ନୂଆଦିଲ୍ଲୀ, ୦୧/୦୪: ରଣବୀର କପୁରଙ୍କ ଅପକମିଙ୍ଗ ଫିଲ୍ମ ରାମାୟଣକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଛି। ଏପ୍ରିଲ ୨ ହନୁମାନ ଜୟନ୍ତୀ ଅବସରରେ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ମିଳିବ। ହେଲେ ଏହା ପୂର୍ବରୁ ଲସ୍ ଆଞ୍ଜେଲସର କିଛି ବଛାବଛା ଦର୍ଶକ ଗତ ସପ୍ତାହରେ ଭିଡିଓର ଏକ ଝଲକ ଦେଖିବାର ସୁଯୋଗ ପାଇଥିଲେ। ଏହି ଭିଡିଓଟି ଲସ୍ ଆଞ୍ଜେଲସରେ ନିର୍ଦ୍ଦେଶକ ନିତେଶ ତିୱାରୀ, ପ୍ରଯୋଜକ ନମିତ ମଲହୋତ୍ରା ଏବଂ ରଣବୀର କପୁରଙ୍କ ଉପସ୍ଥିତିରେ ଦର୍ଶକଙ୍କୁ ଦେଖାଯାଇଥିଲା।

ଏବେ, ସ୍କ୍ରିନିଂର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପ୍ରଶଂସକ ରଣବୀରଙ୍କୁ ରାମ ମନ୍ଦିର ଥିମ୍ ଭେଷ୍ଟ ଉପହାର ଦେଉଥିବା ଏବଂ ଟିଜରରେ ଭଗବାନ ରାମଙ୍କ ଚମତ୍କାର ଚିତ୍ରଣକୁ ପ୍ରଶଂସା କରୁଥିବାର ଦେଖାଯାଉଛି। ମଙ୍ଗଳବାର ଦିନ, ଆମେରିକାର ଦକ୍ଷିଣ ଏସୀୟ ବୁଟିକ୍ 'ନଜରାନା'ର ଅଫିସିଆଲ୍ ଆକାଉଣ୍ଟ ଲସ୍ ଆଞ୍ଜେଲସରେ ଟିଜର ସ୍କ୍ରିନିଂ ପରେ ରଣବୀରଙ୍କୁ ଭେଟିବାର ଏକ ଭିଡିଓ ସେୟାର କରିଛି। ସେ ରଣବୀରଙ୍କୁ ରାମ ମନ୍ଦିର ଡିଜାଇନ୍ ସହିତ ଏକ ସ୍ୱତନ୍ତ୍ର ଜ୍ୟାକେଟ ଉପହାର ଦେଇଛନ୍ତି। ପରେ, ଏକ ଭିଡିଓରେ ରଣବୀରଙ୍କ ପ୍ରତିକ୍ରିୟା ଦେଖାଯାଇଛି, ଯେଉଁଥିରେ ଜ୍ୟାକେଟର କାରିଗରୀ ଏବଂ ଉପହାରକୁ ପ୍ରଶଂସା କରାଯାଇଛି।

 

 
 
 
 
 
 
 
 
 
 
 
 
 
 
 

A post shared by Nazranaa (@nazranaanj)

ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, "ସମ୍ପୂର୍ଣ୍ଣ ରାମାୟଣ ଟିମ୍‌କୁ ସାଲ୍ୟୁଟ୍। ଏହି ଫିଲ୍ମଟି 4D ଥିଏଟରରେ ଦେଖିବା ଉଚିତ। ୨ ମିନିଟ୍ ୩୦ ସେକେଣ୍ଡର ଟ୍ରେଲର ଆମକୁ ସ୍ତବ୍ଧ କରିଦେଇଛି। ମୁଁ କଳ୍ପନା ମଧ୍ୟ କରିପାରୁନାହିଁ ଯେ ସମଗ୍ର ଫିଲ୍ମ ଆମକୁ କେତେ ଭାବପ୍ରବଣ ଯାତ୍ରାରେ ନେଇଯିବ। ଏହି ପ୍ରୋଜେକ୍ଟ ପାଇଁ ନିର୍ଦ୍ଦେଶକ @niteshtiwari22 ଏବଂ ପ୍ରଯୋଜକ @iamnamitmalhotraଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। @arrahman ଏବଂ @hanszimmerଙ୍କ ସଂଗୀତ ଲାଜବାବ।"

ଖାଲି ଏତିକି ନୁହେଁ କମେଣ୍ଟ ସେକ୍ସନରେ ପ୍ରଭୁ ରାମଙ୍କ ଭୂମିକା ପାଇଁ ରଣବୀରଙ୍କ ଉପଯୁକ୍ତତା ଉପରେ ଜଣେ ବ୍ୟକ୍ତି ସନ୍ଦେହ କରିବା ପରେ, ସେହି ଆକାଉଣ୍ଟ ଉତ୍ତର ଦେଇଛି, "ଆପଣଙ୍କୁ ଟ୍ରେଲର ଦେଖିବା ଉଚିତ! ସେ ଆମକୁ ଅରୁଣ ଗୋଭିଲଙ୍କ କଥା ମନେ ପକାଇ ଦିଇଛନ୍ତି।" ଅରୁଣ ଗୋଭିଲ ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ରାମାୟଣ ଟିଭି ଧାରାବାହିକ (୧୯୮୭-୮୮)ରେ ପ୍ରଭୁ ରାମଙ୍କ ଭୂମିକା ଚମତ୍କାର ଭାବରେ ଅଭିନୟ କରିଥିଲେ ଏବଂ ଆଗାମୀ ପିଢ଼ି ପାଇଁ ଏକ ଆଇକନ୍ ହୋଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଅରୁଣ ଗୋଭିଲ ଏଥର ରାଜା ଦଶରଥଙ୍କ ଭୂମିକାରେ ନିତେଶ ତିୱାରୀଙ୍କ ରାମାୟଣରେ ମଧ୍ୟ ଦେଖାଯାଇଛନ୍ତି।

ଆହୁରି ପଢ଼ନ୍ତୁ...ଫଲୋଅର୍ସ ବଢ଼ାଇବାକୁ ସବୁ ସୀମା ଟପିଲେ ମହିଳା, ନିଜକୁ ନିଜେ କଲେ ଅପହରଣ