ମୁମ୍ୱାଇ,୧୦/୦୪: ବଲିଉଡ ଅଭିନେତା ରଣଦୀପ ହୁଡା ଏବଂ ତାଙ୍କ ପତ୍ନୀ ଲିନ ଲୈସରମ କିଛିଦିନ ପୂର୍ବରୁ ଏକ କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲିନ ଏକ ମାସ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧୦ ରେ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ରଣଦୀପ ଏବଂ ଲିନଙ୍କ ଝିଅ ଏବେ ଏକ ମାସର ହୋଇଯାଇଛି । ଏପରି ସମୟରେ ବର୍ତ୍ତମାନ ଅଭିନେତା ତାଙ୍କ ଝିଅର ଚେହେରା ପ୍ରଶଂସକଙ୍କୁ ଦେଖାଇବା ସହ ସେ ନିଜ ଝିଅର ନାମ ମଧ୍ୟ ଫ୍ୟାନ୍ସଙ୍କୁ ସେୟାର କରିଛନ୍ତି ।
ରଣଦୀପ ହୁଡା ଏବଂ ଲିନ୍ ସେମାନଙ୍କ ଝିଅର ନାମ ନିଓମିକା ହୁଡା ରଖିଛନ୍ତି । ଅଭିନେତା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଲିନ୍ ତାଙ୍କ ଝିଅକୁ ଧରିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟରେ ଦୁହେଁ ନିଜ ଝିଅର ନାମ ନେଉଛନ୍ତି । ଦ୍ୱିତୀୟ ଫଟୋରେ, ଲିନ୍ ହସୁଛନ୍ତି ଏବଂ ନିଓମିକାଙ୍କୁ ଦେଖୁଛନ୍ତି । ସେ ତାକୁ ନିଜ କୋଳରେ ଧରିଛନ୍ତି । ଫଟୋ ସେୟାର କରି ରଣଦୀପ କ୍ୟାପସନରେ ଲେଖିଛନ୍ତି, 'ଆମ ଦୁନିଆର ଏକ ନୂଆ କେନ୍ଦ୍ର । ନିଓମିକା ହୁଡା । ରଣଦୀପ କହିଛନ୍ତି ଯେ ନିଓମିକା ଅର୍ଥ ହେଉଛି ଭଗବାନଙ୍କ କୃପା, ସ୍ୱାଧୀନତା ଏବଂ ଆକାଶ ପରି ସୀମାହୀନ ।
ଆହୁରି ପଢନ୍ତୁ-ବଲିଉଡ୍ର କିମ୍ବଦନ୍ତୀ ତାରକା ମଧୁବାଲାଙ୍କ ଚରିତ୍ରରେ ନଜର ଆସିବେ ସାରା ଅର୍ଜୁନ, ବର୍ଷ ଶେଷରେ ଆରମ୍ଭ ହେବ ସୁଟିଂ
ତେବେ ଦୀର୍ଘ ୪ ବର୍ଷ ଡେଟ୍ ପରେ ଲିନ୍ ଲୈସରମ ରଣଦୀପ ହୁଡା ବିବାହ କରିଥିଲେ । ୪୭ ବର୍ଷୀୟ ରଣଦୀପ ତାଙ୍କଠୁ ୧୦ ବର୍ଷ ସାନ ଲିନ୍ ଲୈସରମଙ୍କ ପ୍ରେମରେ ପଡ଼ିଥିଲେ । ରଣଦୀପ ହୁଡା ୨୯ ନଭେମ୍ବର ୨୦୨୩ରେ ଲିନ୍ ଲାଇଶ୍ରାମଙ୍କୁ ବିବାହ କରିଥିଲେ । ଏବେ ବିବାହର ୨ ବର୍ଷ ପରେ ପିତାମାତା ହୋଇଛନ୍ତି । ସେମାନେ ମୈତେଇ ପରମ୍ପରା ଅନୁଯାୟୀ ମଣିପୁରର ଇମ୍ଫାଲରେ ବିବାହ କରିଥିଲେ। ବିବାହ ପରେ, ସେମାନେ ମୁମ୍ବାଇରେ ଏକ ରିସେପ୍ସନର ଆୟୋଜନ କରିଥିଲେ । ରଣଦୀପ ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ବେଳେ ୩୭ ବର୍ଷୀୟ ଲିନ୍ ମଧ୍ୟ ଜଣେ ମଡେଲ ଓ ଅଭିନେତ୍ରୀ । ୨୦୦୭ ମସିହାରେ ଲିନ୍ ପ୍ରଥମେ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହାପରେ ସେ ମ୍ୟାରିକମ୍, ଉମ୍ରିକା, ରଙ୍ଗୁନ ଏବଂ ଜାନେ ଜାନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।