ୍କ ସହ ହାତ ମିଳାଇଛନ୍ତି, ଯିଏକି ଏହି ଫିଲ୍ମ ମାଧ୍ୟମରେ ତାଙ୍କର ହିନ୍ଦୀ ସିନେମା ଡେବ୍ୟୁ କରୁଛନ୍ତି।