ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ରମ୍ଭା ଚନ୍ଦନ ଯାତ୍ରା : ଅପେରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ, କଳା ଓ ସଂସ୍କୃତିପ୍ରେମୀଙ୍କ ତରଫରୁ ଦୃଢ଼ ନିନ୍ଦା

Published By : Prameya | May 21, 2025 6:36 PM

ବ୍ରହ୍ମପୁର,୨୧/୫ :  ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତିର ଏନ୍ତୁଡ଼ିଶାଳ । ଏହି ଜିଲ୍ଲାର କଳା ଓ କଳାକାର ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରିଛି । କଳା, ସଂସ୍କୃତିରେ ପରିପୂର୍ଣ୍ଣ ଏହି ଜିଲ୍ଲାରେ ବେଶ କିଛି ସମୟ ଧରି ଦେଖାଦେଇଛି ଅପସଂସ୍କୃତି ଓ ଅଶ୍ଳୀଳତା । ମଞ୍ଚରେ ମନୋରଞ୍ଜନ ନାମରେ ଆରମ୍ଭ ହୋଇଥିବା ଆଇଟମ ନୃତ୍ୟ ବର୍ତ୍ତମାନ ସୀମା ଲଙ୍ଘିଛି । ମାତ୍ର କେଇ ସମୟ ପାଇଁ କିଛି ନାଁ କରା ଆଇଟମ ଗାର୍ଲ ମଞ୍ଚରେ ମନୋରଞ୍ଜନ ନାଁରେ ଉଲଗ୍ନ ହୋଇ ନାଚୁଛନ୍ତି , ଆଉ ଯାହାକୁ ମନ ଭରି ଉପଭୋଗ କରୁଛନ୍ତି ଶହ ଶହ ଦେଖଣାହାରୀ । 

ଗଞ୍ଜାମ ଜିଲ୍ଲା ରମ୍ଭା ଚନ୍ଦନ ଯାତ୍ରା ଉପଲକ୍ଷେ ମଂଚସ୍ଥ ଯାତ୍ରା ରାଜନନ୍ଦିନୀ ମଞ୍ଚ ଉପରେ ଦେଖିବାକୁ ମିଳିଛି ଅଶ୍ଳୀଳ ନୃତ୍ୟ। ଲକ୍ଷାଧିକ ଟଙ୍କା ଦେଇ ଯାତ୍ରା ପାଇଁ କମିଟି ଅପେରା ରାଜନନ୍ଦିନୀ ଆଣିଥିଲେ । ହେଲେ ଭିଡ଼ କମ୍ ହୋଇ ବେପାର ଧିମା ଥିବାରୁ କମିଟି ଜଣେ ନାଁ କରିଥିବା ଆଇଟମ ଗାର୍ଲକୁ ଡକେଇଥିଲେ । ନାଟକ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ଆଇଟମ୍ ଗାର୍ଲ ମଞ୍ଚରେ ମାଇକ ଧରି ପ୍ରବେଶ କରିଥିଲେ । ଅଳ୍ପ ସମୟ ମଧ୍ୟରେ ବାଜିଲା ସୁପର ହିଟ ହିନ୍ଦୀ ଚଳଚ୍ଚିତ୍ର ମୋହରାର ହଟଗୀତ "ଟିପି ଟିପି ବରସା ପାନୀ" । ସେ ଗୀତର ତାଳେ ତାଳେ ନାଚିଥିଲେ ଆଇଟମ ଗାର୍ଲ ଜଣକ । ମଂଚ ଉପର ଭାଗରୁ ତାଙ୍କ ଉପରେ ପଡୁଥିଲା ପାଣି । 

ନିଜେ ମସଗୁଲ ହୋଇ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରି ନୃତ୍ୟ ଭିତରେ ନିଜେ ଅର୍ଦ୍ଧ ଉଲଗ୍ନ ହୋଇ ଆଇଟମ ଗାର୍ଲ ଜଣକ ସବୁ ସୀମା ଲଙ୍ଘିଥିଲେ । ଉପସ୍ଥିତ ଯାତ୍ରା କମିଟି, ପୋଲିସ, ପ୍ରଶାସନ, ସାଧାରଣ ଜନତା ସବୁ ନୀରବ ଦ୍ରଷ୍ଟା ପାଲଟିଥିଲେ । ନିଜ ନିଜ ମୋବାଇଲରେ ସମସ୍ତେ ଚିତ୍ର ଓ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲେ । ଚନ୍ଦନ ଯାତ୍ରା ଭଳି ଏକ ଆଧ୍ୟାତ୍ମିକ ଓ ପବିତ୍ର କାର୍ଯ୍ୟକ୍ରମରେ ଏଭଳି ଅଶ୍ଳୀଳ ନୃତ୍ୟ ସଭ୍ୟ ସମାଜ ପ୍ରତି ବିଦ୍ରୁପ ସଦସ୍ୟ । ଏଭଳି ଘଟଣାକୁ ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜଗୋପାଳ ପାଢ଼ୀ ଦୃଢ଼ ନିନ୍ଦା କରିଥିବାବେଳେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସଂସ୍କୃତି ଗବେଷକ ଡ଼. ହୃଷିକେଶ ପାଣିଗ୍ରାହୀ ଏଭଳି ଘଟଣା ସଭ୍ୟ ସମାଜ ପାଇଁ ଶୁଭଙ୍କର ନୁଁହ ବୋଲି କହିବା ସହ ଏହା ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ ବୋଲି କହିଛନ୍ତି । ପ୍ରଶାସନର ମନା ସତ୍ତ୍ୱେ ଯେଉଁମାନ ଏଭଳି ଅଶ୍ଳୀଳତା କରୁଛନ୍ତି ତାକୁ ପୋଲିସ ଓ ପ୍ରଶାସନ ଉଚିତ ଦଣ୍ଡବିଧାନ କରୁ ବୋଲି ବ୍ରହ୍ମପୁର କଳାକାର ଏକତା ମଂଚର ସଭାପତି ଅନିଲ ପାତ୍ର କହିଛନ୍ତି । 

ନାଟ୍ୟ ଗବେଷକ ଡ. ମିହୀର ତ୍ରିପାଠୀ ଏଭଳି ଅପସଂସ୍କୃତି ଓ ଅଶ୍ଳୀଳତା ଅକ୍ଷମଣୀୟ ବୋଲି କହିଛନ୍ତି । ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର, କୈଳାସ ପାଣିଗ୍ରାହୀ, ନାରାୟଣ ମହାଙ୍କୁଡ଼, ସୁନିଲ ସ୍ୱାଇଁ, ସିଏଚ.ଦେବଦାସ, ଦିନବନ୍ଧୁ ଶତପଥୀ, ସୁନିଲ ସ୍ୱାଇଁ ପ୍ରମୁଖ ଘଟଣାକୁ ନିନ୍ଦା କରିଛନ୍ତି । ରମ୍ଭା ଚନ୍ଦନ ଯାତ୍ରାରେ ଚାଲିଥିବା ଅପେରା ମଞ୍ଚ ଉପରେ ପରିବେଷିତ ଅଶ୍ଳୀଳ ନୃତ୍ୟ କଳା ଓ ସଂସ୍କୃତିପ୍ରେମୀଙ୍କ ସହ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପୋଲିସ ତରଫରୁ ଏକ କେଶ ଯାତ୍ରା ପାଇଁ ଅନୁମତି ନେଇଥିବା ସଦସ୍ୟଙ୍କ ବିରୁଦ୍ଧରେ ହୋଇଥିବା ରମ୍ଭା ଥାନା ଆଇଆଇସି କୁମାର ମୁଦୁଲି ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.