ମୁମ୍ୱାଇ,୧୦/୦୪: ସିନେ ଜଗତରେ ଚର୍ଚ୍ଚା, କ୍ୟାରିଅର୍ର ସବୁଠୁ ବଡ଼ ଭୂମିକାରେ ପରଦାକୁ ଆସିବେ ‘ଧୁରନ୍ଧର୍’ ଗର୍ଲ ସାରା ଅର୍ଜୁନ । ନୂଆ ରିପୋର୍ଟ ଅନୁସାରେ, ବଲିଉଡ୍ର କିମ୍ବଦନ୍ତୀ ତାରକା ମଧୁବାଲାଙ୍କ ଚରିତ୍ରରେ ସେ ପରଦାକୁ ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ଜସମିତ କେ ରିନ୍ । ପ୍ରଯୋଜନା କରିବେ ସଂଜୟ ଲୀଲା ଭଂସାଲି ।
ଆହୁରି ପଢନ୍ତୁ-ସଲମାନ ଖାନଙ୍କୁ ଭେଟିବାକୁ ଚାହିଁ ଥିଲେ ‘ଧୁରନ୍ଧର’ ସିଙ୍ଗରଙ୍କ ମାଆ , ପଛ କଥା ମନେପକାଇ ହେଲେ ଇମୋସନାଲ
ପ୍ରୋଜେକ୍ଟ ଏବେ ପ୍ରାକ୍-ପ୍ରଯୋଜନା ସ୍ତରରେ ଅଛି । ବର୍ଷ ଶେଷରେ ସୁଟିଂ ଆରମ୍ଭ ହେବ । ଏହି ଫିଲ୍ମ ହିନ୍ଦୀ ସିନେମାର ସୁବର୍ଣ୍ଣ ଯୁଗକୁ ପରଦାକୁ ଆଣିବ ଏବଂ ମଧୁବାଲାଙ୍କ ଉତ୍ଥାନ ଓ ପରଦା ପଛରେ ତାଙ୍କ ଯନ୍ତ୍ରଣାକୁ ଦେଖାଇବ । ଏକ ଲୋକପ୍ରିୟ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ସ୍ପଷ୍ଟ କରିଛି, ଏହି ଫିଲ୍ମରେ ସାରାଙ୍କୁ ମଧୁବାଲା ଭୂମିକାରେ କାଷ୍ଟ କରାଯାଇଛି । ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ତାରକାଙ୍କୁ ବ୍ୟାପକ ସମ୍ମାନ ଦେବାଲାଗି ପ୍ରୋଜେକ୍ଟର ଜୋରଦାର ପ୍ରସ୍ତୁତି ଚାଲିଛି । ଫିଲ୍ମ ପାଇଁ ସାରାଙ୍କ ପ୍ରସ୍ତୁତି ଉପରେ ଟିମ୍ ପୂରା ଫୋକସ୍ କରିଛି । ପରଦାରେ ମଧୁବାଲାଙ୍କୁ ଜୀବନ୍ତ କରିବା ଲାଗି ସାରା ବଡ଼ ଧରଣର ଶାରୀରିକ ପରିବର୍ତ୍ତନ କରିବେ । ପୋଷାକ ପରିଧାନଠୁ ଡାଇଲଗ୍ ତାଲିମ ଓ ଲୁକ୍ ଟେଷ୍ଟ... ମଧୁବାଲାଙ୍କ ଚରିତ୍ରକୁ ପରଦାକୁ ଆଣିବା ଲାଗି ନିର୍ମାତା କିଛି ବି ହାତଛଡ଼ା କରିବାକୁ ଚାହୁଁନାହାନ୍ତି ।