ନୂଆଦିଲ୍ଲୀ,୨୫/୦୨; ସୋମବାର ରାତିରେ ରାଞ୍ଚରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏୟାରଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ରୋଗୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ବିମାନରେ ବ୍ଲାକ୍ ବକ୍ସ ନଥିଲା । ଖାଲି ସେତିକି ନୁହେଁ ୭ ଜୀବନ ନେଇଥିବା ଏହି ଏୟାରଆମ୍ବୁଲାନ୍ସ ୪ ବର୍ଷ ହେବ ଉଡ଼ିନଥିଲା ।

ପାଇଲଟ କ୍ୟାପଟେନ ବିବେକ ବିକାଶ ଭଗତଙ୍କର ୧,୪୦୦ ଘଣ୍ଟା ପ୍ଲାଇଟ୍ ଉଡ଼ାଇବାର ଅଭିଜ୍ଞତା ଥିଲା । ସହ-ପାଇଲଟ କ୍ୟାପଟେନ ସଭରାଜଦୀପ ସିଂହଙ୍କ ପାଖରେ ୪୫୦ ଘଣ୍ଟା ଉଡ଼ାଅ ଅନୁଭବ ରହିଛି । କିପରି ଏତେ ବଡ଼ ଦୁର୍ଘଟଣା ହେଲା ତାହା ଏବେ ବଡ଼ ପ୍ରଶ୍ନ । ଦୁର୍ଘଟଣାକୁ ନେଇ ତଦନ୍ତକାରୀଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ରହିଛି । ବିମାନରେ ବ୍ଲାକ୍ ବକ୍ସ (କକପିଟ୍ ଭଏସ୍ ରେକର୍ଡର କିମ୍ବା ଫ୍ଲାଇଟ୍ ଡାଟା ରେକର୍ଡର ନଥିଲା । ବେସାମରିକ  ବିମାନ ଚଳାଚଳ ନିମୟ ଅନୁଯାୟୀ ୫,୭୦୦ କିଲୋଗ୍ରାମରୁ କମ୍ ଓଜନର ବିମାନ ପାଇଁ ସିଭିଆର କିମ୍ବା ଏଫଡିଆର ବାଧ୍ୟତାମୂଳକ ନୁହେଁ । ବିମାନରେ ବ୍ଲାକ ବକ୍ସ ନଥିବା ତଦନ୍ତକୁ ସମ୍ପୂର୍ଣ୍ଣ ଜଟିଳ କରିପାରେ । ୪ ବର୍ଷ ହେବ ବିମାନ ଉଡ଼ିନଥିଲା । ୧୯୮୭ରେ ବିମାନଟି ତିଆରି ହୋଇଥିଲା । ୨୦୨୨ରେ ରେଟବର୍ଡ ଓରିଏଣ୍ଟ ପ୍ଲାଇଙ୍କ ସ୍କୁଲକରୁ କିଣାଯାଇଥିଲା । ୨୦୧୮ରୁ ୨୦୨୨ ଯାଏ ବ୍ୟବହାର ହୋଇନଥିଲା । ଏହା ପଛରେ କାରଣ ଜଣାପଡିନାହିଁ ।

​​​​​​​​​​​​​​

ଏହା ବି ପଢନ୍ତୁ...ଏମିତି ବି ଜୀବନ - ଋଣକରି ପଢ଼ିଥିଲେ, ଋଣ କରି ହସ୍ପିଟାଲ ଯାଉଥିବା ବେଳେ ଚାଲିଗଲା ଜୀବନ  

ସୋମବାର ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ସୋମବାର ରାତିରେ ଝାଡଖଣ୍ଡର ଚତ୍ରା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦିଲ୍ଲୀର ରେଡବାର୍ଡ ଏୟାରୱେଜ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପରିଚାଳିତ ଏହି ଏୟାର ଆମ୍ବୁଲାନ୍ସ ବିଚ୍‌କ୍ରାଫ୍ଟ ସି-୯୦ ଭିଟିଏଜେଭି ରାତି ୭ଟା ୩୪ରେ ବିମାନଟି କୋଲକାତା ଏଟିସି ସହ ସମ୍ପର୍କ କରିଥିଲା । ପରେ ରାଡାର ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ରାଞ୍ଚି ଠାରୁ ୧୩୦ କି.ମି. ଦୂର ଚତ୍ରା ଜିଲ୍ଲା କସାରିୟା ପଞ୍ଚାୟତ ଅନ୍ତର୍ଗତ କରମାଟାଣ୍ଡ ଗାଁ ନିକଟ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା । ବିମାନରେ ଜଣେ ରୋଗୀ (ସଞ୍ଜୟ କୁମାର) ତାଙ୍କର ୨ ଜଣ ସମ୍ପର୍କୀୟ (ଅର୍ଚ୍ଚନା ଦେବୀ ଓ ଧୁରୁ କୁମାର), ଜଣେ ଡାକ୍ତର (ବିକାଶ କୁମାର ଗୁପ୍ତା), ଜଣେ ପାରାମେଡିକାଲ କର୍ମୀ (ସଚିନ କୁମାର ମିଶ୍ର) ଓ ୨ ଜଣ ବିମାନ କର୍ମଚାରୀ (ପାଇଲଟ କ୍ୟାପଟେନ ବିବେକ ବିକାଶ ଭଗତ ଓ ସହ-ପାଇଲଟ କ୍ୟାପଟେନ ସଭରାଜଦୀପ ସିଂହ) ଥିଲେ । ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୨୦ ମିନିଟ୍‌ ନିଖୋଜ ପରେ ଜଙ୍ଗଲରେ ଖସି ପଡ଼ିଥିଲା ଏୟାରଆମ୍ବୁଲାନ୍ସ ।